ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଲୋକସଭା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ଓ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଲେ କୃତିବାସ ମୁଣ୍ଡ 

ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଲୋକସଭା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ଓ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଲେ କୃତିବାସ ମୁଣ୍ଡ 

    ଆଜି ଆମ୍ ଆଦମୀ ପାର୍ଟିର ଜଣେ ସୁ ସଂଗଠକ, କଳାହାଣ୍ଡି ଲୋକସଭା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କୃତିବାସ ମୁଣ୍ଡ ଦଳ ର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ର ଇସ୍ତଫା ପତ୍ର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଙ୍କ ପାଖକୁ ପଠାଇଛନ୍ତି। ଶ୍ରୀ ମୁଣ୍ଡ ଦଳର ବିଭିନ୍ନ ପଦ ପଦବୀ ଯଥା ରାଜ୍ୟ ଯୁବ ଉପ ସଭାପତି, ଜୋନାଲ ସଭାପତି, ଲୋକ ସଭା ସଭପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ନିଷ୍ଠା ସହ ଦଳ ପାଇଁ କାମ କରିଛନ୍ତି, ତାଙ୍କ ନେତୃତ୍ବରେ କଳାହାଣ୍ଡି ରେ ଦଳ ପଞ୍ଚାୟତ ନିର୍ବାଚନ , ପୌର ନିର୍ବାଚନ ଓ ସାଧାରଣ ନିର୍ବାଚନ ରେ ମଧ୍ୟ ଅନ୍ୟ ଜିଲ୍ଲା ତୁଳନା ରେ ଭଲ ପ୍ରଦର୍ଶନ କରିଥିବା ନଜିର୍ ରହିଛି, ସେ ତାଙ୍କ ଇସ୍ତଫା ପତ୍ର ରେ ବ୍ୟକ୍ତିଗତ ସମସ୍ୟା କାରଣରୁ ଦଳ ଛାଡିଥିବା ଦର୍ଶାଇ ଥିବା ବେଳେ ଆମେ ତାଙ୍କ ଆଗମୀ ରାଜନୈତିକ ଯାତ୍ରା ବିଷୟରେ ପ୍ରତିକ୍ରିୟା ନେଇଥିଲୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆଗ ମାଟି ତାପରେ ପାର୍ଟି, ମୁଁ ଯେମିତି ଲୋକଙ୍କ ପାଇଁ କାମ କରୁଥିଲି ସେମିତି ବିନା ପଦ ପଦବୀ ରେ ମଧ୍ୟ ଲୋକଙ୍କ ପାଖରେ ରହି କାମ କରିବି ଆଉ କୌଣସି ବିଷୟରେ ନିଷ୍ପତ୍ତି ନେଇନି ଆଗମୀ ଦିନରେ ନିଷ୍ପତ୍ତି ନେଲା ପରେ ନିଶ୍ଚିତ ଭାବେ ଆପଣ ମାନଙ୍କ ପାଖରେ ମତାମତ ରଖିବି ବୋଲି ଶ୍ରୀ କୃତିବାସ ମୁଣ୍ଡ ପ୍ରକାଶ କରିଛନ୍ତି।

କିଶନ ଶର୍ମା ଭବାନୀ ପାଟଣା 

Related posts

ପରିବାର କେନ୍ଦୁପତ୍ର ତୋଳାଳୀ ଶ୍ରମିକ ,ନିର୍ମାଣ ଶ୍ରମିକ ବିସ୍ଥାପିତ, ତଫସିଲଭୁକ୍ତ ଜନଜାତି ବିକଳାଙ୍ଗ ତଥାପି ସରକାରୀ ଯୋଜନା ଅପହଞ୍ଚ ଏମାନଙ୍କ ପାଖରେ

masiha

ତେରେସିଂହାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

Sunil Chandra Nayak

ରାଇରଙ୍ଗପୁରରେ ଉତ୍ତର ଭାରତୀୟ ବିହାରୀ ସମ୍ପ୍ରଦାୟ ତରଫରୁ ୩୨ ତମ ପ୍ରଷିଦ୍ଧ ଛଟ ମହୋତ୍ସବ ; ଉଦୀତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ମାନସିକଧାରୀ

Sunil Chandra Nayak

Leave a Comment

error: Content is protected !!