ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍କନ ଦ୍ୱାରା ଅଦିନିଆ ରଥଯାତ୍ରା ପାଳନକୁ ନେଇ ଉଦବେଗ। ଶ୍ରୀ ଜଗନ୍ନାଥ ଚେତନା ପରିଷଦ ଗବେଷଣା କେନ୍ଦ୍ର ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ଇସ୍କନ ଦ୍ୱାରା ଅଦିନିଆ ରଥଯାତ୍ରା ପାଳନକୁ ନେଇ ଉଦବେଗ।

ଶ୍ରୀ ଜଗନ୍ନାଥ ଚେତନା ପରିଷଦ ଗବେଷଣା କେନ୍ଦ୍ର ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଅଦିନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କରାଯାଉ ଥିବାରୁ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ,କଳାହାଣ୍ଡି ଶାଖା ତରଫରୁ ତୀବ୍ର ବିରୋଧ କରଯାଇଛି। ଆଜି ଧର୍ମଗଡ଼ ଠାରେ ଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ବିଭିନ୍ନ ସାମାଜିକ ସଂଗଠନ ର କର୍ମକର୍ତ୍ତା ସ୍ଥାନୀୟ ହୋଟେଲ ରୟାଲ ପେଲେସ୍ ଠାରେ ଏକତ୍ରିତ ହୋଇ ଅଦିନିଆ ରଥଯାତ୍ରା ପାଳନକୁ ବିରୋଧ କରିଛନ୍ତି।

ଜଗନ୍ନାଥ ପ୍ରେମୀ ଭକ୍ତମାନେ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଓ ଶାସ୍ତ୍ରନୁମୋଦିତ ଆଷାଢ଼ ମାସ ଦ୍ୱିତୀୟା ତିଥିରେ ରଥଯାତ୍ରା କରିବା ଛାଡି ଅନ୍ୟ ଦିନରେ ଇସ୍କନ୍ ସଂସ୍ଥା ପକ୍ଷରୁ ରଥଯାତ୍ରା ଅୟୋଜନ ସଂସ୍କୃତି ଓ ପରମ୍ପରା ବିରୋଧି ବୋଲି ପ୍ରକାଶ କରିଥିଲେ।

ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀ ଙ୍କ ଭାବାବେଗ କୁ ସମ୍ମାନ ଜଣାଇ ଅଦିନରେ ରଥ ଟଣା କାର୍ଯ୍ୟରୁ ବିରତ ରହିବା ପାଇଁ ମତ ଦେଇଥିଲେ। ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସାରା ରାଜ୍ୟରେ ଏହା ବିରୋଧରେ ଜନ ସଚେତନତା ସୃଷ୍ଟି କରାଯାଇ ଅଦିନରେ ଇସ୍କନ ସଂସ୍ଥା କରୁଥିବା ରଥଟଣା ଯଥା ଶୀଘ୍ର ବନ୍ଦ କରିବାକୁ ରାଜ୍ୟ ସରକାର ଓ ଶ୍ରୀ ମନ୍ଦିର ପ୍ରଶାସନ ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି।

ଏହି ଅବସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ରାଜ୍ୟ ସଭାପତି ରାଧେଶ୍ୟାମ ପଣ୍ତା, ଉପ ସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ, କୃପାସିନ୍ଧୁ ପଣ୍ଡା, ଆଚାର୍ଯ୍ଯ ହୃଷିକେଶ ମିଶ୍ର, ସୁରେଶ ଚନ୍ଦ୍ର ମୁଣ୍ଡ, ବିଦ୍ୟାଧର ସାହୁ, ସନ୍ତୋଷ କୁମାର ମେହେର, ସୁରେନ୍ଦ୍ର କୁମାର ମୁନି,ସରୋଜ ସାହୁ,ବରିଷ୍ଠ ନାଗରିକ ସଂଘର ସଦସ୍ୟ ଗୁଣନିଧି ମାଝୀ, ବିଘ୍ନରାଜ ପଟ୍ଟଯୋଶୀ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବ୍ୟାଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୭୬ ୟୁନିଟ୍ ରକ୍ତ ସଂଗୃହୀତ 

masiha

ଜିଲ୍ଲାସ୍ତରୀୟ ୮୯ତମ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ମାତୃଭାଷାର ପ୍ରଗତିରେ ଜାତିର ଉନ୍ନତି: ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର

masiha

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଦଇବ ସାହା

Sunil Chandra Nayak

Leave a Comment

error: Content is protected !!