ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ଝରିଣୀ ତରଫରୁ ନିଆରା କାର୍ଯ୍ୟକ୍ରମ

ନିର୍ଝରିଣୀ ତରଫରୁ ନିଆରା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି/ତା.୨୬/୦୫ ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବହୁମୁଖୀ ନିଆରା କାର୍ଯ୍ୟକ୍ରମ ଚଟୁଅନକାସ୍ଥିତ କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପ୍ରଶାସନିକ ଅଧିକାରୀ ସନ୍ତୋଷ ନାଗ,ସମ୍ମାନିତ ଅତିଥି ଭାବରେ କାହ୍ନୁଚରଣ ମିଶ୍ର, ନରେନ୍ଦ୍ର ସୁନା, ନୀଳେନ୍ଦୁ ବେହେରା,ଥମିର ଛତ୍ରିଆ, ସସ୍ମିତା ମହାନନ୍ଦ,ଦେବାନନ୍ଦ ବଏ,ଦୀନବନ୍ଧୁ ବଗର୍ତ୍ତି,କିଶୋର ବରିହା,ସହଦେବ ମାଝୀ, ରାଏସିଂ ପୁଟେଲ, ବାସନ୍ତୀ ସୁନାନୀ ଯୋଗ ଦେଇଥିଲେ।ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ ଓ ଉପସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।ପହେଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଭାରତର ବୀର ସୈନିକ ମାନଙ୍କୁ ଉତ୍ସାହ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଭାରତ ମାନଚିତ୍ର ଓ ଜାତୀୟ ପତାକା ଅଙ୍କନ କରିବାକୁ ଦିଆଯାଇଥିଲା।ଏଥିରେ ସତୁରୀରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ତାପରେ ବେଲୁନ ଫୁଙ୍କା, ବାଟି ଚାମଚ ଓ ଚିତ୍ରାଙ୍କନର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଗ୍ରୀଷ୍ମ ଅବକାଶରେ ମୋବାଇଲ ଛାଡି ପଠନ ପ୍ରବୃତ୍ତିକୁ ଆପଣେଇବା ସହିତ ଗପ,କବିତା କିପରି ଲେଖିବେ ଓ ପଠନ ମନସ୍କ ହେବେତାହାରି ଉପରେ ଅତିଥି ମାନେ ଆଲୋକପାତ କରିଥିଲେ।ଉପସ୍ଥିତ ସମସ୍ତଙ୍କୁ ଦୁଇଶହରୁ ଉର୍ଦ୍ଧ୍ବ ଶିଶୁ ପତ୍ରିକା ବଣ୍ଟନ କରାଯାଇଥିଲା।ଉପସ୍ଥିତ ଛାତ୍ରଛାତ୍ରୀ ତଥା ଜନ ସାଧାରଣଙ୍କୁ ସିନ୍ଦୂର ଅପରେସନ ବିଷୟରେ ପ୍ରଶ୍ନ ପଚାରି ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଉପସ୍ଥିତ ଜନ ସାଧାରଣ ଭୂୟସୀ ପ୍ରଶଂସା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରକ୍ତ ଅଭାବରୁ ଶିଶୁ ମୃତ୍ୟୁ ଘଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗର ନୋଟିସ  ୭ ଦିନ ମଧ୍ୟରେ ରିପୋର୍ଟ ତଲବ….

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବିରେ ଅଧ୍ୟକ୍ଷା ଓ କାଉନସିଲର ମାନଙ୍କ ଅନଶନ

Sunil Chandra Nayak

ତିର୍ତୋଲ ସାମ୍ବାଦିକ ସୁରକ୍ଷା ସମିତିର ସାମ୍ବାଦିକ ମାନଙ୍କୁ ସମ୍ମାନିତ କଲେ ଓଜା ଓଡିଶା 

Sunil Chandra Nayak

Leave a Comment

error: Content is protected !!