ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତ୍ୟେକ ଶିଶୁ ଗୁରୁତ୍ଵପୂର୍ଣ୍ଣ ଉପରେ ତାଲିମ 

ପ୍ରତ୍ୟେକ ଶିଶୁ ଗୁରୁତ୍ଵପୂର୍ଣ୍ଣ ଉପରେ ତାଲିମ 

ଡାବୁଗାଁ, ୨/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ପ୍ରତ୍ୟେକ ଶିଶୁ ଗୁରୁତ୍ଵପୂର୍ଣ୍ଣ ଉପରେ ଏକ ତାଲିମ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ବିଡିଓ ଶରତ ମାଝି, ଅଙ୍ଗନୱାଡି ସୁପରଭାଇଜର କୁନମୁନ ସେନାପତି, ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଓ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ପିଲାମାନଙ୍କୁ ପ୍ରଭାବିତ କରୁଥିବା କ୍ଷତିକାରକ ଅଭ୍ୟାସ, ଶିଶୁ କିପରି କ୍ଷତିଗ୍ରସ୍ତ ହୁଏ, ଶିଶୁ ଲିଙ୍ଗ ଅନୁପାତ ହ୍ରାସ, ବାଲ୍ୟ ବିବାହ, କୁପୋଷଣ ଏବଂ ଶାରେରିକ ଅଭିବୃଦ୍ଧିରେ ବାଧକ, ଶିଶୁ ଶ୍ରମ, ସ୍କୁଲ ଛାଡୁଥିବା ପିଲା ହାର, ଶିଶୁ ଚାଲାଣ, ପିଲା ମାନଙ୍କ ବିରୁଦ୍ଧରେ ସଇବର ଅପରାଧ, ଶାରେରିକ/ଯୌନ ହିଂସ ଆଦି ଉପରେ ତାଲିମ ଦିଆଯାଇଥିଲା | ଏଥିରେ ସରପଞ୍ଚ ୪ ଜଣ, ସମିତି ସଭ୍ୟ – ୧ ଜଣ, ପଞ୍ଚାୟତ ନିର୍ବାହୀ ଅଧିକାରୀ ୩ ଜଣ, ଏଡିଇଓ- ୨ ଜଣ, ଅଙ୍ଗନୱାଡି କର୍ମୀ ୪୦ ଜଣ ଓ ଆଶା ୪୦ ଜଣ ମୋଟ ୯୦ ଜଣ ତାଲିମ ନେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମଣିପୁର ଘଟଣାକୁ ତୀବ୍ର ନିନ୍ଦା , ମହାଦଳିତ୍ ପରିସଂଘ ପକ୍ଷରୁ ମଣିପୁର ଘଟଣାକୁ ନେଇ ଶାନ୍ତି ପୂର୍ଣ୍ଣ କ୍ୟାଣ୍ଡେଲ୍ ରାଲିର ଆୟୋଜନ

Sunil Chandra Nayak

ମନରେଗାରେ ମହାଘୋଟଲା

masiha

ଜୁନାଗଡ଼ ରେ କ୍ରାନ୍ତି ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!