ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରଠାରେ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ରାଇରଙ୍ଗପୁରଠାରେ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

 ମୟୂରଭଞ୍ଜ -୧୬/୧୧ ( ମସିହା) ସାରା ଭାରତରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଉଛି ।ସମାଜର ପ୍ରଗତି ରଥରେ ଗଣମାଧ୍ୟମ ଏବଂ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ପ୍ରତିନିଧି ମାନଙ୍କ ଭୂମିକା ଅନନ୍ୟ , ଅବର୍ଣ୍ଣନୀୟ ଓ ଗୁରୁତ୍ୱପୂର୍ଣ୍ଣ । ସ୍ବାଧୀନତା ସଂଗ୍ରାମର ଇତିହାସ ହେଉ, ଜାମ୍ମୁ କାଶ୍ମୀରର ୩୭୦ ଧାରା ଉଚ୍ଛେଦ ହେଉ, ଦିଲ୍ଲୀର ନିର୍ଭୟା କାହାଣୀ ହେଉ ଯାଜପୁରର ନଗଡା ହେଉ ଅବା ନୀଳଗିରି ସାମ୍ବାଦିକ ଲୋକନାଥ ଚୌଧୁରୀଙ୍କୁ ଡାକ୍ତରଖାନାରେ ହାତ ଗୋଡରେ ବେଡି ପକାଇବା ହେଉ ସମାଜକୁ ବାର୍ତ୍ତା ପଠାଇବାରେ ଗଣମାଧ୍ୟମ ସାଜିଛି ମୁଖ୍ୟ ମାଧ୍ୟମ ।ତୃଣମୂଳ ସ୍ତରରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେଉଁ ଦେଶରେ ଗଣ ମାଧ୍ୟମ ଯେତେ ଦୃଢ ସେ ଦେଶର ଗଣତନ୍ତ୍ର ସେତେ ସୁଦୃଢ । ସାମ୍ବାଦିକ ହେଲେ ସମାଜର ଜାଗ୍ରତ ପ୍ରହରୀ । ସାମ୍ବାଦିକ ଓ ଗଣମାଧ୍ୟମ ଉପରେ ଅବାଞ୍ଛିତ ହସ୍ତକ୍ଷେପ ରୋକିବା ପାଇଁ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ଗଠିତ । ସେମାନଙ୍କ ସମସ୍ୟାକୁ ସେଠାରେ ଉପସ୍ଥାପନା କରାଯାଏ ।ଆଜି ଜାତୀୟ ପ୍ରେସ ଦିବସରେ ରାଇରଙ୍ଗପୁର ଉପଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଂଜନ ମହାନ୍ତିଙ୍କ ସଭାପତିତ୍ବରେ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ଯୋଗ ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଆଲୋଚନା ପାଇଁ ପ୍ରେସ କାଉନସିଲ ଦ୍ଵାରା ପ୍ରଦତ୍ତ ଶୀର୍ଷକ ” କୂତ୍ରିମ ମେଧା ଯୁଗରେ ଗଣମାଧ୍ୟମ” ଉପରେ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ପ୍ରେସ ଦିବସ ଅବସରରେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ କରୋନା ହେଉ,ବିଶ୍ବ କପ୍ ହକି ଖେଳ ହେଉ,ବା ସରକାରଙ୍କ ବିଭିନ୍ନ ଯୋଜନା ପ୍ରଚାର ପ୍ରସାର ହେଉ ଅବା ଦୁଃଖିନୀ ଅସହାୟ ଅନାମିକାର ଆବାସ,ରେସନ ହେଉ ଅବା ଅସହାୟ ଦିବ୍ଯାଙ୍ଗର ସ୍ବର ହେଉ ସବୁଠି ସାମ୍ବାଦିକମାନେ ଯେଉଁ ଦାୟିତ୍ଵ ନିଷ୍ଠାର ସହ ନିଭାଉଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ଆଧୁନିକ ଡିଜିଟାଲ ଯୁଗରେ ଗଣମାଧ୍ୟମ ପ୍ରତିନିଧି ମାନେ ଅଧିକରୁ ଅଧିକ କୌଶଳୀ ଏବଂ ତାଲିମ ପ୍ରାପ୍ତ ହୋଇ ନିଜସ୍ଵ ଢଙ୍ଗ ସହ କୂତ୍ରିମ ମେଧାର ସହାୟତା ନେଇ ନିଜକୁ ସନ୍ତୁଳିତ ମନରେ ସହଜ ଓ ଉଚ୍ଚ କୋଟୀର ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଉପସ୍ଥିତ ସାମ୍ବାଦିକ ମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।ତଦସହ ସାମ୍ବାଦିକମାନେ ଉପଜିଲ୍ଲାପାଳଙ୍କୁ ଏକ ସାମ୍ବାଦିକ ଭବନ ଏବଂ ଅତ୍ୟାଧୁନିକ ପାଠାଗାର ନିର୍ମାଣ ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ସୁଜିତ ପଟ୍ଟନାୟକ ,ବିଶ୍ବ ରଂଜନ ପାଲ, ଅକ୍ଷୟ ବିଶ୍ବାଳ,ନୀରଜ ସାହୁ, ରବୀନ୍ଦ୍ର ପଟ୍ଟନାୟକ,ଖୁଦିରାମ ମହାନ୍ତି, ଅନଶନ ମହାନ୍ତ, ଜିତେନ୍ଦ୍ର ଅଗ୍ରୱାଲ,ତୁଷାରକାନ୍ତ ମହାନ୍ତ, ନାରାୟଣ ଟୁଡୁ,କେଶବ ମହାନ୍ତ, ପ୍ରଦୀପ ମହାନ୍ତ,ପରେଶ୍ ଚନ୍ଦ୍ର ଷଡ଼ଙ୍ଗୀ,ମାନସ ରଞ୍ଜନ ମହାନ୍ତି, ମେଘନାଦ ହେମ୍ବ୍ରମ,ରାଜେଶ ଶର୍ମା,ଦୀପକ ବେହେରା, ,ପ୍ରମୁଖ ଉପସ୍ଥିତ ଥିଲେ ।ଦିବଂଗତ ସାମ୍ବାଦିକଙ୍କ ଅମର ଆତ୍ମାର ସ୍ଥିତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଲୋକସମ୍ପର୍କ ସୂଚନାର ନିକ୍ଷେପକ ପ୍ରଫୁଲ୍ଲ ସାହୁ,ଗ୍ରନ୍ଥାଗାରିକ ହରିଶ୍ଚନ୍ଦ୍ର ମହାପାତ୍ର, ଏବଂ ସଂଗ୍ରାମ ବିଶ୍ବାଳ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅବହେଳିତ ନବରଙ୍ଗପୁର ଜିଲ୍ଲା : ସ୍ନାତକୋତ୍ତର ଶ୍ରେଣୀ ଗୋଟିଏ ବି ନାହିଁ ଉଦ୍ୟମ ମଧ୍ୟ ନାହିଁ

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

masiha

ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ 

Leave a Comment

error: Content is protected !!