ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ବର ଠାରେ ସମ୍ମାନିତ ହେଲେ ସିପାହୀ ମୁନିରାମ ସାହୁ

ଭୁବନେଶ୍ବର ଠାରେ ସମ୍ମାନିତ ହେଲେ ସିପାହୀ ମୁନିରାମ ସାହୁ

ରୁପ୍ରା, (ଅଜୟ ସେନାପତି) :ରାଜଧାନୀ ଭୁବନେଶ୍ଵର ଠାରେ ଆୟୋଜିତ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସରେ ଉଲ୍ଲେଖନୀୟ ସେବା ନିମନ୍ତେ ୨୦୨୪ ବର୍ଷ ପାଇଁ ସ୍ଵତନ୍ତ୍ର ନିରାପତ୍ତା ବାଟାଲିୟନ ର ଶ୍ରେଷ୍ଠ ସିପାହୀ ଭାବେ ସମ୍ମାନିତ ହେଲେ ମୁନିରାମ ସାହୁ । ଓଡ଼ିଶା ପୋଲିସ କମିଶନର ଶ୍ରୀ ସୁରେଶ ଦେବଦତ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ସମ୍ମାନ ଟି ପ୍ରଦାନ କରିଥିଲେ ।ଶ୍ରୀ ସାହୁ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବନ୍ଧପଡ଼ା ନିବାସୀ ଶ୍ରୀଯୁକ୍ତ ପୁରୁଷୋତ୍ତମ ସାହୁଙ୍କ ପୁଅ । ସେ ୨୦୧୦ ମସିହାରେ ସଶସ୍ତ୍ର ସୁରକ୍ଷା ବାହିନୀ ଭୁବନେଶ୍ୱରରେ ସିପାହୀ ଭାବେ ଯୋଗ ଦେଇ ନିଜ ଶୃଙ୍ଖଳା ଗତ ଆଚରଣ, କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା, ଦାୟିତ୍ୱବୋଧ ଓ କାର୍ଯ୍ୟ ଦକ୍ଷତା ପାଇଁ ସର୍ବଦା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତାଙ୍କ ସମ୍ମାନିତ ହେବା ଖବର ଜାଣିବା ପରେ ପରିବାର, ବନ୍ଧୁ ବାନ୍ଧବ, ସାଙ୍ଗସାଥୀ, ଅଞ୍ଚଳ ବାସୀ, ବୁଦ୍ଧିଜୀବୀ ସମସ୍ତେ ଅଭିନନ୍ଦନ ଜଣାଇବା ସହିତ କଳାହାଣ୍ଡି ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ବୋଲି ପ୍ରଶଂସା ମଧ୍ୟ କରୁଛନ୍ତି । 

Related posts

ଅନୁଷ୍ଠିତ ହେଲା ସାମ୍ବତ୍ସରିକ ସାରସ୍ଵତ ସମାରୋହ 

Sunil Chandra Nayak

ଭବାନୀପାଟଣା ସହର ରେ ହର ଘର ତିରଂଗା ଶୋଭାଯାତ୍ରା 

Sunil Chandra Nayak

ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର

Sunil Chandra Nayak

Leave a Comment

error: Content is protected !!