ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଦିବସ 

ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଦିବସ 

ରାୟଗଡ:-ଓଡିଆ ପକ୍ଷ ପାଳନ ଅବସରରେ ଆଜି ତା.୦୨.୦୪.୨୦୨୫ ରିଖ ବୁଧବାର କୁ ଖଡିଛୁଆଁ ଦିବସ ପାଳନ ନିମନ୍ତେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପତ୍ର ସଂଖ୍ୟା. ୨୦୬୧, ତା ୨୮.୦୩.୨୦୨୫ ରିଖ ନିର୍ଦେଶନାମାନୁଯାୟୀ ରାୟଗଡ଼ ଜିଲ୍ଲାର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ରାୟଗଡ଼ ଠାରେ ଜିଲ୍ଲାପାଳ, ରାୟଗଡ଼,ଶ୍ରୀମତୀ ପାରୁଲ ପାଟାୱାରୀ ମୁଖ୍ୟ ଅତିଥି ଭlବରେ ଯୋଗଦାନ କରି ଶୁଭାରମ୍ଭ କରିଥିଲେ l ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରମା ଚନ୍ଦ୍ର ନାହାକଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଖଡିଛୁଆଁ ଦିବସ ପାଳନ ହୋଇଯାଇଛି । ଶିଶୁବାଟିକା ସ୍ତରରେ ୧୩ ଜଣ ନୂତନ ଛାତ୍ରଛାତ୍ରୀ ଙ୍କୁ ଖଡିଛୁଆଁ କରାଯାଇ ଶିଶୁବାଟିକା କିଟ ପ୍ରଦାନ କରଯାଇଥିଲା । ତତ୍ପରେ ଜିଲ୍ଲାପାଳ ମହୋଦୟା ଶିକ୍ଷା ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ସଚେତନତା ରଥ ଟି ତା.୦୨.୦୪.୨୦୨୫ ରିଖ ରୁ ଆରମ୍ଭ ହୋଇ ତା.୦୫.୦୪.୨୦୨୫ ରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ବିଦ୍ୟାଳୟରେ ନାମଲେଖା ନିମନ୍ତେ ବାର୍ତ୍ତା ପ୍ରଚାର କରିବ । ସେହିପରି ପ୍ରତ୍ୟେକ ବ୍ଲକରେ ସଚେତନତା ରଥ ପରିକ୍ରମା କରିବ lଏହାପରେ ଜିଲ୍ଲାପାଳ ମହୋଦୟା ବାରିଝୋଲା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭ୍ରମଣ କରି ଛାତ୍ରଛାତ୍ରୀ ଙ୍କ ନାମଲେଖା1 କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ରାୟଗଡ ଜିଲ୍ଲାରେ ସମୁଦାୟ ୧୧୧୯ ଟି ବିଦ୍ୟାଳୟ ର ଶିଶୁବାଟିକା ସ୍ତରରେ ୧୧୮୨ ଓ ପ୍ରଥମ ଶ୍ରେଣୀରେ ୭୮୪୩ ଛାତ୍ରଛାତ୍ରୀ ଙ୍କୁ ନାମଲେଖା ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମ ର ତଦାରଖ ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ଵ ଦିଆଯାଇଛି । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ,, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଶ୍ରୀ ଛବିଲାଲ ସିଂ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଓ ଆଦିବାସୀ ଶିକ୍ଷା ସଂଯୋଜକ ଉପସ୍ଥିତ ରହିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାରର ମାସିକ ଆଲୋଚନା ଚକ୍ର  ଆଧ୍ୟାତ୍ମିକ ଆଚରଣ ଜଳବାୟୁ ପରିବର୍ତ୍ତନ ର ସମାଧାନ 

କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ କରୁଛନ୍ତି ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ 

masiha

ରାଜ୍ୟସ୍ତରୀୟ ବସୁମତୀ ସ୍ନାନ ସାରସ୍ବତ ମହୋତ୍ସବ 

masiha

Leave a Comment

error: Content is protected !!