ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୟାଗଡ଼ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସେମିନାର 

ନୟାଗଡ଼ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସେମିନାର 

ବାଲେଶ୍ଵର,୧୬/୯/୨୩ – ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ଵର ଓ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ, ନୟାଗଡ଼ର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମିଳିତ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସଂପାନ(ସେମିନାର) ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଂପାନକୁ ଡ. ଅରୁଣ କୁମାର ସାହୁ, ପ୍ରାକ୍ତନ ମନ୍ତ୍ରୀ, ବିଶିଷ୍ଟ ଅନୁଚିନ୍ତକ, ସ୍ତମ୍ଭକାର ତଥା ମାନ୍ୟବର ବିଧାୟକ, ନୟାଗଡ଼, ଉଡ୍ଘାଟନ କରିଥିଲେ । ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଆଇଏଏସ, ଏହି ସଂପାନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ପ୍ରାକ୍ତନ ପ୍ରଫେସର ଡ.ଗୌରାଙ୍ଗ ଚରଣ ଦାଶ, ଆଲୋଚକ ତଥା ସାରଳା ସାହିତ୍ୟ ଗବେଷକ, ପ୍ରାକ୍ତନ ପ୍ରଫେସର ଡ.ପ୍ରେମାନନ୍ଦ ମହାପାତ୍ର ଏବଂ ଡ.ଫଣୀନ୍ଦ୍ର ଭୂଷଣ ନନ୍ଦ, ଗାଳ୍ପିକ ତଥା ଓଡ଼ିଶା ଭାଷା ପ୍ରତିଷ୍ଠାନ ସଦସ୍ୟ ସମ୍ମାନିତ ଅତିଥି ରୂପେ ମଞ୍ଚ ମଣ୍ଡନ କରିଥିଲେ । ଅତିଥି ରୂପେ ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରା ଯୋଗ ଦେଇଥିଲେ । ନୟାଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ନାୟକ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ.ବାନାମ୍ବର ପୃଷ୍ଟି, ସଂଚାଳକ ତଥା ଆବାହକ କାର୍ଯ୍ୟ ତୁଲାଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ଡ. ବିଜୟ କୁମାର ଚୋୈଧୁରୀ, ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମରେ ଉତ୍ସାହ ଭରି ଦେଇଥିଲେ । କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗ ଅଧ୍ୟାପକ ସଞ୍ଜୟ କୁମାର ସାହୁ, ସହଦେବ ବେହେରା, ହରେକୃଷ୍ଣ ଦାଶ, ପ୍ରମୋଦ କୁମାର ବେହେରା, ଡ.ଜ୍ୟୋତ୍ସ୍ନାଞ୍ଜଳୀ ମଙ୍ଗରାଜ ଓ ଲେପ୍ଟନାଣ୍ଟ ଡ.ବିନ୍ଦୁଲତା ଷଣ୍ଢ ପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ । ଏଥିରେ ପ୍ରାୟ ୪୫୦ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ କର୍ମଚାରୀ ସକ୍ରୀୟ ଅଂଶ ଗ୍ରହଣ କରି ସଭାଟିକୁ ପୂର୍ଣ୍ଣ ସାଫଲ୍ୟ ମଣ୍ଡିତ କରିଥିଲା ।।

ବାଲେଶ୍ଵର ରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ କାଶିପୁର ଗସ୍ତ

Sunil Chandra Nayak

ମଧୁପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!