ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂଜାରିଗୁଡା ଧାନ ମଣ୍ଡି ରୁ ଆଜିବି ଧାନ ଉଠି ପାରିନାହିଁ

ପୂଜାରିଗୁଡା ଧାନ ମଣ୍ଡି ରୁ ଆଜିବି ଧାନ ଉଠି ପାରିନାହିଁ

ତେନ୍ତୁଳିଖୁଣ୍ଟି ୨୦/୧୨/୨୩  // ତେନ୍ତୁଳିଖୁଣ୍ଟି ବ୍ଳକର  ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ଅଧିନର ପୂଜାରିଗୁଡା ଧାନ ମଣ୍ଡି ର ଚାଷୀଙ୍କ ଧାନ ଉଠି ପାରି ନାହିଁ।ଗତ 10 ତାରିଖରୁ ମଣ୍ଡି ଉଦଘାଟିତ ହୋଇଥିଲା ମାତ୍ର ମିଲର ଙ୍କୁ ଟାଗ ହୋଇ ନ ଥିଲା। ତେଣୁ 18 ତାରିଖ ଦିନ ପ୍ରଥମ କରି ଚାଷି ଧାନ ମଣ୍ଡି କୁ ଧାନ ନେଇଥିଲେ।ଉକ୍ତ ଦିନରୁ ହି କଟନୀ ଛଟନୀ କୁ ନେଇ ଚାଷୀ ମିଲର ମଧ୍ୟରେ ତୁ ତୁ ମେ ମେ ହୋଇ ଧାନ ଉଠି ପାରି ନଥିଲା ।।ଆଜିର ମଣ୍ଡିରେ 7 ଟି ମିଲର ଙ୍କ  ଧାନ ନେବାର ସରକାର ଙ୍କନିର୍ଦ୍ଦେଶ ରହିଛି ମାତ୍ର ଚାଷିଂକ ଧାନ ଉଠି ପାରିଲା ନାହିଁ।  ଚାଷୀ 2 kg ଧାନ କଟନୀ ସର୍ତ୍ତରେ ଦେବାକୁ  ଚାଷି ରାଜୀ ହୋଇଛନ୍ତି।ମାତ୍ର ମିଲର ଧାନ ନେବାକୁ ରାଜି ହେଲେ ନାହିଁ । ପାତ୍ର ପୁଟ ମଣ୍ଡି ରେ ଦୁଇ କେଜି କଟନୀ ସର୍ତ୍ତରେ ଧାନ ଉଠିଲା। ତେନ୍ତୁଳିଖୁଣ୍ଟି ବ୍ଳକର ଚାଷୀ ସଙ୍ଘ , ଧାନ ଆଣିଥିବା ଚାଷୀ ,ମିଲର, ଆର ଏମ ସି ଅଧିକାରୀ ,ବ୍ଲକ ଯୋଗାଣ ଅଧିକାରୀ ରୋହିତ କୁମାର ମାଝି ଙ୍କ ଉପସ୍ଥିତିରେ କଟନୀ ଛଟନୀ ନେଇ ଵୈଠକ ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିଲା ନାହିଁ।ମିଲର ନିଜ ଜିଦ ରେ ହି ରହିଥିଲେ। ଆଜିର ପୂଜାରିଗୁଡା ମଣ୍ଡି ରେ ବ୍ଳକରେ 100 ରୁ ଉର୍ଦ୍ଧ୍ବ ଚାଷି ରହିଥିଲେ।ସେମାନେ ହେଲେ ଚାଷୀ ସଂଘ ସଭାପତି ବସନ୍ତ କୁମାର ପାଣିଗ୍ରାହୀ, ବରିଷ୍ଠ ଚାଷୀ ନାରାୟଣ ପାତ୍ର,କିଶୋର ସିଂ, ବୃନ୍ଦାବନ ତ୍ରିପାଠୀ, ଦିଲିପ ପ୍ରଧାନି, ଶେଖର ଖୁରା,ଧରଣୀ ସିଂ, ହରିଚନ୍ଦ୍ର ନାୟକ, ମଣ୍ଡୁ ନାୟକ, ବସନ୍ତ ବିଷୋୟୀ, ସୁନୀଲ ସିଂହ ଉପସ୍ଥିତ ରହିଥିଲେ।ଏହି ବ୍ଳକର 7 ଜଣ ମିଲର ବି ଉପସ୍ଥିତ ରହିଥିଲେ। ଆସନ୍ତା କାଲି ସୁଦ୍ଧା ଚାଷୀ ଙ୍କ ଧାନ ନ ଉଠିଲେ ଜିଲାପାଳ ଙ୍କ ପାଖେ ଦ୍ଵାରସ୍ଥ ହେବୁ ,ତାହା ସହ ରାସ୍ତା ରୋକ କରିବୁ ବୋଲି ନାରାୟଣ ପାତ୍ର କହିଛନ୍ତି। 

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦଶ ରୁ ମଣ୍ଡି ଉଦଘାଟନ ହୋଇ ଥିଲେ ମଧ୍ୟ ମିଲର ଧାନ କିଲେ ଟି ମଧ୍ୟ ଧାନ ଉଠାଇ ନ ଥିବା ବେଳେ ମିଲର ଙ୍କ ଗାଡି ଦିନ ତମାମ ବିଭିନ୍ନ ଗ୍ରାମ କୁ ଯାଇ ଧାନ କ୍ୱିଣ୍ଟାଲ କ୍ୱିଣ୍ଟାଲ ନେଉଛନ୍ତି, ଅଧାରୁ ଅଧିକ ଚାଷୀଙ୍କ ଧାନ ନେଇ ସାରିଲେଣି ଏଣୁ ସେମାନେ ନିଜ ଜିଦ ରେ ଅଟଳ ରହୁଥିବା ଚର୍ଚ୍ଚା ହେଉଛି। ଯେତେ ଗୋଟି ମିଲ ମଣ୍ଡି ପାଇଁ ଟାଗ ହୋଇଛି ସମସ୍ତଙ୍କ ଗୋଦାମ ଯାଞ୍ଚ କରିବାକୁ ଚାଷୀ ପ୍ରଶାନ୍ତ ନାୟକ ଦାବୀ କରିଛନ୍ତି । ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ଚାଷୀ ଙ୍କୁ ମଣ୍ଡି ନିୟମ ଅନୁସାରେ ହକ ଦେବାକୁ ମିଲର ରାଜି ହେବେ ବୋଲି ଅନ୍ୟ ଚାଷୀ ମାନେ ମତ ରଖନ୍ତି।

 ଧାନ ନ ଉଠିବା ନେଇ ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ଏମ ଡି ନରେଶ ଦାଶ ଙ୍କ ପ୍ରତିକ୍ରିୟା ଥିଲା କଟନୀ ଛଟନୀ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ନିଷ୍କର୍ଷ ବାହାରି ପାରିନି ଆସନ୍ତାକାଲି ବିକଳ୍ପ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି । 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କର୍ଲାମୁଣ୍ଡା ବ୍ଲକରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

Sunil Chandra Nayak

ଚାଷୀ ଙ୍କ ମୋଟର ଚୋରି

masiha

ତେନ୍ତୁଳିଖୁଣ୍ଟି ବ୍ଲକର  ଗୌରବ ଆଣିଥିବା ବିଶ୍ଵଜିତ କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!