ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ଦରଖାସ୍ତ

ନର୍ଲା-(ମନୀସ) କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ୫ମ ଶ୍ରେଣୀରେ ପଢ଼ୁଥିବା ବିଦ୍ୟାର୍ଥୀଙ୍କ ଠାରୁ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନରେ ଦରଖାସ୍ତ ଆହ୍ଵାନ କରାଯାଉଅଛି। ଏଥିପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ୨୯ ଅପ୍ରେଲ ୨୦୨୩ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ୧.୫.୨୦୧୧ ରୁ ୩୦.୪.୨୦୧୩ ମଧ୍ୟରେ ଜନ୍ମଗ୍ରହଣ କରିଥିବା ବିଦ୍ୟାର୍ଥୀ ନିଜ ଜନ୍ମପ୍ରମାଣପତ୍ର, ଆଧାର କାର୍ଡ, ପାସପୋର୍ଟ ଫଟୋ ତଥା ପ୍ରଧାନ ଶିକ୍ଷକଙ୍କ ଠାରୁ ଆବେଦନ ଫର୍ମରେ ଦସ୍ତଖତ ନେଇ ନବୋଦୟ ବିଦ୍ୟାଳୟ ସମିତିର ୱେବସାଇଟ www.navodaya.gov,inରେ ଅନ୍ତିମ ତାରିଖ ୩୧.୧.୨୦୨୩ ପର୍ଯ୍ୟନ୍ତ ଆବେଦନ କରି ପାରିବେ ବୋଲି ଜବାହର ନବୋଦୟ ବିଦ୍ୟାଳୟ ନର୍ଲା ଅଧ୍ୟକ୍ଷ ଚିନ୍ତାମଣି ଦ୍ଵିବେଦୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ସ୍କୁଲ କମିଟି ତାଲା ପକାଇଲେ

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ 

masiha

ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଟ୍ରଷ୍ଟ ର ସାମାଜିକ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!