ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା  // ଭବାନୀପାଟଣା ବ୍ଳକ ଅର୍ନ୍ତଗତ ଗଣନାଥପୁର ଉଚ୍ଚ ବିଦ୍ୟାଳୟ ଭବାନୀପାଟଣାଠାରେ ରାଜ୍ୟ ଶିକ୍ଷକ ନେତା ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ଠାକୁର ଚରଣ ସାହୁ ପୁରାତନ ଗୋଷ୍ଠୀ ଶିକ୍ଷା ଅଧିକାରୀ , ହରେ କୃଷ୍ଣ ସାହୁ ପୁରାତନ ପ୍ରଧାନ ଶିକ୍ଷକ କୁର୍ଲୁଭଟ୍ଟା ପ୍ରାଥମିକ ବିଦ୍ୟାଳୟ, ଶାନ୍ତି ରାଣୀ ଢାଲୀ ପ୍ରଧାନ ଶିକ୍ଷୟିତ୍ରୀ ସରଧାପୁର ପ୍ରାଥମିକ ବିଦ୍ୟାଳୟଙ୍କୁ ଆଜିର ସଭା ରେ ସମ୍ବର୍ଦ୍ଧିତ କରାଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜନତା ଉଚ୍ଚ ବିଦ୍ୟାଳୟ,ବୋର୍ଡା ର ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ହୃଷୀକେଶ ନାଏକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀପାଟଣା, ଡ ପ୍ରିୟ ରଞ୍ଜନ ବେହେରା ଅଧ୍ୟାପକ, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ, ପ୍ରଦୀପ କୁମାର ନେଗୀ ପ୍ରଧାନ ଶିକ୍ଷକ, ଗଣନାଥପୁର ଉଚ୍ଚ ବିଦ୍ୟାଳୟ, ପ୍ରଫୁଲ୍ଲ କୁମାର ଠାକୁର ସି ଆର ସି ସି ମଝିପଡ଼ା, ତୁଳସୀ ରାମ ସାହୁ ସି ଆର ସି ସି ମେଦିନୀପୁର, ପୂର୍ଣ୍ଣ ଚନ୍ଦ୍ର ନେଗି ସି ଆର ସି ସି ଦେ ପୁର, ସୂର୍ୟ ନାରାୟଣ ମହାନ୍ତି ସି ଆର ସି ସି ତେନ୍ତୁଳଖୁଣ୍ଟି, ବିଶିଷ୍ଟ ଶିକ୍ଷାବିତ ଲୋକନାଥ ମହାକୁଡ, ଜଗନ୍ନାଥ ପ୍ରସାଦ ଦାସ ପ୍ରଧାନ ଶିକ୍ଷକ ଗୁଡ଼ିଆଲିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରବୀନ୍ଦ୍ରନାଥ ଦାଶ ସହ ଶିକ୍ଷକ ତଥା ସଭାର ଆବାହକ ବିଶ୍ୱଜିତ ରାୟ ସି ଆର ସି ସି ଗଣନାଥପୁର ପ୍ରମୁଖ ମଞ୍ଚାଷିନ ଥିଲେ। ବିଭୁ ବନ୍ଦନା ସହ ଗଣନାଥପୁର ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ନୃତ୍ୟ ସହ ସଭାକାର୍ଯ ଆରମ୍ଭ ହୋଇଥିଲା । ଉପସ୍ଥିତ ସମସ୍ତ ଅତିଥି ମାନେ ଅବସର ନେବାକୁ ଯାଉଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକ ଦ୍ୱୟଙ୍କ ଶିକ୍ଷା ଦାନ ଭଳି ମହତ୍ ସେବାରେ ସେମାନଙ୍କ ଜୀବନ କିପରି ଉତ୍ସର୍ଗୀକୃତ କରିଥିଲେ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ଶିକ୍ଷକ ନେତା ତଥା ସଭାର ସଭାପତି ମଞ୍ଚ ପରିଚାଳନା କରିଥିଲେ ଏବଂ ଶିକ୍ଷକ ସମାଜକୁ ଭାଇଚାରାର ରଜ୍ଜୁରେ ବାନ୍ଧି ଦେଇଥିଲେ। ଜିଲ୍ଲାରେ ପଢିବାକୁ ଶିଖିବା ଶିଖିବାକୁ ପଢ଼ିବା ଏକ ସ୍ବତନ୍ତ୍ର ଶିକ୍ଷଣ କାର୍ଯକ୍ରମକୁ କିପରି କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରେ ସଫଳ ରୂପାୟନ ହେବ ସେ ସମ୍ବନ୍ଧରେ କେନ୍ଦ୍ର ସାଧନ ସଂଯୋଜକ ଗୁରୁତ୍ଵ ଦେଇଥିଲେ। ଅବସର ନେଇଥିବା ଅତିଥିମାନଙ୍କୁ ଉପଢୌକନ, ମାନପତ୍ର ସହ ପ୍ରୀତି ଉପହାର ପ୍ରଦାନ କରା ଯାଇଥିଲା। ଶିକ୍ଷକ ଧନଞ୍ଜୟ ସାହୁ ମାନପତ୍ର ପଠନ କରିଥିବା ବେଳେ ଶିକ୍ଷକ ମନୋଜ କୁମାର ମହାକୁଡ ସମସ୍ତ କାର୍ଯକ୍ରମର ଆୟୋଜନ କରିବାରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗଣନାଥପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗଣନାଥପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । ଶେଷରେ ବିଶ୍ୱଜିତ ରାୟ ସାଧନ କେନ୍ଦ୍ର ସଂଯୋଜକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଧାନ ବିକ୍ରି କୁ ନେଇ ଚିନ୍ତାରେ ଚାଷୀ ଜିଲ୍ଲାପାଳ ଓ ବିଧାୟକଙ୍କୁ କଲେ ଅଭିଯୋଗ

Sunil Chandra Nayak

ଦାଦନ ସମସ୍ୟା ଦାଦନ ର ଦୁଃଖ 

masiha

ବିଶୋଇ ରେ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

masiha

Leave a Comment

error: Content is protected !!