ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡା ବ୍ଲକରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

କର୍ଲାମୁଣ୍ଡା ବ୍ଲକରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ସୁଶ୍ରୀ ସୁଚରିତା ମୁଗ୍ରୀ ବୁଧବାର ଦିନ କାର୍ଯ୍ଯରେ ଯୋଗଦାନ କରିଛନ୍ତି I ସେ ପୂର୍ବରୁ ବଲାଙ୍ଗିର ଜିଲ୍ଲା ରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ I ଏଥିରେ ବ୍ଲକ ଭାଜପା କମିଟି, ସଭାପତି ଡୋଳାମଣି ଭୋଇ, ଯୋରାଡବରା ମଣ୍ଡଳ ସଭାପତି ଯତିଦ୍ର ସାହୁ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ I ସେହିପରି ବିଜୁଜନତା ଦଳର ବ୍ଲକ ସଭାପତି ଯଶୋବନ୍ତ ସାହୁ, ଯୁଗଳ କିଶୋର ନାଏକ ଙ୍କ ସମେତ ଶତାଧିକ କର୍ମକର୍ତ୍ତା ଏବଂ ସରପଞ୍ଚ ସଂଘର ସଭାପତି ବରୁଣ ଛତ୍ରିଆ ସମେତ ଏଗାରଟି ପଞ୍ଚାୟତ ର ସରପଞ୍ଚ ମାନେ ମଧ୍ୟ ସ୍ବାଗତ ଜଣାଇଛନ୍ତି I ବିଭାଗୀୟ ପଦୋନ୍ନତି ପାଇବା ପରେ ବିଡ଼ିଓ ସୁଚରିତା ମୁଗ୍ରୀ ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଛନ୍ତି I ଅଞ୍ଚଳରେ ବେଆଇନ ଦୁର୍ନିତି, ଅସାମାଜିକ କାର୍ଯ୍ୟକଳାପ ଉପରେ କଡା ନଜର ରଖି ଜନସାଧାରଣଙ୍କ ସହ ମିଶି ସମସ୍ୟା ଗୁଡିକର ସମାଧାନ କରିବା ମୋର ପ୍ରଥମ ଲକ୍ଷ୍ୟ ରହିବ ବୋଲି ପ୍ରତିକ୍ରିୟା ରେ ସୁଶ୍ରୀ ବିଡ଼ିଓ ସୁଚରିତା ମୁଗ୍ରୀ କହିଛନ୍ତି I ଆଜି କାର୍ଯ୍ଯରେ ଯୋଗଦାନ ପରେ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି I ପ୍ରକାଶ ଥାଉକି ସୁଶ୍ରୀ ସୁଚରିତା ମୁଗ୍ରୀ ତା.୦୨.୧୦.୨୦୨୨ ରୁ ୩୧.୧.୨୦୨୪ ପର୍ଯ୍ୟନ୍ତ କର୍ଲାମୁଣ୍ଡା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ଯ କରିଥିଲେ I ବର୍ତ୍ତମାନ ଦ୍ବିତୀୟ ଥର ପୁନଃ ଯୋଗଦାନ କରିଛନ୍ତି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

masiha

ଚଇତି ମଞ୍ଚରେ ଉନ୍ମୋଚନ ହେଲା ଚଇତି ଗୀତ ୨୦୨୪, କଣ୍ଠଦାନ କରିଛନ୍ତି ଆଞ୍ଚଳିକ ଦିବ୍ୟାଙ୍ଗ କଳାକାର 

masiha

ପଦୋନ୍ନତି ସମୟ ସୀମାରେ କୋହଳ ପାଇଁ ରାୟଗଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କୃତଜ୍ଞତା

Sunil Chandra Nayak

Leave a Comment

error: Content is protected !!