ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁଞ୍ଜିଆ ଦମ୍ପତି ହେଲେ ରାଜ ଅତିଥି

ନୂଆପଡା,// ଗଣତନ୍ତ୍ର ଦିବସ ପେରେଡ଼ର ଅତିଥି ହେବେ ଭୁଞ୍ଜିଆ ଦମ୍ପତି । ପାରମ୍ପରିକ ବେସବୁଶା ରେ ଓଡିଶା ରୁ ଯିବେ ରାଜଧାନୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ଭେଟି ନିଜଗାଥା କହି ଆଦିବାସୀ ଙ୍କ ବିକାଶ ପାଇଁ ନିବେଦନ କରିବେ । 

ଭୁଞ୍ଜିଆ ଦମ୍ପତି ଙ୍କ ଦିଲ୍ଲୀ ଗସ୍ତ ର ଖବର ପାଇ ସମଗ୍ର ନୂଆପଡା ଜିଲ୍ଲା ସମେତ ବିଶେଷ କରି ସୁନାବେଡା ଅଂଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ ରାଜପଥରେ ରାଜ ଅତିଥିଭାବେ ସାମିଲ ହେବେ ନୂଆପଡା ଜିଲ୍ଲା ର ଆଦିବାସୀ ଦମ୍ପତି । ସୁନାବେଡା ଅଭୟାରଣ୍ୟ ର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝୀ ଓ କୁଞ୍ଜବାଇ ମାଝୀ ଙ୍କୁ ଏଥିଲାଗି ଦିଲ୍ଲୀ ରୁ ନିମନ୍ତ୍ରଣ ଆସିଛି । ସେଠି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଙ୍କୁ ଭେଟିବେ ଓ ଆଦିମ ଜନଜାତି ଙ୍କ ପାରମ୍ପରିକ କନ୍ଦମୂଳ ଓ ମିଲେଟ ଜାତୀୟ ଖାଦ୍ୟ ଖାଇବାକୁ ଦେବେ ବୋଲି ଦମ୍ପତି ଉତ୍ସାହ ପ୍ରକାଶ କରିଛନ୍ତି । 

ସୂଚନା ଅନୁସାରେ ପ୍ରତିବର୍ଷ ଓଡିଶାରୁ ଏକ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଙ୍କୁ ରାଜ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥାଏ । ଏଥର ସୁନାବେଡା ଅଭୟାରଣ୍ୟ ରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସ୍ଥାନ ପାଇଛନ୍ତି । କାର୍ଯ୍ୟକ୍ରମ ରେ ରାଜ୍ୟରୁ କେବଳ ଆଦିମ ଜନଜାତି ସମ୍ପ୍ରଦାୟର ରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସାମିଲ ହେବେ । ପାରମ୍ପରିକ ବେସପୋଷାକ ପରିଧାନ କରି କାର୍ଯ୍ୟକ୍ରମ ରେ ସାମିଲହେବେ । ଏହି ସମ୍ପ୍ରଦାୟ ରେ ଚପଲ ପିନ୍ଧିବା ର ପରମ୍ପରା ନଥିବାରୁ ଭୁଞ୍ଜିଆ ଦମ୍ପତି ଖାଲି ପାଦରେ ଯାତ୍ରା କରିବେ ବୋଲି କହିଛନ୍ତି । ଜାନୁଆରୀ ୨୧ ତାରିଖ ରେ ଏମାନେ ସୁନାବେଡା ରୁ ବାହାରିବେ । ଏମାନଙ୍କ ସହ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ହିମାଂଶୁ ମହାପାତ୍ର ମଧ୍ୟ ଯାତ୍ରା କରିବେ । ଏମାନେ ବିମାନ ରେ ପ୍ରଥମ କରି ଯାତ୍ରା କରିବାକୁ ଯାଉଥିବାରୁ ବେଶ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି । ଦିଲ୍ଲୀ ସମାରୋହରେ ଯୋଗଦେବା ସହ ଏମାନେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ସମେତ ବହୁ ମନ୍ତ୍ରୀ ଅଧିକାରୀ ଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସୁନାବେଡା ଉପତ୍ୟକା ର ଆଦିମ ଜନଜାତି ଙ୍କ ପାରମ୍ପରିକ ଖାଦ୍ୟ କନ୍ଦମୂଳ ଓ ମିଲେଟ ଜାତୀୟ ଖାଦ୍ୟ ରାଷ୍ଟ୍ର ମୁଖ୍ୟ ଙ୍କୁ ଖାଇବାକୁ ଦେବେ । ଏହା ସହ ଦିଲ୍ଲୀ ର ବିଭିନ୍ନ ଦର୍ଶନୀୟ ତଥା ଐତିହାସିକ ସ୍ଥାନ ପରିଦର୍ଶନ କରି ଫେବୃଆରୀ ଦୁଇ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ଏମାନଙ୍କ ସବୁ ଖର୍ଚ୍ଚ ସରକାର ବହନ କରୁଥିବା CBDA ଅଧିକାରୀ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଏହି ଦମ୍ପତି ଙ୍କ ଗସ୍ତ କୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଖୁସି ଜାହିର କରିଥିବା ବେଳେ ରାଷ୍ଟ୍ର ମୁଖ୍ୟ ମାନଙ୍କୁ ଭେଟିବା ପରେ ଆଦିବାସୀ ଙ୍କ ଉନ୍ନତି ହେବ ବୋଲି ଆଶା ବାନ୍ଧିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମସ୍କାଗୁଡାଠାରେ କ୍ଳଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ସକାଳ ର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ୍ସ ଦିବସ ପାଳନ

masiha

୨୭ ସେପ୍ଟେମ୍ବରରେ ପାଳିତ ହେବାକୁ ଥିବା ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ଉପଲକ୍ଷେ କୁଇଜ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!