ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁଞ୍ଜିଆ ଦମ୍ପତି ହେଲେ ରାଜ ଅତିଥି

ନୂଆପଡା,// ଗଣତନ୍ତ୍ର ଦିବସ ପେରେଡ଼ର ଅତିଥି ହେବେ ଭୁଞ୍ଜିଆ ଦମ୍ପତି । ପାରମ୍ପରିକ ବେସବୁଶା ରେ ଓଡିଶା ରୁ ଯିବେ ରାଜଧାନୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ଭେଟି ନିଜଗାଥା କହି ଆଦିବାସୀ ଙ୍କ ବିକାଶ ପାଇଁ ନିବେଦନ କରିବେ । 

ଭୁଞ୍ଜିଆ ଦମ୍ପତି ଙ୍କ ଦିଲ୍ଲୀ ଗସ୍ତ ର ଖବର ପାଇ ସମଗ୍ର ନୂଆପଡା ଜିଲ୍ଲା ସମେତ ବିଶେଷ କରି ସୁନାବେଡା ଅଂଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ ରାଜପଥରେ ରାଜ ଅତିଥିଭାବେ ସାମିଲ ହେବେ ନୂଆପଡା ଜିଲ୍ଲା ର ଆଦିବାସୀ ଦମ୍ପତି । ସୁନାବେଡା ଅଭୟାରଣ୍ୟ ର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝୀ ଓ କୁଞ୍ଜବାଇ ମାଝୀ ଙ୍କୁ ଏଥିଲାଗି ଦିଲ୍ଲୀ ରୁ ନିମନ୍ତ୍ରଣ ଆସିଛି । ସେଠି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଙ୍କୁ ଭେଟିବେ ଓ ଆଦିମ ଜନଜାତି ଙ୍କ ପାରମ୍ପରିକ କନ୍ଦମୂଳ ଓ ମିଲେଟ ଜାତୀୟ ଖାଦ୍ୟ ଖାଇବାକୁ ଦେବେ ବୋଲି ଦମ୍ପତି ଉତ୍ସାହ ପ୍ରକାଶ କରିଛନ୍ତି । 

ସୂଚନା ଅନୁସାରେ ପ୍ରତିବର୍ଷ ଓଡିଶାରୁ ଏକ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଙ୍କୁ ରାଜ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥାଏ । ଏଥର ସୁନାବେଡା ଅଭୟାରଣ୍ୟ ରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସ୍ଥାନ ପାଇଛନ୍ତି । କାର୍ଯ୍ୟକ୍ରମ ରେ ରାଜ୍ୟରୁ କେବଳ ଆଦିମ ଜନଜାତି ସମ୍ପ୍ରଦାୟର ରୁ ଚକୋଟିଆ ଭୁଞ୍ଜିଆ ଦମ୍ପତି ସାମିଲ ହେବେ । ପାରମ୍ପରିକ ବେସପୋଷାକ ପରିଧାନ କରି କାର୍ଯ୍ୟକ୍ରମ ରେ ସାମିଲହେବେ । ଏହି ସମ୍ପ୍ରଦାୟ ରେ ଚପଲ ପିନ୍ଧିବା ର ପରମ୍ପରା ନଥିବାରୁ ଭୁଞ୍ଜିଆ ଦମ୍ପତି ଖାଲି ପାଦରେ ଯାତ୍ରା କରିବେ ବୋଲି କହିଛନ୍ତି । ଜାନୁଆରୀ ୨୧ ତାରିଖ ରେ ଏମାନେ ସୁନାବେଡା ରୁ ବାହାରିବେ । ଏମାନଙ୍କ ସହ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ହିମାଂଶୁ ମହାପାତ୍ର ମଧ୍ୟ ଯାତ୍ରା କରିବେ । ଏମାନେ ବିମାନ ରେ ପ୍ରଥମ କରି ଯାତ୍ରା କରିବାକୁ ଯାଉଥିବାରୁ ବେଶ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି । ଦିଲ୍ଲୀ ସମାରୋହରେ ଯୋଗଦେବା ସହ ଏମାନେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ସମେତ ବହୁ ମନ୍ତ୍ରୀ ଅଧିକାରୀ ଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସୁନାବେଡା ଉପତ୍ୟକା ର ଆଦିମ ଜନଜାତି ଙ୍କ ପାରମ୍ପରିକ ଖାଦ୍ୟ କନ୍ଦମୂଳ ଓ ମିଲେଟ ଜାତୀୟ ଖାଦ୍ୟ ରାଷ୍ଟ୍ର ମୁଖ୍ୟ ଙ୍କୁ ଖାଇବାକୁ ଦେବେ । ଏହା ସହ ଦିଲ୍ଲୀ ର ବିଭିନ୍ନ ଦର୍ଶନୀୟ ତଥା ଐତିହାସିକ ସ୍ଥାନ ପରିଦର୍ଶନ କରି ଫେବୃଆରୀ ଦୁଇ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ଏମାନଙ୍କ ସବୁ ଖର୍ଚ୍ଚ ସରକାର ବହନ କରୁଥିବା CBDA ଅଧିକାରୀ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଏହି ଦମ୍ପତି ଙ୍କ ଗସ୍ତ କୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଖୁସି ଜାହିର କରିଥିବା ବେଳେ ରାଷ୍ଟ୍ର ମୁଖ୍ୟ ମାନଙ୍କୁ ଭେଟିବା ପରେ ଆଦିବାସୀ ଙ୍କ ଉନ୍ନତି ହେବ ବୋଲି ଆଶା ବାନ୍ଧିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଶ୍ରମଦାନ କଲେ ଅଞ୍ଚଳବାସୀ

masiha

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ପାଇଁ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ଶାଖାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ଖଡିଆଳଠାରେ ଏଲଇଡି ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଦେଖିଲେ ଶହ ଶହ ଶ୍ରଦ୍ଧାଳୁ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort