ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହର ମୋହନ ଦାସ ଙ୍କ ୯୫ ତମ ଜନ୍ମ ଜୟନ୍ତୀ ପାଳିତ

ଢେ଼ଙ୍କାନାଳ(ମ ସୀ ହା) ଗତ କାଲି ତା ୦୬/୦୧/୨୩ ଶୁକ୍ରବାର ଦିନ ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ତରଫରୁ ସ୍ଥାନୀୟ ଯାଉଁଳି ପୋଖରୀ ମଠ ପାରାୟଣ ମଣ୍ଡପରେ ସ୍ୱର୍ଗତ କବି ହରମୋହନ ଦାସଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୋମେନ୍ଦୁ ଶତପଥୀ ସଭାପତିତ୍ବ କରିଥିବା ବେଳେ ସ୍ୱର୍ଗତ କବିଙ୍କର ପୁତ୍ର ଶ୍ରୀ ପଦାରବିନ୍ଦ ଦାସ ମୁଖ୍ୟ ଅତିଥି, ଶିଳ୍ପୀ ଶ୍ରୀ ପରେଶ ପଟ୍ଟନାୟକ ସମ୍ମାନିତ ଅତିଥି, ଅନୁଷ୍ଠାନର ସାହିତ୍ୟ ଶାଖା ଚରୈବେତିର ପ୍ରମୁଖ ଶ୍ରୀ ସୁଶୀଳ କୁମାର ନନ୍ଦ ମୁଖ୍ୟ ବକ୍ତା, ଶ୍ରୀ ଗିରିଶ ଚନ୍ଦ୍ର ଦାସ ସମ୍ମାନୀୟ ବକ୍ତା ରୂପେ ଯୋଗ ଦେଇ ସ୍ୱର୍ଗତ କବିଙ୍କର ଜୀବନୀ ଓ ତାଙ୍କ ସାହିତ୍ୟ କୃତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ରାଉତ ସଭା ସଞ୍ଚାଳନ କରିଥିଲେ। ଶ୍ରୀ ବୈକୁଣ୍ଠ ନାଥ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କବି ରବୀନ୍ଦ୍ରନାଥ ସାହୁଙ୍କର ସଭାପତିତ୍ୱରେ ପ୍ରଥମେ କବିତା ପାଠ ହୋଇଥିଲା, ଯେଉଁଥିରେ ଚରୈବେତିର ସହପ୍ରମୁଖ ଶ୍ରୀ ବିବେକାନନ୍ଦ ଷଡ଼ଙ୍ଗୀ ସଂଯୋଜକ ଦାୟିତ୍ଵ ତୁଲାଇଥିଲେ। ପଚିଶ ଜଣ କବି ଏଥିରେ ନିଜର କବିତା ପାଠ କରିଥିଲେ ଯାହା ବେଶ୍ ଉଚ୍ଚମାନର ଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଶ୍ରୀ ଅବିନାଶ ପଟ୍ଟନାୟକ, ଶ୍ରୀ ବିଶ୍ୱଜିତ୍ ବରାଳ, ଶ୍ରୀ ବିନୋଦ ମଲ୍ଲିକ ଏବଂ ବିଭୁନାରାୟଣ ଦ୍ବିବେଦୀ ଆଦି ଅନୁଷ୍ଠାନର ସଭ୍ୟମାନେ ନିଷ୍ଠାପର ସହଯୋଗ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ପାପଡ଼ାହାଣ୍ଡ ୧୨ ଘଣ୍ଟା ବନ୍ଦ 

masiha

ସାଇନିଂ ରକର୍ସ ଏକାଡେମୀ ର ବାର୍ଷିକ ଉତ୍ସବ ଆସନ୍ତା ୨୬ ରେ ….

masiha

ଲୁହାଶିଳା ସାନ୍ତାଳୀ ଵିଦ୍ଯାଳୟ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ 

masiha

Leave a Comment

error: Content is protected !!