ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିରିଡ଼ି ସାଇ ଟ୍ରଷ୍ଟ ତରଫରୁ ଖିଜୁରିଆ ଗ୍ରାମରେ ବୃକ୍ଷରୋପଣ ,ରାସ୍ତା ସଫେଇ ପରିସରରେ ବୃକ୍ଷ ରୋପଣ,ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ 

ସିରିଡ଼ି ସାଇ ଟ୍ରଷ୍ଟ ତରଫରୁ ଖିଜୁରିଆ ଗ୍ରାମରେ ବୃକ୍ଷରୋପଣ ,ରାସ୍ତା ସଫେଇ ପରିସରରେ ବୃକ୍ଷ ରୋପଣ,ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ 

ରାଇରଙ୍ଗପୁର – ସିରିଡ଼ି ସାଇ ଟ୍ରଷ୍ଟ୍ ତରଫରୁ ଖିଜୁରିଆ ଗ୍ରାମରେ ବିଭିନ୍ନ ସାମାଜିକ ଓ ଉନ୍ନୟନମୂଳକ ତଥା ବୃକ୍ଷ ରୋପଣ, ଗ୍ରାମର ପୋଖରୀ ପଙ୍କ ଉଦ୍ଧାର,ସ୍ଵାକ୍ଷରତା,ରାସ୍ତା ସଫେଇ,ନିଶା ନିବାରଣ ସଚେତନତା,ସିରିଡ଼ି ସାଇ ମନ୍ଦିର ନିର୍ମାଣ ,ଆଧ୍ଯାତ୍ମିକତା ପ୍ରଭୃତି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଦସ୍ୟ ମାନେ କରୁଛନ୍ତି ।

 ସିରିଡ଼ି ସାଇ ଟ୍ରଷ୍ଟ୍ ର ଅଧ୍ୟକ୍ଷଙ୍କ   ଙ୍କ ନିର୍ଦ୍ଦେଶନାରେ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଣ୍ଟୁ ବାରିକ୍ ଙ୍କ ନେତୃତ୍ବରେ କୁସୁମୀ ବ୍ଲକର ହାଟବାଦଡା ପଞ୍ଚାୟତ ଅନ୍ତର୍ଗତ ଖେଜୁରିଆ ଗ୍ରାମ ରେ ବିଭିନ୍ନ ପ୍ରକାରର ଯଥା ଆମ୍ବ,ପଣସ, ନଡିଆ, ଡାଳିମ୍ବ, ଶିଶୁ ,ଶାଳ, ପିଆଶାଳ, ଶାଗୁଆନ, ଅଁଳା, ହରିଡା, ବାହାଡା, କୃଷ୍ଣଚୂଡ଼ା, ଆଦି ବିଭିନ୍ନ ପ୍ରକାରର ୫୦୦୦ ଗଛର ଚାରା ରୋପଣର ଶୁଭାରମ୍ଭ କରାଯାଇଛି । ପରିବେଶ ସୁରକ୍ଷା,ବୃକ୍ଷରୋପଣ ଓ ବୃକ୍ଷ ସୁରକ୍ଷା ଓ ଯତ୍ନ ନେବା ଉପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଟ୍ରଷ୍ଟ ତରଫରୁ ସଚେତନ କରାଯାଇଥିଲା ।

ଗଛ ଲଗାଇବା ଉପକାରୀତା ସଂପର୍କରେ ଅବଗତ କରାଇବା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପଙ୍କଜ ବାରିକ୍, ରୁନୁ କାରୁଆ, ମଣ୍ଟୁ ବାରିକ୍,ସର୍ଦ୍ଦାର ମାଝୀ, ସରୋଜ ବାରିକ୍,ସାଲାଇ ଜାମୁଦା, କାଳିଦାସ ଗଡସରା, ରାଉତ ନାଏକ,ଟୁଟୁ ବେହେରା, ହରି ବେହେରା, ବାବୁଲୁ ବାରିକ୍, ହୃଷିକେଶ ବାରିକ୍, ଅର୍ଚିତା ମାଝୀ, ଜେମା ମଣି, ଡୁମୁନି ବାସ୍କେ, ଦ୍ରୌପଦୀ କାରୁଆ, ଫୁଲ ମଣି ପାତ୍ର, ସତ୍ୟବାନ୍ ବାରିକ୍, ଟୁନା ଆପଟ୍, ତୁଷାର ବାରିକ୍,ସଞ୍ଜିବ ବେହେରା ଏବଂ ଅନ୍ୟମାନଙ୍କ ସହଯୋଗରେ ସାମାଜିକ କାର୍ଯ୍ୟକ୍ରମ ଆଗେଇ ଚାଲିଛି । ଏହି ପୋଖରୀରୁ ପଙ୍କ ଉଦ୍ଧାର କରାଯାଇ ବ୍ୟବହାରଯୋଗ୍ୟ କରାଯାଇଛି ।

ଏହା ସହିତ ରାସ୍ତା ଘାଟ ଅଳିଆ ଆବର୍ଜ୍ଜନା ସଫା କରାଯାଇଛି। ଟ୍ରଷ୍ଟ ତରଫରୁ ନୂତନ ଶିରିଡ଼ି ସାଇ ମନ୍ଦିର କାର୍ଯ୍ୟ ଦୃତ ଗତିରେ ଆଗେଇଚାଲିଛି। ଆସନ୍ତା ଫେବୃୟାରୀ ମାସରେ ନୂତନ ଶିରିଡ଼ି ସାଇ ମନ୍ଦିର ପ୍ରତିଷ୍ଠା ହେବା ନେଇ ଟ୍ରଷ୍ଟ୍ ପକ୍ଷରୁ ସୂଚନା ମିଳିଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବଶ୍ଵାଳ

Related posts

ସ୍ବାମୀ ବିବେକାନନ୍ଦ ଲୋକସଂସଦ ପକ୍ଷରୁ ଜାତୀୟ ଯୁବଦିବସ ପାଳିତ.

masiha

ଟ୍ୱିନ ସିଟି ପ୍ରେସ୍ରକ୍ଲବର ଅଧକ୍ଷ ତଥା ଜାତୀୟ ଦୁର୍ନୀତି ନିବାରଣ ତଥା ମାନବାଧିକାର କମିଟି ଅଫ ଇଣ୍ଡିଆର ଓଡିଶା ଶାଖା କାର୍ଯ୍ୟକାରୀ ସଭାପତି ସାମ୍ୱାଦିକ ପ୍ରଣବ ବିଶ୍ଵାଳ ସମ୍ବର୍ଦ୍ଧିତ

ଏକତ୍ର ର ନାଟ୍ଯ ଆଲୋଚନାଚକ୍ର , କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ: ନବୀନ ପରିଡା 

Leave a Comment

error: Content is protected !!