ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଗୁରୁ ପୂର୍ଣ୍ଣିମା ପାଳିତ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଗୁରୁ ପୂର୍ଣ୍ଣିମା ପାଳିତ

ଭବାନୀପାଟଣା ତା : ୨୯/୦୭/୨୦୨୬ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି | ପ୍ରତିବର୍ଷ ଆଷାଢ଼ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ | ଏହି ପବିତ୍ର ଦିନରେ ମହର୍ଷି ବେଦବ୍ୟାସ ଜନ୍ମଗ୍ରହଣ କରିଥିବାରୁ ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ | ସନାତନ ସଂସ୍କୃତିରେ ଗୁରୁଙ୍କୁ ଭଗବାନଙ୍କ ଠାରୁ ଉଚ୍ଚ ସ୍ଥାନ ଦିଆଯାଇଛି ଓ ଜୀବନର ପ୍ରଥମ ଗୁରୁ ହେଉଛନ୍ତି ପିତାମାତା ସେମାନଙ୍କ ଆଶୀର୍ବାଦ ଦ୍ୱାରା ହିଁ ଜୀବନ ସଫଳ ହୋଇଥାଏ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ | ସର୍ବପ୍ରଥମେ ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଓ ଦେବୀ ସାରଦା ଙ୍କ ଫୋଟୋ ଚିତ୍ର ରେ ପୂଜା ଅର୍ଚ୍ଚନା ପରେ ସଭା ଆରମ୍ଭ ହୋଇଥିଲା | ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଉପସ୍ଥିତ ରହି ଥିବା ବେଳେ ଶିକ୍ଷୟିତ୍ରୀ ଏନ.ମୁସ୍କାନ ସଭାପରିଚାଳନା ସହ ଧନ୍ୟବାଦ ଦେଇଥିଲେ |

Related posts

ଲାଇସେନ୍ସ ପ୍ରାପ୍ତ ବିହନ ବିକ୍ରେତା ଙ୍କୁ ନେଇ ବୈଠକ

masiha

ରାୟପୁର ରେ ଓଡ଼ିଶୀ ନୃତ୍ୟର ଝଲକ, ଶାସ୍ତ୍ରୀୟ ନୃତ୍ୟ ଓ଼ ସଂଗୀତର ତାଳେତlଳେ ଝୁମିଲେ ଦର୍ଶକ

Sunil Chandra Nayak

୬ ବର୍ଷ ପୁରିଲାଣି ଶେଷ ହୋଇ ପାରୁନି ଦୁଇ ଗ୍ରାମର ପୋଲ କାମ, ପଡି ରହିଛି ଅର୍ଦ୍ଧ ଖଣ୍ଡିଆ 

Sunil Chandra Nayak

Leave a Comment

error: Content is protected !!