ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଗୁରୁ ପୂର୍ଣ୍ଣିମା ପାଳିତ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଗୁରୁ ପୂର୍ଣ୍ଣିମା ପାଳିତ

ଭବାନୀପାଟଣା ତା : ୨୯/୦୭/୨୦୨୬ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି | ପ୍ରତିବର୍ଷ ଆଷାଢ଼ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ | ଏହି ପବିତ୍ର ଦିନରେ ମହର୍ଷି ବେଦବ୍ୟାସ ଜନ୍ମଗ୍ରହଣ କରିଥିବାରୁ ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ | ସନାତନ ସଂସ୍କୃତିରେ ଗୁରୁଙ୍କୁ ଭଗବାନଙ୍କ ଠାରୁ ଉଚ୍ଚ ସ୍ଥାନ ଦିଆଯାଇଛି ଓ ଜୀବନର ପ୍ରଥମ ଗୁରୁ ହେଉଛନ୍ତି ପିତାମାତା ସେମାନଙ୍କ ଆଶୀର୍ବାଦ ଦ୍ୱାରା ହିଁ ଜୀବନ ସଫଳ ହୋଇଥାଏ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ | ସର୍ବପ୍ରଥମେ ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଓ ଦେବୀ ସାରଦା ଙ୍କ ଫୋଟୋ ଚିତ୍ର ରେ ପୂଜା ଅର୍ଚ୍ଚନା ପରେ ସଭା ଆରମ୍ଭ ହୋଇଥିଲା | ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଉପସ୍ଥିତ ରହି ଥିବା ବେଳେ ଶିକ୍ଷୟିତ୍ରୀ ଏନ.ମୁସ୍କାନ ସଭାପରିଚାଳନା ସହ ଧନ୍ୟବାଦ ଦେଇଥିଲେ |

Related posts

ରାଇରଙ୍ଗପୁରର ଲୋକପ୍ରିୟ ରାଜ ସାର୍ ଙ୍କ ଦେହାନ୍ତରେ ଶୋକରେ ଛାୟା

Sunil Chandra Nayak

ବ୍ରାହ୍ମଣ ସମାଜ ପକ୍ଷରୁ ସାମୂହିକ ରକ୍ଷା ବନ୍ଧନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ସର୍ପାଘାତେ ନାବାଳିକା ମୃତ. ସାପ କୁ ଧରି ହସ୍ପିଟାଲରେ ପହଞିଲେ ପିଡିତ ପରିବାର

Leave a Comment

error: Content is protected !!