ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନ୍ଏସି ରେ ମଳ ଉପଚାର କେନ୍ଦ୍ର ବିଧାୟକ ଙ୍କ ଦ୍ବାରା ଉଦଘାଟିତ

ଧର୍ମଗଡ ଏନ୍ଏସି ରେ ମଳ ଉପଚାର କେନ୍ଦ୍ର

ବିଧାୟକ ଙ୍କ ଦ୍ବାରା ଉଦଘାଟିତ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ମିତ ମଳ ଉପଚାର କେନ୍ଦ୍ରକୁ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଲୋକାର୍ପିତ କରିଛନ୍ତି। ୨କୋଟି ୮୬ ଲକ୍ଷ୍ୟ ବ୍ୟୟରେ ଉକ୍ତ ମଳ ଉପଚାର କେନ୍ଦ୍ର ନିର୍ମିତ ହୋଇଛି।ଦୈନିକ ୧୦ କିଲୋ ଲିଟର କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରେ ସଂଗୃହିତ ମଳକୁ ତୁରନ୍ତ କମ୍ପୋଷ୍ଟ୍ ରେ ପରିବର୍ତ୍ତନ କରିବା ପାଇଁ ସ୍ୱତନ୍ତ୍ର ମେସିନ୍ ସ୍ଥାପନ କରାଯାଇଛି। ଏହା ଦ୍ୱାରା ପରିବେଶ ପରିଷ୍କାର ରହିବା ସହ ପୌରାଞ୍ଚଳର ଚାଷ ଜମିରେ ଏହାକୁ ପ୍ରୟୋଗ କରାଯାଇ ଅଧିକ ଉତ୍ପାଦନକ୍ଷମ କରାଯାଇ ପାରିବ। ଏହି ଅବସରରେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମଳ ଉପଚାର କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରିଥଲେ।ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସିର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ମନିଷା ମିଶ୍ର,ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା,ବୈଷୟିକ ସହାୟତା ବିଭାଗ ଗୄହ ଓ ନଗର ଉନ୍ନୟନ ବିଭାଗର ପ୍ରଜ୍ଞା ନାୟକ,ଓମ୍ ପ୍ରକାଶ ରଥ, କନିଷ୍ଠ ଯନ୍ତ୍ରୀ ଶରତ କୁମାର ସାହୁ, ସାନିଟେସନ୍ ଏକ୍ସପର୍ଟ ଅଭିନନ୍ଦନ ପ୍ରଧାନ ସମେତ ଧର୍ମଗଡ ଏନଏସି କର୍ମକର୍ତ୍ତା ତଥା କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୧- ଜନ ଆକ୍ରେଶ ମହିଳା ସମାବେଶ ରାଲି , ୨-ଗାରିଡି ପଞ୍ଚାୟତର ବିଏଫଟି କର୍ମଚାରିଙ୍କୁ ବଦଳି ପାଇଁ ବିଡ଼ିଓଙ୍କୁ ଭେଟିଲେ ଗାରିଡି ବାସି 

ଭୁଞ୍ଜିଆ ଦମ୍ପତି ହେଲେ ରାଜ ଅତିଥି

Sunil Chandra Nayak

ଜଲାପୁଟ ଠାରେ ଧାନ ଫାଉଣ୍ଡସେନ ତରଫୋରୁ କ୍ଷେତ୍ର ଦିବସ ପାଳନ

Leave a Comment

error: Content is protected !!