ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ଶିକ୍ଷା ଇନୋଭେସନ ଶିବିରରେ କଳାହାଣ୍ଡିର ମିଲନ ବିଶି 

ଅନ୍ତର୍ଜାତୀୟ ଶିକ୍ଷା ଇନୋଭେସନ ଶିବିରରେ କଳାହାଣ୍ଡିର ମିଲନ ବିଶି 

୭ ଦିନିଆ ଏହି ଶିବିରରେ ଭାରତର ୬୫ ଜଣ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ…..

ଥାଇଲାଣ୍ଡର ବ୍ୟାଙ୍କକସ୍ଥିତ ଏସିଆନ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଗତ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବିଜନେସ ଓ ମ୍ୟାନେଜମେଣ୍ଟ ଉପରେ ଇଣ୍ଟର ନେସନାଲ ଏଜୁକେସନ ଇନୋଭେସନ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତରୁ ୬୫ ଜଣ ଏମବିଏ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ବିଶ୍ବର ବିଭିନ୍ନ ବିଶ୍ବବିଦ୍ୟାଳୟ ମ୍ୟାନେଜମେଣ୍ଟ ପ୍ରଫେସରମାନେ ଯୋଗ ଦେଇଥିଲେ । ବିଜନେସ ଓ ଏଆଇ, ଡ଼ିଜିଟାଲ ମାର୍କେଟିଂ, ଆମଦାନୀ ଓ ରପ୍ତାନୀ, ବିଜନେସ ଇନୋଭେସନ, ଉଦ୍ୟୋଗ ଓ କାରିଗରୀ କୈାଶଳ ସମେତ ବ୍ୟବସାୟୀକ ବିଭିନ୍ନ ଦିଗ ଉପରେ ଏହି ଶିବିରରେ ତାଲିମ ଦିଆଯାଇଥିଲା । ଏହି ଟିମରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅର୍ନ୍ତଗତ ଭଇରିଗୁଡା ଗ୍ରାମର ମିଲନ କୁମାର ବିଶି ସାମିଲ ହୋଇଥିଲେ । ବର୍ତ୍ତମାନ ସେ ବେଙ୍ଗାଲୁରୁସ୍ଥିତ ନିଟି ବିଶ୍ବବିଦ୍ୟାଳୟର ଏମବିଏ ମ୍ୟାନେଜମେଣ୍ଟ ଛାତ୍ରଭାବେ ଅଧ୍ୟୟନ କରୁଛନ୍ତି । ସେ ବରିଷ୍ଟ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ଓ ବନଶ୍ରୀ ବିଶି ପୁଅ ଅଟନ୍ତି । ଏଥିନେଇ ମିଲନକୁ ବିଭିନ୍ନ ମହଲରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭାଗବତ ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧ ଵାର୍ଷିକ ଉତ୍ସବ ରେ ଠାକୁର ଅଭିରାମ ପରମହଂସଙ୍କ ସତ୍ ସଙ୍ଗ ଅନୁଷ୍ଠିତ

masiha

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳିତ 

Sunil Chandra Nayak

ବିଭିନ୍ନ ସ୍ଥାନରେ ୭୮ତମ ସ୍ବାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!