ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତିଗତ ପ୍ରମାଣପତ୍ର ବାତିଲ କରିବା ନେଇ ଭତରା ବିକାଶ ପରିଷଦ ତରଫରୁ ଦାବିପତ୍ର ପ୍ରଦାନ 

ଜାତିଗତ ପ୍ରମାଣପତ୍ର ବାତିଲ କରିବା ନେଇ ଭତରା ବିକାଶ ପରିଷଦ ତରଫରୁ ଦାବିପତ୍ର ପ୍ରଦାନ 

ଡାବୁଗାଁ,୧୮/୫ (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଖିଳ ଭାରତିୟ ଭତରା ବିକାଶ ପରିଷଦ ତରଫରୁ ଜାଲ ଜାତିଗତ ପ୍ରମାଣ ପତ୍ର ବାତିଲ କରିବା ନିମନ୍ତେ ଏକ ଦାବୀପତ୍ର ଡାବୁଗାଁ ତହସିଲଦାର ଙ୍କୁ ଶନିବାର ପ୍ରଦାନ କରାଯାଇଛି । ଡାବୁଗାଁ ତହସିଲଦାର ଙ୍କ ଅନୁପସ୍ଥିତ ରେ ମୁଖ୍ୟ କିରାଣୀ ବିଶ୍ଵନାଥ ପାଣଗ୍ରାହୀ ଦାବୀପତ୍ର ଗ୍ରହଣ କରିଥିଲେ । ଉକ୍ତ ଦାବୀପତ୍ର ରେ ଡାବୁଗାଁ ତହସିଲ ଅଧୀନ ଘୋଡାଖୁଣ୍ଟା ରାଜସ୍ବ ମଣ୍ଡଳ ଅଧୀନ ନନ୍ଦପୁରା ଗ୍ରାମର ଅମ୍ବିକା ଭତ୍ରା ପିତା ଜୟଦେବ ଭତ୍ରା ପ୍ରକୁତ ରେ ଆଦିବାସୀ ଭତରା ସମ୍ପ୍ରଦାୟ ର ନୁହନ୍ତି । ସେ କୌଶଳ କ୍ରମେ ଆଦିବାସୀ ଜାତି ପ୍ରମାଣ ପତ୍ର ହାତେଇ ନେଇ ବର୍ତ୍ତମାନ ଓଡ଼ିଶା ସବ-ଓଡ଼ିନେଟ ଷ୍ଟାଫ୍ ସିଲେକସନ୍ କମିଶନ ଅଧୀନରେ ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ଜଣ ଡମ୍ବ ସମ୍ପ୍ରଦାୟ ର ଅଟନ୍ତି । ଏନେଇ ଯୁଗ୍ମ ସଚିବ ଓଡ଼ିଶା ସବ-ଓଡ଼ିନେଟ ଷ୍ଟାଫ୍ ସିଲେକସନ୍ କମିଶନ ପତ୍ର ସଂଖ୍ୟା ଆଇ ଆଇ ଇ.୩୭/୨୦୨୪/୭୪୨/ଓଏସଏସଏସସି ତା ୨/୦୫/୨୦୨୪ରିଖ ଅନୁସହରେ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ତାଙ୍କ ଜାତି ପ୍ରମାଣ ପତ୍ର ଯାଞ୍ଚ କରିବା ନିମନ୍ତେ ଡାବୁଗାଁ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ତାଙ୍କ ର ଜାତି ପ୍ରମାଣ ପତ୍ର ରଦ୍ଧ କରାଯାଇ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ନେଇ ଦାବୀପତ୍ର ରେ ଉଲ୍ଲେଖ ରହିଛି। ଏହି ଦାବୀପତ୍ର ପ୍ରଦାନ ସମୟରେ ଡାବୁଗାଁ ବ୍ଳକ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ର ସଭାପତି ମୋହନ ନାୟକ , ସମ୍ପାଦକ ରାଇସିଂ ପୂଜାରୀ, ମୋହନ ନାୟକ, ହିରଣ୍ୟ ମାଝୀ, ଦୟାନିଧି ବଞ୍ଜରା, ମଙ୍ଗରାଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡ଼ାଙ୍କ ରିପୋର୍ଟ

Related posts

ବ୍ଲକ ଅଧ୍ୟକ୍ଷ ଓ ବିଡିଓ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ,ସମସ୍ୟା ସମାଧାନର ପ୍ରତିଶୃତି ଦେଲେ

ରାଷ୍ଟ୍ରଭାଷା ପରୀକ୍ଷା ଦେଲେ ୧୩୬ ଜଣ ପରୀକ୍ଷାର୍ଥୀ.

Sunil Chandra Nayak

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ ରେ ରାଜ୍ୟ କୁ ମନୋନୀତ

masiha

Leave a Comment

error: Content is protected !!