ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ଦଳର ପ୍ରଚାର ପ୍ରସାର ଦେଖି ଅନ୍ୟ ଦଳ ଛାନିଆ

କଂଗ୍ରେସ ଦଳର ପ୍ରଚାର ପ୍ରସାର ଦେଖି ଅନ୍ୟ ଦଳ ଛାନିଆ

ଖଇରା,୧୮/୫/୨୪- ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ ମାଣିତ୍ରି ପଞ୍ଚାୟତର କଇଁ ଗଡିଆ ଗ୍ରାମରେ ୧୨ଶହରୁ ଉର୍ଦ୍ଧ ଭୋଟର ରହୁଥିବା ବେଳେ ଗ୍ରାମକୁ ପ୍ରବେଶ କରିବା ଲାଗି ରାସ୍ତାଟିଏ ନାହିଁ । ରାସ୍ତାଟିଏ ନଥିବା ହେତୁ ଗ୍ରାମବାସୀ ମାନେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଋତୁରେ ରାସ୍ତାଟିର ଅବସ୍ଥା ଶୋଚନୀୟ ହେବା ହେତୁ ଛାତ୍ରଛାତ୍ରୀ ମାନେ ସ୍କୁଲ, କଲେଜ ଏବଂ ଡାକ୍ତରଖାନାକୁ ଯାଇପାରୁନାହାନ୍ତି । କଇଁଗଡିଆ ଗ୍ରାମର ଗ୍ରାମବାସୀ ମାନେ ଏଭଳି ପରିସ୍ଥିତିରେ ରହୁଥିବା ଖବର ଶୁଣି କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ପହଞ୍ଚି ସ୍ଥାନୀୟ ଲୋକ ମାନଙ୍କ ସହିତ ଆଲୋଚନା କରି ଅସୁବିଧାର ତୁରନ୍ତ ପ୍ରତିକାର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖଇରା ବ୍ଲକ ସଭାପତି ଶରତ କୁମାର ଦାସ, ବାଲେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ନିରଞ୍ଜନ ପରିଡା, ୬ନମ୍ବର ଜୋନ ସଭାପତି ଭାଗିରଥି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କଂଗ୍ରେସ ପ୍ରାର୍ଥୀଙ୍କ ଏଭଳି ପ୍ରଚାର ପ୍ରସାର ଦେଖି ସମସ୍ତେ କଂଗ୍ରେସ ମୁହାଁ ହେଉଥିବାର ଜଣାପଡୁଛି । ଏବଂ ଚଳିତ ସାଧାରଣ ନିର୍ବାଚନରେ ଦଳ ନିଶ୍ଚୟ ବିଜୟ ଲାଭ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନିର୍ବାଚନୀ ପ୍ରଚାରରେ ଶିଶୁ  ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ

masiha

ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ଗଣବିକ୍ଷୋଭ

Sunil Chandra Nayak

ରୁପ୍ରା ମଣ୍ଡଳ ପକ୍ଷରୁ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ପୂଣ୍ୟତିଥି ଅବସରରେ ସମର୍ପଣ ଦିବସ ପାଳିତ  

masiha

Leave a Comment

error: Content is protected !!