ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ଦ୍ବାଦଶତମ ସମାବର୍ତ୍ତନ ଉତ୍ସବ ୨୦୨୫ ନଭେମ୍ବର ୧୩ ତାରିଖରେ ବିପିୟୁଟିର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଓଡିଶା ରାଜ୍ଯପାଳ ଡକ୍ଟର ହରି ବାବୁ କମ୍ଭମପତି ଯୋଗଦେବେ

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ଦ୍ବାଦଶତମ ସମାବର୍ତ୍ତନ ଉତ୍ସବ ୨୦୨୫ ନଭେମ୍ବର ୧୩ ତାରିଖରେ

ବିପିୟୁଟିର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଓଡିଶା ରାଜ୍ଯପାଳ ଡକ୍ଟର ହରି ବାବୁ କମ୍ଭମପତି ଯୋଗଦେବେ

ରାଉରକେଲା ୧୨/୧୧, ଓଡିଶାର ବୈଷୟିକ ଶିକ୍ଷାର ପ୍ରମୁଖ କେନ୍ଦ୍ର ଭାବରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଏହାର ଦ୍ବାଦଶତମ ସମାବର୍ତ୍ତନ ଉତ୍ସବ ନଭେମ୍ବର ୧୩ ତାରିଖରେ ରାଉରକେଲା ସ୍ଥିତ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହେବ। ଏହି ଦ୍ବାଦଶତମ ସମାବର୍ତ୍ତନ ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ବିଶ୍ଵବିଦ୍ୟାଳୟର କୁଳାଧିପତି ଡ଼କ୍ଟର ହରି ବାବୁ କମ୍ଭମପତି ଅଧ୍ଯକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। 

       ବେଙ୍ଗାଲୁରର ଜାତୀୟ ମୂଲ୍ୟାଙ୍କନ ଓ ଅନୁମୋଦନ ପରିଷଦ (NAAC)ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏସ୍. ସି. ଶର୍ମା ଏହି ଦ୍ବାଦଶତମ ସବାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଫେସର ଶର୍ମା ଜଣେ ବିଶିଷ୍ଟ ଶିକ୍ଷାବିତ୍ ଭାବରେ କୁଳପତି, ଅଧ୍ଯକ୍ଷ ଏବଂ NAACର ନିର୍ଦ୍ଦେଶକ ଭଳି ବିଭିନ୍ନ ଶିକ୍ଷାଗତ ଓ ପ୍ରଶାସନିକ ପଦବୀରେ କାର୍ଯ୍ୟ କରିଛନ୍ତି। ଦେଶର ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି। 

      ଏହି ଦ୍ବାଦଶତମ ସମାବର୍ତ୍ତନ ଉତ୍ସବରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ବିଶ୍ବବିଦ୍ୟାଳୟର ବିବରଣୀ ଉପସ୍ଥାପନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିବେ।    ଏହି ଅବସରରେ ୨୦୨୪-୨୫ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ବିପିୟୁଟି ପକ୍ଷରୁ ଡିଗ୍ରୀ ସହ ୨୦ଟି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ଡିଗ୍ରୀ ପ୍ରମାଣପତ୍ରଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ପାଇଁ ଅନୁବନ୍ଧିତ ଓ ସହବନ୍ଧିତ ମହାବିଦ୍ୟାଳୟଗୁଡ଼ିକୁ ହସ୍ତାନ୍ତର କରାଯିବାର କାର୍ଯ୍ୟକ୍ରମ ରହିଛି।       ଓଡ଼ିଶା ବିଧାନସଭାର ଏକ ଅଧିନିୟମ ବଳରେ ୨୦୦୨ ମସିହାରେ ପ୍ରତିଷ୍ଠିତ ବିପିୟୁଟି, ବର୍ତ୍ତମାନ ଭୌଗୋଳିକ ପରିସୀମା ଦୃଷ୍ଟିରୁ ରାଜ୍ୟର ସର୍ବବୃହତ୍ ବୈଷୟିକ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି । ବର୍ତମାନ ଏହା ଅଧୀନରେ ୧୦ଟି ସରକାରୀ ମହାବିଦ୍ୟାଳୟ, ୨ଟି ସହବନ୍ଧିତ ମହାବିଦ୍ୟାଳୟ ଏବଂ ରାଉରକେଲା ଠାରେ ଏକ ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟୟନ କେନ୍ଦ୍ରକୁ ମିଶାଇ ମୋଟ ୧୪୫ଟି ମହାବିଦ୍ୟାଳୟ ରହିଛି। ଏହି ବିଶ୍ବବିଦ୍ୟାଳୟ ରାଜ୍ୟରେ ଇ-ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଏହି ବ୍ୟବସ୍ଥା ଅନୁଯାୟୀ, ପ୍ରଶ୍ନପତ୍ରଗୁଡ଼ିକ ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ପଠାଯାଏ, ଉତ୍ତର ଖାତାଗୁଡ଼ିକୁ ଡିଜିଟାଲ୍ ଭାବେ ସ୍କାନ୍ କରାଯାଇ ମୂଲ୍ୟାୟନ କରାଯାଏ ଏବଂ ପରୀକ୍ଷା ସରିବାର ଏକ ସପ୍ତାହ ମଧ୍ୟରେ ଫଳାଫଳ ଘୋଷଣା କରାଯାଏ I ଛାତ୍ରଛାତ୍ରୀମାନେ ୩ ଦିନ ମଧ୍ୟରେ ଅନଲାଇନରେ ସେମାନଙ୍କର ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ଏବଂ ଗ୍ରେଡ୍ ସିଟ୍ ମଧ୍ଯ ଡାଉନଲୋଡ଼ କରିପାରିବାର ବ୍ଯବସ୍ଥା ରହିଛି। 

      ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁସାରେ, ବିପିୟୁଟି ପରିଣାମ-ଆଧାରିତ ଶିକ୍ଷା ଏବଂ ପ୍ରାୟୋଗିକ, ପ୍ରଳଳ୍ପ-ଆଧାରିତ ଶିକ୍ଷା ଉପରେ ଗୁରୁତ୍ବ ଦେଇ ସଂଶୋଧିତ ପାଠ୍ୟକ୍ରମ ପୂର୍ବରୁ ହିଁ ଲାଗୁ କରିସାରିଛି । ବିଶ୍ଵବିଦ୍ୟାଳୟ ଶିକ୍ଷକ ବିକାଶ କାର୍ଯ୍ୟକ୍ରମ (FDPs) ମାଧ୍ୟମରେ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀ, ଆଲୋଚନାଚକ୍ର ଏବଂ ଏକ ସ୍ଵତନ୍ତ୍ର ଗବେଷଣା ଓ ବିକାଶ ସେଲ୍ ସହିତ ୧୯ଟି ଅନୁବନ୍ଧିତ ସଂସ୍ଥାରେ ନୋଡାଲ୍ ଗବେଷଣା କେନ୍ଦ୍ର ମାଧ୍ୟମରେ ଶିକ୍ଷକ ବିକାଶ ଏବଂ ଗବେଷଣାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛି ବୋଲି ଆଜି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। 

        ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ଉଦ୍ୟମିତା ଏବଂ ସର୍ବାଙ୍ଗୀନ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବିପିୟୁଟି ହାକାଥନ୍, ଶିଳ୍ପ-ସମର୍ଥିତ ଚ୍ୟାଲେଞ୍ଜଗୁଡ଼ିକ ମାଧ୍ଯମରେ ବାସ୍ତବ ଦୁନିଆର ସମସ୍ୟା ସମାଧାନକୁ ପ୍ରୋତ୍ସାହିତ କରୁଥିବା ବିପିୟୁଟିର ୨୦୨୫ ହାକାଥନରେ ୫୦୦ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ। ଏଥିସହିତ ରାଉରକେଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଏହି ହାକାଥନର ସମସ୍ୟା ବିବରଣୀଗୁଡ଼ିକ ବିଷୟରେ ଜାଣିବା ପାଇଁ ପରିଦର୍ଶନ କରିଥିଲେ। ବିପିୟୁଟି ପ୍ରୋଜେକ୍ଟ ପ୍ରଦର୍ଶନୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅଭିନବ ଚିନ୍ତାଧାରାକୁ ସାକାର କରିବାରେ ସାହାଯ୍ୟ କରିବା ପାଇଁ ଏକ ପରିବର୍ତ୍ତନକାରୀ ପଦକ୍ଷେପର ଅଂଶବିଶେଷ। 

       ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ଗବେଷକମାନଙ୍କୁ ସେମାନଙ୍କର ଗବେଷଣା କାର୍ଯ୍ୟ ଉପସ୍ଥାପନ କରିବା ପାଇଁ ଏକ ମଞ୍ଚ ଯୋଗାଇବ ବୋଲି ପ୍ରକାଶ କରାଯାଇଛି। ଏଥିସହିତ ବିପିୟୁଟି ନବସୃଜନକୁ ପ୍ରୋତ୍ସାହିତ କରିବା ସହିତ ଦକ୍ଷତାର ଅଭାବକୁ ଦୂର କରିବା ପାଇଁ ଶିକ୍ଷା ଓ ଶିଳ୍ପ ମଧ୍ୟରେ ସମନ୍ବୟର ସମ୍ଭାବନା ଖୋଜିବା ଉଦ୍ଦେଶ୍ୟରେ ବିପିୟୁଟି ଶିଳ୍ପ – ଶିକ୍ଷା ସମ୍ମିଳନୀ ଆୟୋଜିତ କରୁଛି। ସମଗ୍ର ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତିଦାତାଙ୍କ ସହ ସଂଯୋଗ କରିବା ପାଇଁ ବିପିୟୁଟି ପକ୍ଷରୁ ଆରମ୍ଭ କରାଯାଇଛି ଏକ ରାଜ୍ୟବ୍ୟାପୀ ନିଯୁକ୍ତି ପଦକ୍ଷେପ ବିପିୟୁଟି ଓ ଜବସ୍, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ ଓ ନିଯୁକ୍ତି ଦେଖିବାକୁ ମିଳିଛି।

         ଆଜି ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥଙ୍କ ସମେତ ବିପିୟୁଟିର କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଡକ୍ଟର ଡି ଚନ୍ଦ୍ର ଶେଖର ରାଓ, ଡକ୍ଟର ଶୁଭେନ୍ଦୁ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋରୁମହିଷାଣି ଥାନା ! ଦଲକି ନାଳ ରୁ ଯୁବକ ଙ୍କ ମୃତଦେହ ଉଦ୍ଧାର

masiha

ଧର୍ମଗଡ ପଞ୍ଚାୟତ ସମିତି ର ସଧାରଣ ବୈଠକ ଅନୁଷ୍ଠିତ 

masiha

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ

masiha

Leave a Comment

error: Content is protected !!