ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଫଳ ପ୍ରସିକ୍ୟୁସନ ପାଇଁ ଏପିପି ପ୍ରଶାନ୍ତ ରଥଙ୍କୁ ଡିଜିପି ସମ୍ମାନ I ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ 

ସଫଳ ପ୍ରସିକ୍ୟୁସନ ପାଇଁ ଏପିପି ପ୍ରଶାନ୍ତ ରଥଙ୍କୁ ଡିଜିପି ସମ୍ମାନ 

ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ 

ରାୟଗଡା/ବିଷମକଟକ:୦୫/୧୦: ରାୟଗଡ଼ା ଜିଲ୍ଲା ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଷମକଟକର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର (ଏପିପି) ପ୍ରଶାନ୍ତ କୁମାର ରଥଙ୍କୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ତରଫରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି I 

ସମ୍ବର୍ଦ୍ଧନା ଜ୍ଞାପନ ଅବସରରେ ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ୍ ପ୍ରସାଦ (ଆଇ.ପି.ଏସ୍) ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଉପସ୍ଥିତ ରହି ଏହି ପ୍ରଶଂସାପତ୍ର ଶ୍ରୀ ରଥଙ୍କୁ ପ୍ରଦାନ କରିବା ସହ ତାଙ୍କର ଉଲ୍ଲେଖନୀୟ ଆଇନଗତ ସେବାକୁ ପ୍ରଶଂସା କରିଥିଲେ। ପ୍ରକାଶ ଥାଉକି ବିଷମକଟକ ଥାନା ଅଧୀନ ରେ କେସ୍ ନଂ ୧୫୩, ୧୫/୧୦/୨୦୨୫ ଏବଂ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୧୦୩(୧), ୧୦୯(୧) ଓ ୨୩୮ ଅଧୀନରେ ଏକ ଅତି ଜଘନ୍ୟ ହତ୍ୟା ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ରେକର୍ଡ ୭୧ ଦିନ ମଧ୍ୟରେ ଅଭିଯୁକ୍ତ କୁନି ଲୋହାର କୁ ଆଜୀବନ କାରାଦଣ୍ଡ ପ୍ରଦାନ କରାଇବାରେ ଶ୍ରୀ ରଥଙ୍କ ପ୍ରମୁଖ ଭୂମିକା ରହିଥିଲା।

ମାନ୍ୟବର ଅଦାଲତ ରେ ତଥ୍ୟପ୍ରମାଣର ସଠିକ୍ ଉପସ୍ଥାପନା ଓ ଦୃଢ଼ ଯୁକ୍ତି ଯୋଗୁଁ, ଏପରି ଏକ ଜଟିଳ ମାମଲାରେ ରେକର୍ଡ ସମୟ ମଧ୍ୟରେ ନ୍ୟାୟ ପ୍ରତିଷ୍ଠା ହୋଇପାରିଛି, ଯାହା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ବୋଲି ଡିଜିପି ତାଙ୍କ ପ୍ରଶଂସାପତ୍ରରେ ଉଲ୍ଲେଖ କରିଛନ୍ତି I

ସୂଚନାଯୋଗ୍ୟ, ଜିଲ୍ଲାରେ ଶ୍ରୀ ରଥଙ୍କ କନଭିକ୍ସନ ରେଟ୍ ଶୀର୍ଷରେ ରହିଛି; ସେ ପରିଚାଳନା କରିଥିବା ୧୯ଟି ମାମଲା ମଧ୍ୟରୁ ୧୮ଟିରେ ଦୋଷୀଙ୍କୁ ଦଣ୍ଡାଦେଶ ଦେବାରେ ସଫଳ ହୋଇଛନ୍ତି।ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ ହେବା ପରେ ଶ୍ରୀ ରଥ କହିଛନ୍ତି ଯେ, ନିଜର ନିଷ୍ଠା ଓ କାର୍ଯ୍ୟର ମୂଲ୍ୟାଙ୍କନ ତଥା ସ୍ୱୀକୃତି ମିଳିଲେ ତାହା ଆଗକୁ ଆହୁରି ଦୃଢ଼ ଭାବରେ କାମ କରିବାକୁ ଉତ୍ସାହିତ କରିଥାଏ। ଏଥିସହ ସେ ନିଜ ସଫଳତାର ସମସ୍ତ ଶ୍ରେୟ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ, ଡେପୁଟି ଡିପିପି ଅଜିତ ପଟ୍ଟନାୟକ ଏବଂ ବିଷମକଟକ ଆଇଆଇସି ଙ୍କ ଉତ୍ତମ ସମନ୍ୱୟ ଓ ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଥିବା ସେ ପ୍ରକାଶ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ

masiha

ଟ୍ରାକ୍ଟର ଚାଳିତ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

masiha

ଟନେଲ ରେ ଫସିଥିବା ଶ୍ରମିକ ଙ୍କ ପରିବାର ଲୋକ ଙ୍କୁ ଭେଟିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି 

masiha

Leave a Comment

error: Content is protected !!