ଯୋରାଡବରା ଗ୍ରାମରେ ପୁଅ ଜିଉଁନ୍ତିଆ ପାଳିତ
ଯୋରାଡବରା ତା.୦୪.୧୦.୨୦୨୬(ରମେଶ ଚନ୍ଦ୍ର ପୁଟେଲ) କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଧିନସ୍ଥ ଯୋରାଡ଼ବରା ପଞ୍ଚାୟତ ସ୍ଥିତ ଯୋରାଡ଼ବରା ରେ ଅନେକ ମହିଳାମାନେ ଆନନ୍ଦ ଉଲ୍ଲାସ ସହିତ ଦୁତିବାହନ ପୂଜା ପାଳିତ ହୋଇଯାଇଛି । ପାରମ୍ପରିକ ରୀତି ନୀତି ଅନୁସାରେ ଶନିବାର ସନ୍ଧ୍ୟାରେ ସମସ୍ତ ମହିଳା ସମ୍ମିଳିତ ଭାବେ ନିକଟସ୍ଥ ଗାଁ ପୋଖରୀ କୁ ଯାଇ ସେଠାରେ ବାଲି କାଢି ବାଳିପୂଜା କରିଥିଲେ। ସ୍ନାନ କରି ନବ ବସ୍ତ୍ର ପରିଧାନ କରି ଜିଉଁନ୍ତିଆ ଖଇ ଜୁଗାର,ଦୂବପତ୍ର,ଫୁଲ,ଫଳ ଆଦି ପୂଜା ସାମଗ୍ରୀ ନେଇ ଗାଁ ମଝି ଦାଣ୍ଡରେ ସମସ୍ତେ ଏକାଠି ହୋଇ ଦୁତିବାହନ ପୂଜା ସହ ଦୁତିବାହନ ଉଷାବ୍ରତ ପୁରୋହିତ ଆଣି ପୁରାଣ ପାଠ ଶୁଣି ଥିଲେ । ରବିବାର ଭୋରରୁ ସ୍ନାନ ସାରି ସେଠାରେ ପୂଜା କରିଥିଲେ । ସେଠାରୁ ଫେରି ଘରେ ପୁଅ,ଝିଅ ଗଳାରେ ଜିଉଁନ୍ତିଆ ପିନ୍ଧାଇଥିଲେ । ସମସ୍ତ ମା ମାନେ ଦିନସାରା ନିର୍ଜଳା ଉପବାସ ପୂର୍ବକ ନିଜ ପୁଅ ଝିଅ ମାନଙ୍କ ଦୀର୍ଘାୟୁ ମଙ୍ଗଳ ସମୃଦ୍ଧି କାମନା ପୂର୍ବକ ଠାକୁରଙ୍କ ପାଖରେ ପୂଜା ଓ ପ୍ରାର୍ଥନା କରିଥିଲେ।ଏହା ମା’ ର ବାତ୍ସଲ୍ୟ ପ୍ରେମ ର ପ୍ରକୃଷ୍ଟ ନିଦର୍ଶନ ଅଟେ।
ରମେଶ ଚନ୍ଦ୍ର ପୁଟେଲ ଙ୍କ ରିପୋର୍ଟ

