ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ସୁନ୍ଦରଗଡ଼, ଝାରସୁଗୁଡା ଓ କେନ୍ଦ୍ରାପଡାକୁ ମିଳିଲା ସ୍ଥାନ

ବାଲେଶ୍ଵର,୧୬/୦୧/୨୩- ପବିତ୍ର ମକର ସଂକ୍ରାନ୍ତି ହେଉଛି ଓଡିଶାର ଗଣପର୍ବ । ପ୍ରତ୍ୟେକ ଓଡିଆ ମାନଙ୍କର ଆନନ୍ଦ ଉଲ୍ଲାସର ପର୍ବ । ଏହି ଉପଲକ୍ଷେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା,ବାଲେଶ୍ଵର ହ୍ବାର୍ଟସପ୍ ଗୃପରେ କବିତା ପ୍ରତିଯୋଗିତା ତା ୧୪/୦୧/୨୩ ରିଖ ଶନିବାର ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ” ମକର ସଂକ୍ରାନ୍ତି ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୨୩ ଜଣ ସାହିତ୍ୟ ବନ୍ଧୁ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସୁନନ୍ଦା ମହାନ୍ତି, ପୁରୀ, ସୁନିତା ଦାଶ, ଭୁବନେଶ୍ୱର, ଦେବେନ୍ଦ୍ର ନାଥ ବାରିକ, କଟକ, ବାସନ୍ତୀ ଲତା ଜେନା, ନବରଙ୍ଗପୁର, ବନ୍ଦନା ମହାପାତ୍ର, ଗଞ୍ଜାମ, ଅଶୋକ କୁମାର ନାୟକ, ନୟାଗଡ଼, ଜିତେନ୍ଦ୍ର କୁମାର ସାହୁ, ବରଗଡ଼, ମିନତୀ ଦାଶ, ମୟୂରଭଞ୍ଜ, ସଂହିତା ଜେନା, ଜଗତସିଂହପୁର, ଅଶୋକ କୁମାର ପତି, ଢେଙ୍କାନାଳ, ଧର୍ମରାଜ ପ୍ରଧାନ, ବରଗଡ଼, ଅରୁଣ କୁମାର ପଟ୍ଟନାୟକ(ଗଞ୍ଜାମ), ତେଲେଙ୍ଗାନା, ସୁବାସ ଚନ୍ଦ୍ର ପଣ୍ଡା, ଭଦ୍ରକ, ରଞ୍ଜୁଲତା ପାଢ଼ୀ, ସୁନ୍ଦରଗଡ଼, କବିତା ସାହୁ, କୋରାପୁଟ, ଦିଲିପ୍ କୁମାର ନାୟକ, ନରଣପଡା, ଚାନ୍ଦୋଳ, କେନ୍ଦ୍ରାପଡା, ଧରିତ୍ରୀ ଦାସ, ଯାଜପୁର, ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା, ପୁଷ୍ପଲତା ସାହୁ, ଜଗତସିଂହପୁର, ମୀନା ବେହେରା, ରାଉରକେଲା, ସୁନ୍ଦରଗଡ଼, ମାଧବୀ ପଟେଲ, ଝାରସୁଗୁଡା, ଦ୍ବାରିକା ନାଥ ଦାଶ, ଭଦ୍ରକ ଓ ଆନନ୍ଦିନୀ ମିଶ୍ର, ଶିକ୍ଷୟିତ୍ରୀ, ଝାରସୁଗୁଡା ପ୍ରମୁଖ ସ୍ବ ଇଚ୍ଛାରେ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ମୀନା ବେହେରାଙ୍କୁ ପ୍ରଥମ ସ୍ଥାନ, ଦିଲିପ୍ କୁମାର ନାୟକଙ୍କୁ ଦ୍ବିତୀୟ ସ୍ଥାନ ଓ ଆନନ୍ଦିନୀ ମିଶ୍ରଙ୍କୁ ତୃତୀୟ ସ୍ଥାନ ମିଳିଛି । ପବିତ୍ର ମକର ସଂକ୍ରାନ୍ତି ସମ୍ବନ୍ଧରେ ସମସ୍ତଙ୍କ କବିତା ରଚନା ପ୍ରାୟ ଭଲ ଥିଲା । ସମସ୍ତ କବିତା ଗୁଡିକୁ ତନ୍ନ ତନ୍ନ କରି ସମୀକ୍ଷା କରିଥିଲେ ଅନୁଷ୍ଠାନର ୨ ସମୀକ୍ଷିକା ସୁଜାତା ଦାସ ମହାନ୍ତି, କଟକ ଏବଂ ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର । ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଲେଖା ଜାରି ରଖନ୍ତୁ, ଅନୁଷ୍ଠାନର ପ୍ରତ୍ୟେକ ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ଦିନେ ଦିନେ ଭଗବାନ ସ୍ଥାନ ଦେବାରେ ଅବହେଳା କରିବେ ନାହିଁ ବୋଲି ଭରସା ଓ ବିଶ୍ୱାସ ରହିଛି ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ପ୍ରତିଯୋଗୀଙ୍କୁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ, ଜିଲାରେ ପ୍ରଭାବ ପକାଇଛି ବିକାଶ ମେଳା,କୋଟିଏ ଟଙ୍କାର ଏସଏଚଜି ବ୍ୟବସାୟ

masiha

ଆସନ୍ତା ତା ୨୨. ୦୩.୨୦୨୩ ରିଖ ରେ ଜିଲ୍ଲାସ୍ତରୀୟ ରୋଜଗାର ମେଳା

Sunil Chandra Nayak

ଲଗାଣ ବର୍ଷା ରେ ଗଛପଡି ସମ୍ପୂର୍ଣ ଘର ଭାଙ୍ଗି ନଷ୍ଟ  , ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ 

Sunil Chandra Nayak

Leave a Comment

error: Content is protected !!