ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ

ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ

କନ୍ଧମାଳ:ତା,03/10:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ, ୧୯୯୭ ମସିହାରୁ କନ୍ଧମାଳ ଜିଲ୍ଲାର ଅବୈତନକ ବନ୍ୟପ୍ରାଣୀ ସରଂକ୍ଷକ ଭାବେ କାର୍ଯ୍ୟ କରିବା ସହ ସେ ଜଙ୍ଗଲ ସୁରକ୍ଷା, ଵୃକ୍ଷ ରୋପଣ ଏବଂ ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ଦିଗରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଛନ୍ତି l ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କର ନିଷ୍ପତ୍ତି କ୍ରମେ କୌଶିକ ସାହୁଙ୍କୁ ଚଳିତ ମାସ ୭ ତାରିଖ ଶନିବାର ଦିନ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ କନ୍ଧମାଳ ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟରେ ହେବାକୁ ଥିବା ଏକ ଉତ୍ସବରେ ସମ୍ମାନିତ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

କଳାହାଣ୍ଡି ଲୋକମହୋତ୍ସବ ଘୁମୁରା ର ମୂଲ୍ୟ ବୋଧ ହଜିଯାଉଥିବାର ସାମାଜିକ ଗଣମାଧ୍ୟମ ରେ ଚର୍ଚା 

Sunil Chandra Nayak

ମାଆ ଙ୍କ ଧରାବତରଣ , ମ.ରାମପୁର ଚଳ ଚଞ୍ଚଳ

masiha

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜଳଛତ୍ର

Sunil Chandra Nayak

Leave a Comment

error: Content is protected !!