ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ବିଦ୍ୟାଳୟ ଛିନ୍ଦପାଣିରେ ବିଶ୍ବ ବନ୍ୟପ୍ରାଣୀ ସପ୍ତାହ ପାଳିତ

ସରକାରୀ ଉଚ୍ଚ ବିଦ୍ୟାଳୟ ଛିନ୍ଦପାଣିରେ ବିଶ୍ବ ବନ୍ୟପ୍ରାଣୀ ସପ୍ତାହ ପାଳିତ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଅନୁର୍ଗତ ଛିନ୍ଦପାଣି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ , ନୂଆପଡ଼ା ଜିଲ୍ଲା ୱାଇଲ୍ଡ ଲାଇଫ ୱାର୍ଡେନ ଏବଂ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ-୨୦୨୬ ପ୍ରାପ୍ତ ମାୟାଧର ସରାଫ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇଥିଲେ। 

କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ରୋଷେୟା ଓ ସହାୟକ କର୍ମଚାରୀ, ଚୌକିଦାର ଏବଂ ରାତ୍ରି ଜଗୁଆଳଙ୍କୁ ସମ୍ମାନିତ କରାଯାଇଥିଲା । ସେମାନଙ୍କ ମଧ୍ଯରେ ଶ୍ରୀ ପର୍ଶୁରାମ ମାଝି, ବିଜୟ କୁମାର ପ୍ରଧାନ, ସମୀର ପ୍ରଧାନ, କିରୋତ ଚନ୍ଦ୍ର ହଂସ, ସନ୍ତୋଷ ଦାସ, ପୁଷ୍ପାଞ୍ଜଳି ରଣା ଓ ତାରାଚନ୍ଦ ସବର ପ୍ରମୁଖ ସହଯୋଗ କରିଥିଲେ ।

ଶେଷରେ ଶ୍ରୀମତୀ ଉମାବତୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସ‌ହଯୋଗରେ ବିଶ୍ବ ବନ୍ୟପ୍ରାଣୀ ସପ୍ତାହ-୨୦୨୬ର ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥୂଲା।କାର୍ଯ୍ୟକ୍ରମର ଅତିଥୂ ପରିଚୟ ଓ ବିଶ୍ବ ବନ୍ୟପ୍ରାଣୀ ସପ୍ତାହ ଏବଂ ଗାନ୍ଧୀ ଜୟନ୍ତୀର ଉଦ୍ଦେଶ୍ୟ ସମ୍ପର୍କରେ ବିଜ୍ଞାନ ଶିକ୍ଷକ ଶ୍ରୀ ଶ୍ୟାମଲାଲ ପ୍ରଧାନ ଆଲୋକପାତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ଗୁରୁଦେବ ପ୍ରଧାନ । କୁଇଜ୍ ପରିଚାଳନାରେ ଗଣିତ ଶିକ୍ଷକ ଶ୍ରୀ ଧବଳେଶ୍ବର ସୁନାନୀ ସହଯୋଗ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନ ଓ ଆଦର୍ଶ ଉପରେ ଭାଷଣ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କ୍ରୂରାଯାଇଥିଲା। ଏହାକୁ ଶ୍ରୀ ନାରାୟଣ ପାଣ୍ଡେ ପରିଚାଳନା କରିଥିଲେ।ଡ. ଅରୁଣ କୁମାର ବିଶ୍ବାଳ, ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତି ତଥା ଜିଲ୍ଲା ସଂଯୋଜକ, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ଓ ପରିବେଶ ସନ୍ତୁଳନର ଗୁରୁତ୍ବ ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ମୁଖ୍ୟ ଅତିଥ୍‌ ଓ ମୁଖ୍ୟ ବକ୍ତାଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ବନ୍ୟପ୍ରାଣୀ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ୧୫ ଜଣ ବିଜେତା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥୂଲା।

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଓ ଖଡିଆଳ ବନଖଣ୍ଡ ଅଞ୍ଚଳରେ ଦୀର୍ଘ ୨୫ ବର୍ଷ ଧରି ବନ୍ୟପ୍ରାଣୀ ସୁରକ୍ଷା, ଜନସଚେତନତା ଓ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀ ସରାଫ ଆଲୋକପାତ କରିଥିଲେ। ଏଥିସହ ଲୋକଙ୍କ ମୌଳିକ ସମସ୍ୟାଗୁଡ଼ିକୁ ନିଜ ଗଣ ମାଧ୍ୟମରେ ଓଡ଼ିଶା ସରକାରଙ୍କ ନିକଟରେ ପହଞ୍ଚାଇବା ସମ୍ପର୍କରେ ମଧ୍ୟ ସେ ମତବ୍ୟକ୍ତି କରିଥିଲେ। ଭବିଷ୍ୟତରେ ଜୈବ ବିବିଧତାର ସନ୍ତୁଳନ ରକ୍ଷା ପାଇଁ ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥୂଲେ।

 

Related posts

ବଙ୍କା ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ 

masiha

ମହାକାଳପଡ଼ା ବ୍ଲକ ର ରାଜଗଡ ଗ୍ରାମ ପଞ୍ଚାୟତଠାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ– ୨୦୨୩, ପାଳିତ

masiha

Leave a Comment

error: Content is protected !!