ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣୀପୀଠ ମହୋତ୍ସବ ଉଦ୍‌ଯାପନ ସଭାରେ ଶାରଦାମଣି ସ୍ମୃତି ସମ୍ମାନ-୨୦୨୪ରେ ସମ୍ବର୍ଦ୍ଧିତ ହେଲେ ବାଲେଶ୍ବର କବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି 

ବାଣୀପୀଠ ମହୋତ୍ସବ ଉଦ୍‌ଯାପନ ସଭାରେ ଶାରଦାମଣି ସ୍ମୃତି ସମ୍ମାନ-୨୦୨୪ରେ ସମ୍ବର୍ଦ୍ଧିତ ହେଲେ ବାଲେଶ୍ବର କବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି 

ବାଲେଶ୍ବର, ୩୧/୧୨/୨୪- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ବିବେକାନନ୍ଦ ବିହାର ଠାରେ ଚାଲିଥିବା ୪୫ତମ ବାଣୀପୀଠ ମହୋତ୍ସବ ଉଦ୍‌ଯାପନ ଅବସରରେ ସକାଳେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ‘କବିତା କୁସୁମାଞ୍ଜଳୀ’ର କାର୍ଯ୍ୟକ୍ରମ ତା ୨୯/୧୨/୨୪ ରିଖରେ ଅନୁଷ୍ଠିତ ହୋଇଥିଲା । ସକାଳ ୮ ଘଟିକାରେ ପ୍ରଥମେ ଡ଼କ୍ଟର ତ୍ରିନାଥ ପଟ୍ଟନାୟକ ସାରସ୍ବତ ପତାକା ଉତ୍ତୋଳିତ କରିଥିଲେ । ସାରସ୍ବତ ପତାକାର ଇତିହାସ ସଂପକରେ ବୟଜେଷ୍ଠ କବି ବିପିନ ବିହାରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ମା’ ନିଶାମଣି ରାଉତ ଜ୍ଞାନ ଜ୍ୟୋତି ପ୍ରଜ୍ଜଳନ କରିଥିବା ବେଳେ ସୋନାକ୍ସି ଗୁରୁମା, ଲକ୍ଷ୍ମୀପ୍ରିୟା, ଆଦ୍ୟାଶା, ଶିବାନୀ ଓ ମନିଷାଙ୍କ ଦ୍ୱାରା ପ୍ରତିଭା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର କୁମାର ବାବୁଲିଙ୍କ ତତ୍ତ୍ଵାବଧାନରେ କବିତା କୁସୁମାଞ୍ଜଳୀ ଆରମ୍ଭ ହୋଇଥିଲା । ସଚୀନ୍ଦ୍ର କୁମାର ବିଶ୍ଵାଳ, ବଙ୍କିମ ଚନ୍ଦ୍ର ବାରିକ ଓ ଡକ୍ଟର ସ୍ୱାଗତିକା ସାହୁ ମଞ୍ଚ ପରିଚାଳ କରିଥିବାବେଳେ କବିତା ସଂଯୋଜନା କବି ସନ୍ନ୍ୟାସୀ ପାତ୍ର, କବି ନମିତା ରାଉତ କରିଥିଲେ । ଉକ୍ତ ସଭାରେ ରାଧାମାଧବ ରଥ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟଅତିଥି ଭାବେ ତଃ ସ୍ଵର୍ଣ୍ଣଲତା ଲେଙ୍କା ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଝାରସୁଗୁଡାର କବି ଡକ୍ଟର ପ୍ରିୟମ୍ବଦା ଦାସ ଯୋଗଦାନ କରି ଥିଲେ । ଆଦରଣୀୟ ଅତିଥିଭାବେ ଡ଼କ୍ଟର ସନ୍ତୋଷ କୁମାର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଧ୍ୱନିପ୍ରତିଧ୍ୱନୀର ସଂପାଦକା ସୌରିନ୍ଧ୍ରୀ ସାହୁ, ପରିବେଶବିତ୍   ସ୍ୱରାଜ କହଁର, ଡୋଳାମଣି ଶତପଥି ଓ ସତ୍ୟବ୍ରତ ମିଶ୍ର ଯୋଗଦାନ କରିଥିଲେ । ସେହିପରି ରାଜ୍ୟ ସ୍ତରୀୟ କବି, ଲେଖକ ଓ କଳାକାର ସମ୍ମେଳନ ଆସରରେ ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ କବି ପ୍ରମିଳା ପଣ୍ଡା ଯୋଗଦାନ କରି ସାହିତ୍ୟ ଗ୍ରାମାଞ୍ଚଳ ମୁଖି ହେବା ଆବଶ୍ୟକ କାରଣ ଗାଁରେ ହିଁ ପ୍ରକୃତ ସାହିତ୍ୟ ଏବେବି ବଂଚ଼ିଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଡ଼କ୍ଟର ଭରତ ଚନ୍ଦ୍ର ଦାଶ ଓ ଆଦରଣୀୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା, ସମୟଚକ୍ରର ସଂପାଦକ ସର୍ବେଶ୍ଵର ଜେନା, ରାଗ୍ଧା ଡିଗ୍ରୀ କଲେଜର ଅଧ୍ୟକ୍ଷା ଡ଼କ୍ଟର ଅସୀମା ସାହୁ ଓ ବାଲେଶ୍ବର ଜିଲ୍ଲା ଖଇରା ସ୍ଥିତ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର ସଂପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦାନ କରି ସାହିତ୍ୟ ଓ କବିତା କିଭଳି ଭାବେ ଦୀର୍ଘଜିବୀ ହେବ ସେ ସଂପର୍କରେ ଭିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ଆମ ଗାଁ ମକର ସାହିତ୍ୟ ପତ୍ରିକା ପଲ୍ଲୀପ୍ରଭା ଓ ମାସିକ ଶିଶୁ ପତ୍ରିକା ଆମ ସୁନାଚାନ୍ଦ ଉନ୍ମୋଚିତ ହୋଇ ଥିଲା । ଅନୁଷ୍ଠାନର ସଂପାଦିକା ପୁହାଣ ସୂର୍ଯ୍ୟକାନ୍ତି ରାଉତ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅତିଥି ପରିଚୟ ଶିବଶଙ୍କର ଭୂୟାଁ ଓ ଧନ୍ୟବାଦ ଅର୍ପଣ ଶାନ୍ତିପ୍ରବୀର ରାଉତ କରିଥିଲେ । ଏହି ଅବସରରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକର ସମାଜସେବୀ ଓ କବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତିଙ୍କ ଅନୁଷ୍ଠାନ ଶାରଦାମଣି ସ୍ମୃତି ସମ୍ମାନ-୨୦୨୪ ରେ ସମ୍ମାନିତ କରିଥିଲା। ଏଥିସହିତ ରାଜ୍ୟର ସବୁ ଜିଲ୍ଲାରୁ ଆସିଥିବା ପ୍ରତିଭାଧର ସାରସ୍ବତ ସାଧକଙ୍କୁ ସମ୍ମାନୀତ କରାଯାଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୩୫ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ      ପ୍ରାର୍ଥନା, ପ୍ରଚେଷ୍ଟା, ପ୍ରତୀକ୍ଷା, ପ୍ରେରଣା କୁ ଗୁରୁତ୍ୱାରୋପ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା :ଜୁନ୍ ୧ ତାରିଖ : ସମୟର ପୃଷ୍ଠାରେ ସାମାଜିକ ଚେତନାର ନବଦିଗନ୍ତ 

ଚାରିମାସ ବୃଦ୍ଧା ଭତ୍ତା ନ ପାଇବାର ଖବର ପାଇ ବିଡିଓ  ପଠାଇଲେ ଏକ ହଜାର ଟଙ୍କା

Sunil Chandra Nayak

Leave a Comment

error: Content is protected !!