ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟୁଜିକ ସର୍କଲ ବସନ୍ତ ସମାରୋହର ଉଦଯାପନୀ ଦିବସ

ରାଉରକେଲା/ ପାଞ୍ଚ ଦିନ ବ୍ୟାପୀ ଚାଲିଥିବା ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର ଉଦଯାପନୀ ସନ୍ଧ୍ୟା ବାସନ୍ତିକା ସାହିତ୍ୟ ସମାରୋହକୁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଡା. ଶୁଭଙ୍କର ମହାପାତ୍ର ତଥା ବରେଣ୍ୟ ଅତିଥି ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ଗୋୖରବମୟ ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା। ହୃଷୀକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ଇଂ. ଅଭୟ କୁମାର ଦାସ ସ୍ବାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ବାସନ୍ତିକା’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ମୁଖ୍ୟ ଅତିଥି ଡାକ୍ତର ଶୁଭଙ୍କର ମହାପାତ୍ର କହିଲେ କଳା ସଂସ୍କୃତିର ମହତ୍ତ୍ୱ କେବଳ ବସନ୍ତ ଋତୁରେ ସୀମିତ ନରହି ସବୁ ଋତୁରେ ପରିବ୍ୟାପ୍ତ। ଏହା କେବଳ ଆନନ୍ଦ ଉଲ୍ଲାସ ବା ସୁଖ ସମ୍ଭୋଗରେ ସୀମିତ ନରହି ଜୀବନର ପ୍ରତ୍ୟେକ ବିଭାଗକୁ ସ୍ପର୍ଶ କରେ । ବିଖ୍ୟାତ ଇଂରେଜ କବି ସେଲିଙ୍କ ଲେଖାକୁ ଉଦ୍ଧାର କରି କହିଲେ ଦୁଃଖ ଭରା କବିତାହିଁ ଶ୍ରେଷ୍ଠ କବିତାର ମାନ୍ୟତା ବହନ କରେ। ମୁଖ୍ୟ ବକ୍ତା କବି ରାଜୀବ ପାଣି ‘କବିତାର ଅହମିକା’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରି କହିଲେ କବି ଶବ୍ଦକୁ ମନ୍ତ୍ରାୟିତ କରେ। କବିର ଅନ୍ତର୍ଦହନହିଁ କବିତାରେ ରୂପାୟିତ ହୋଇଥାଏ। କେବଳ ଜଣେ କବିହିଁ ଜଡବସ୍ତୁକୁ ଅଭିବ୍ୟକ୍ତି ଦେଇପାରେ। କବିତା ବିନ୍ଦୁକୁ ସିନ୍ଧୁରେ ପରିଣତ କରିଦେଇ ପାରେ। ଦ୍ବିତୀୟ ପର୍ଯ୍ୟାୟରେ ବହୁଭାଷୀ କବିତା ପାଠ ଅନୁଷ୍ଠିତ ହୋଇଥିଲା। କବି ତ୍ରିଲୋଚନ ସ୍ବାଇଁ ଏବଂ ପ୍ରଣତି ବେହେରାଙ୍କ ସଂଯୋଜନାରେ ସହରର ବାରଜଣ ବିଶିଷ୍ଟ କବି ସ୍ବରଚିତ କବିତା ପାଠ କରିଥିଲେ। ଇଂ. ପ୍ରତାପ କୁମାର ରାୟ, ସ୍ନେହଲତା ନାୟକ, ବିବେକାନନ୍ଦ ପଣ୍ଡା, ସନ୍ତୋଷ କୁମାର ମଲ୍ଲିକ, ଲକ୍ଷ୍ମଣ ନାଥ ଦାସ ଅନିନ୍ଦିତା ମାଇତି, ରାଜଲକ୍ଷ୍ମୀ ଦାସ, କସ୍ତୁରୀକା ତ୍ରିପାଠୀ, ଅନିତା ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିବା ବେଳେ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନ

Sunil Chandra Nayak

ନକଲି ଡାକ୍ତର ସାଜିଛନ୍ତି ନକଲି ସାମ୍ବାଦିକ…..

masiha

Leave a Comment

error: Content is protected !!