ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆପତ୍ତି, ଅଭିଯୋଗ ଶୁଣି ସମାଧାନ ପନ୍ଥା ବାହାର କରିବା ଜନନୀ ସମ୍ପର୍କ ଅଭିଯାନର ମୂଳ ଲକ୍ଷ୍ୟ – ପ୍ରଶାନ୍ତ ସେଠୀ

ଆପତ୍ତି, ଅଭିଯୋଗ ଶୁଣି ସମାଧାନ ପନ୍ଥା ବାହାର କରିବା ଜନନୀ ସମ୍ପର୍କ ଅଭିଯାନର ମୂଳ ଲକ୍ଷ୍ୟ – ପ୍ରଶାନ୍ତ ସେଠୀ

ରାଉରକେଲା/ଜନନୀ ସମ୍ପର୍କ ଅଭିଯାନରେ ଆସି ଆଜି ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଟାଙ୍ଗରପଲ୍ଲୀ ବସ୍ତି ଅଂଚଳରେ ପହଂଚି ଥିଲେ । ସ୍ଥାନୀୟ ଚିରୁଗଡ଼ ଏବଂ ବାଗନ ବସ୍ତିକୁ ଆସି ସେଠାକାର ସାମାଜିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଉପସ୍ଥିତ ମହିଳାଙ୍କ ସହ ଆଲୋଚନା କରିଥିଲେ ।ଏହି ଅବସରରେ ରାଜ୍ୟ ସରକାରଙ୍କ ପ୍ରଚଳିତ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ସେନେଇ ପଚାରି ବୁଝିଥିଲେ । ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ ଭତ୍ତା ଯୋଗ୍ୟ ହିତାଧିକାରୀଙ୍କୁ ମିଳୁଛି ନା ନାହିଁ ସେ ବାବଦରେ ମଧ୍ୟ ଅବଗତ ହୋଇଥିଲେ ।ବସ୍ତି ଅଂଚଳର ସର୍ବାଙ୍ଗୀନ ବିକାଶ ନେଇ ସରକାର ବହୁବିଧ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି, କେହି ହିତାଧିକାରୀ ଏଥିରୁ ବଞ୍ଚିତ ଯେମିତି ନ ହୁଅନ୍ତି ସେ ଦିଗରେ ଆମେ ଚେଷ୍ଟା ଜାରି ରଖିଛୁ ବୋଲି ପ୍ରଶାନ୍ତ କହିଥିଲେ l ଏଠାରେ ଉପସ୍ଥିତ ମହିଳାମାନେ ବସ୍ତି ସମସ୍ୟା ସହ କିଛି ବ୍ୟକ୍ତିଗତ ଅଭାବ ଅସୁବିଧା ନେଇ ପ୍ରଶାନ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଉତ୍ତରରେ ପ୍ରଶାନ୍ତ କହିଥିଲେ ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣି ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ସହଯୋଗରେ ଏହାର ସମାଧାନ କରିବା ଅଭିଯାନର ମୂଳ ଲକ୍ଷ୍ୟ l ସାମଗ୍ରିକ ପ୍ରଚେଷ୍ଟା ଓ ମିଳିତ ଉଦ୍ୟମ ବଳରେ ସମସ୍ୟାର ସମାଧାନ ସମ୍ଭବ ହୋଇ ପାରୁଛି l ପ୍ରଶାସନ ସହାୟତାରେ ରାସନ କାର୍ଡ, ଡାକ୍ତରୀ ଚିକିତ୍ସା ଏବଂ ଭତ୍ତା ଆଦି ଅତ୍ୟାବଶ୍ୟକ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିଛି l ଗରିବ ବସ୍ତି ବାସିନ୍ଦା ନିଜ ହକ ପାନ୍ତୁ ବୋଲି ସରକାରଙ୍କ ସଦିଛା ରହିଛି l ଏନେଇ ଆପଣମାନଙ୍କ ସହଯୋଗ ରହିଲେ ଉଦ୍ୟମ ସଫଳ ହେବ ବୋଲି ପ୍ରଶାନ୍ତ ମତ ପ୍ରକାଶ କରିଥିଲେ l ଏହି ଅବସରରେ ଉପସ୍ଥିତ ମହିଳାଙ୍କୁ ସରକାରଙ୍କ ସଫଳ ଯୋଜନା ନେଇ ବୁଝା ଯାଇଥିଲା l ପ୍ରତ୍ୟକ ପରିସ୍ଥିତିରେ ଆମେ ସହାୟତା ପାଇଁ ପ୍ରସ୍ତୁତ ଥିବା କହି ପ୍ରଶାନ୍ତ ଉପସ୍ଥିତ ମହିଳା ଏବଂ ବସ୍ତି ବାସିନ୍ଦାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା 

Sunil Chandra Nayak

ବେସାହାରା ଯମୁନା ଶିଅଳଙ୍କୁ ଭେଟିଲେ କଂଗ୍ରେସ ନେତା ହିମାଂଶୁ ଶେଖର

masiha

ପରିତ୍ୟକ୍ତ ଅବସ୍ଥାରେ ଥୁଆମୁଳ ରାମପୁର ମୁଖ୍ୟ ଛକ ପାର୍ଶ୍ଵରେ ଥିବା ସାର୍ବଜନୀନ ଶୌଚାଳୟ – ବର୍ତ୍ତମାନ ପ୍ରଶାସନର ନିରବତାକୁ ନେଇ ଅନେକ ପ୍ରଶ୍ନ

Sunil Chandra Nayak

Leave a Comment

error: Content is protected !!