ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡାମତଳିଆ ଲ୍ଯାମ୍ପରେ ୭୦ ତମ ଲ୍ଯାମ୍ପ ସ୍ତରୀୟ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ

ବଡାମତଳିଆ ଲ୍ଯାମ୍ପରେ ୭୦ ତମ ଲ୍ଯାମ୍ପ ସ୍ତରୀୟ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ

 ମୟୂରଭଞ୍ଜ-୧୪/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ବଡାମତଳିଆ ଲ୍ଯାମ୍ପ ଆନୁକୁଲ୍ୟରେ ୭୦ ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ଅବସରରେ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଲ୍ଯାମ୍ପ ସଭାପତି ଚକ୍ରଧର ମାଝୀ, ପରିଚାଳନା ନିର୍ଦ୍ଦେଶକ ତାପସ ରଂଜନ ବାରିକ,ଲ୍ଯାମ୍ପ ବୋର୍ଡ ର ସଭ୍ୟ ସୋମନାଥ ବାରିକ,ସୁଧିର ମୁର୍ମୁ,କିଶୋର ମୋହନ ମୁର୍ମୁ,ଛାୟା ସିଂ ମୁଣ୍ଡା, ଅଗ୍ରଣୀ ଚାଷୀ ମଳୟ ରାଜ, ରବୀନ୍ଦ୍ର ନାଥ ଧୀର,ପୁରେନ୍ଦ୍ର ବୈଠା,ଜଗଦୀପ ରାଜ, ଵରିଷ୍ଠ ସାମ୍ବାଦିକ ଯୁଧିଷ୍ଠିର ପରିଡା ପ୍ରମୁଖ ଯୋଗ ଦେଇ ସମବାୟ ପତକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ ।ଚାଷୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମବାୟ ବିଭାଗ ସବୁବେଳେ କାର୍ଯ୍ୟ କରି ଆସୁଛି ।ଚାଷୀ ଓ ସମବାୟ ବିଭାଗ ଓତୋଃପୋତଃ ଭାବେ ଜଡ଼ିତ ।ସମବାୟ ଦୁଆର ଚାଷୀଙ୍କ ପାଇଁ ସବୁବେଳେ ଖୋଲା । ସେମାନେ ଆସି ସରକାରଙ୍କ ଯୋଜନା ବିଷୟରେ ଅବଗତ ହୋଇ ନିଜକୁ କିଭଳି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିବେ ସେଥିପାଇଁ ଚେଷ୍ଟା କରିବା ଉଚିତ ବୋଲି ଲ୍ଯାମ୍ପ ସଭାପତି ଚକ୍ରଧର ମାଝୀ କହିଥିଲେ । ସାରା ଓଡ଼ିଶାରେ ସମବାୟ ସପ୍ତାହ ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । କାର୍ଯ୍ୟକ୍ରମ ପରିଚାଳନାରେ ଗଗନ ବିହାରୀ ସିଂ,ରଜତ କୁମାର ମହାନ୍ତ, ସୁରେନ୍ଦ୍ର ପାତ୍ର ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ନାଟ୍ୟ ଦିବସ ଆମ ଗର୍ବ ଓ ଗୌରବର ପ୍ରତୀକ : ବରିଷ୍ଠ କଳାକାର ମହାସଂଘ

Sunil Chandra Nayak

ବଣିଜର ଠାରେ ମଣ୍ଡି ର ଶୁଭାରମ୍ଭ

masiha

ବିଷମ କଟକ ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!