ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟର ‘ବାର୍ଷିକ ଉତ୍ସବ’ ଅନୁଷ୍ଠିତ

ରାଉରକେଲା: ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ଶିକ୍ଷା ବର୍ଷ ପାଇଁ ‘ବାର୍ଷିକ ଉତ୍ସବ’ ଏବଂ ‘ବାର୍ଷିକ ନାଟ୍ୟ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍.ଆଇ.ଟି. ପ୍ରଫେସର ଡଃ ଜ୍ଞାନ ରଂଜନ ସେନାପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବ ‘ସଭା ପର୍ବ’, ‘ସମ୍ବର୍ଦ୍ଧନା ପର୍ବ’, ‘ପୁରସ୍କାର ପର୍ବ’, ‘ନାଟ୍ଯ ପର୍ବ’ ଓ ‘ସାଂସ୍କୃତିକ ପର୍ବ’ସହ ପାଞ୍ଚ ପର୍ବ ବିଶିଷ୍ଟ ଥିଲା। ସଭା ପର୍ବ’ କୁ ଅଧ୍ୟାପିକା ରଶ୍ମି ପ୍ରଭା ମଥାନ ସଂଯୋଜନା କରିଥିବା ବେଳେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ କବିତା ହରିପାଲ, ଦୀପିକା ବାଗେ, ଅନୁଶ୍ରୀ ଦାଶ, ମନସ୍ପୀ ଜେନା, ସଙ୍ଗୀତା ବେହେରା ଏବଂ ଲକ୍ଷ୍ମୀ ସାମନ୍ତ। ଡଃ ରବୀନ୍ଦ୍ର କୁମାର ଜେନା ଅତିଥିମାନଙ୍କ ପରିଚୟ କରାଇଥିଲେ ଏବଂ ଅଧ୍ୟାପକ ବନବିହାରୀ କିଷାନ ଧନ୍ୟବାଦ ଅର୍ପଣ କରିଥିଲେ। ଯୁକ୍ତ ୨ ସାଂସ୍କୃତିକ ପରିଷର ଉପ-ସଭାପତି ଅଧ୍ୟାପିକା ଭାରତୀ ବରୱା ଏବଂ ଯୁକ୍ତ ୩ ନାଟ୍ୟ ପରିଷଦର ଉପ-ସଭାପତି ଅଧ୍ୟାପିକା ରଶ୍ମିପ୍ରଭା ମଥାନ ନିଜ ନିଜ ବିଭାଗୀୟ ବାର୍ଷିକ ବିବରଣୀ ପାଠ କରିଥିଲେ। ‘ସଭା ପର୍ବ’ କୁ ସହଯୋଗ କରିଥିଲେ ପ୍ରାଧ୍ୟାପିକା ତପସ୍ୱିନୀ ମିଶ୍ର, ଅଧ୍ୟାପିକା ବୈଜୟନ୍ତି ବାରିକ, ଅଧ୍ୟାପକ ମନୋଜ କୁମାର ଦଳେଇ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ। ‘ସମ୍ବର୍ଦ୍ଧନା ପର୍ବ’ରେ ମୁଖ୍ୟ ଅତିଥି ମହାପାତ୍ର, ମୁଖ୍ୟ ବକ୍ତା ଡଃ ସେନାପତିଙ୍କୁ କଲେଜ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ରଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ ନାଟ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଞ୍ଚାନନ ପାତ୍ର। ବିଭିନ୍ନ ପରିଷଦ ଦ୍ବାରା ଆୟୋଜିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା। ଏହି ପର୍ବକୁ ଅଧ୍ୟାପକ ରଶ୍ମି ରଞ୍ଜନ ରାଉତ ସଂଚାଳିତ କରିଥିବା ବେଳେ ସହଯୋଗ କରିଥିଲେ ଅଧ୍ୟାପିକା ବନ୍ଦନା ସୋରେଙ୍ଗ, ଅଧ୍ୟାପିକା ମୌସୁମୀ ଦାସ, ଅଧ୍ୟାପିକା ଅନାମିକା କୁଲ୍ଲୁ ଏବଂ ଅଧ୍ୟାପକ ଅନୁପ ଏକ୍କା। ‘ନାଟ୍ଯ ପର୍ବ’ରେ ନାଟ୍ୟକାର ଚିନ୍ତାମଣି ଜେନା, ଉପଦେଷ୍ଟା ବିଜୟ ଭୋଳ, ପଞ୍ଚାନନ ପାତ୍ର ନିର୍ଦ୍ଦେଶିତ ନାଟକ ‘କୋକୁଆ’ ମଞ୍ଚସ୍ଥ ହୋଇଥିଲା। ଏଥିରେ ସ୍ମୃତି ଶିଖା ନାୟକ ଶ୍ରେଷ୍ଠ ନାରୀ ଅଭିନେତ୍ରୀ, ଗିରିଜା ଶଙ୍କର ସ୍ବାଇଁ ଶ୍ରେଷ୍ଠ ପୁରୁଷ ଅଭିନେତା, ସୁବ୍ରତ ନାୟକ ପାର୍ଶ୍ଵ ପୁରୁଷ ଅଭିନେତା, ଅନିତା ଜଗଦ୍ଦେବ ପାର୍ଶ୍ଵ ନାରୀ ଅଭିନେତ୍ରୀ ଭାବରେ ପୁରସ୍କୃତ ହୋଇଥିଲେ। ସହଯୋଗ କରିଥିଲେ ଅଧ୍ୟାପକ ଅଜିତ କୁମାର ବେକ, ଅଧ୍ୟାପକ ତରଣୀ ନାୟକ, ବିକ୍ରମ ସାହୁ, ରାଜଦୀପ ସୋରେନ, ସ୍ବପ୍ନାମୟୀ ହୋତା, ମମତା ନାୟକ, ଶର୍ମିଷ୍ଠା ସିଂ। ଅଧ୍ୟାପକ ଅନିଲ କୁମାର ରାମ ଏବଂ ଅଧ୍ୟାପିକା ସସ୍ମିତା ଜେନା ‘ସାଂସ୍କୃତିକ ପର୍ବ’କୁ ସଂଯୋଜନା କରିଥିଲେ। ଏଥିରେ ୩୦ରୁ ଊର୍ଦ୍ଧ୍ବ ଛାତ୍ର-ଛାତ୍ରୀ ଗ୍ରୁପ ନୃତ୍ୟ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଧ୍ୟାପକ ଜିତେନ୍ଦ୍ର କୁମାର ଡାକୁଆ, ଅଧ୍ୟାପକ ସନ୍ତୋଷ ରଜାକ ତଥା ସ୍ବେଚ୍ଛାସେବୀ ସାହିଲ ଶେଖର ପ୍ରଧାନ, ସୌମ୍ୟରଞ୍ଜନ ମହାନ୍ତି, ସ୍ବିଟି ପଟ୍ଟନାୟକ, ଗୋପାଳକୃଷ୍ଣ ଦାଶ, ହିମାଂଶୁ ନାୟକ, ଛବିଳ ସେଠୀ, ଅଭିଷେକ ପରିଡ଼ା, ଲିପ୍ସା ବଳିଆରସିଂହ, ପ୍ରିୟଙ୍କା ସ୍ବାଇଁ, ଅଜୟ ଗୌଡ, ଲୋପାମୁଦ୍ରା ପତି, ଜ୍ୟୋତି ସାହୁ, ସୁଶ୍ରୀ ରେଖା ବେହେରା, ଦେବସ୍ମିତା ଦାସ, ପ୍ରକାଶ ଓଝା, ରଶ୍ମିତା ବାହାଦୁର, ସରସ୍ୱତୀ ସାହୁ, ବିଶାଳ କୁମାର ରାମ, ହିମାଂଶୁ ନାୟକ, ରାହୁଲ ସାଗର, ଶୁଭମ ଲୋହାର, ମନମୋହନ ଦାସ ପ୍ରମୁଖ ଏନ୍.ଏସ୍.ଏସ୍. ସ୍ବେଚ୍ଛାସେବୀମାନେ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୁଲତା ସମାଜର ସୁରକ୍ଷା କମିଟି ଗଠନ ଓ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିଦ୍ୟାଳୟରେ ରୁଙ୍ଗଟା ସ୍ପଞ୍ଜ ଆଇରନ ପକ୍ଷରୁ ପଙ୍ଖା,ଚୌକୀ,ପଢା ଉପକରଣ ଓ ଖେଳ ସରଞ୍ଜାମ ବଣ୍ଟନ

masiha

ଭେଳା ଗ୍ରାମର ଷୋହଳ ପ୍ରହରୀ ନାମ ଯଜ୍ଞ ବାତିଲ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort