ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚତୁର୍ଥ ଜାତୀୟ ଇଏମଆରଏସ କ୍ରୀଡା ପ୍ରତିଯୋଗିତା ଉଦଯାପିତ , ତେଲେଙ୍ଗାନା ଚାମ୍ପିଅନ

ଚତୁର୍ଥ ଜାତୀୟ ଇଏମଆରଏସ କ୍ରୀଡା ପ୍ରତିଯୋଗିତା ଉଦଯାପିତ , ତେଲେଙ୍ଗାନା ଚାମ୍ପିଅନ

ଗ୍ରାମାଞ୍ଚଳର ପିଲା ମାନଙ୍କ ପାଇଁ ଉତ୍ତମ କ୍ରୀଡା ଭିତ୍ତିଭୂମି ଯୋଗାଇ ଦେବାକୁ ରାଜ୍ୟର ପ୍ରତ୍ୟେକ ବ୍ଲକ ରେ ବିଶ୍ବସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରାଯାଉଛି- ମୁଖ୍ୟମନ୍ତ୍ରୀ 
ରାଉରକେଲାରେ ଖୋଲିବ EMRS ର ଆଞ୍ଚଳିକ କାର୍ଯ୍ୟାଳୟ 

ରାଉରକେଲା  ୧୫. ନଭେମ୍ବର .୨୦୨୫ — ପ୍ରତ୍ୟେକ ଛାତ୍ରଛାତ୍ରୀ ନିମନ୍ତେ କ୍ରୀଡାର ନିତନ୍ତ ଆବଶ୍ୟକତା ରହିଛି ଏହା କେବଳ ଶାରୀରିକ ଶକ୍ତି ବଢାଇବା ସହିତ ଅନୁଶାସନ ଶିଖାଏ , ମନୋବଳ ବ୍ରୁଦ୍ଧି କରାଏ , ଟୀମ ସ୍ପିରିଟ ବଢାଇ ଥାଏ l ସେଥିପାଇଁ ପ୍ରତ୍ୟେକ ବ୍ଳକରେ ଷ୍ଟାଡିୟମ ର ନିର୍ମାଣ କରାଯାଉଛି l  ଖେଳର ବିଶ୍ବ ସ୍ତରୀୟ ସୁବିଧା କେବଳ ସହରର ପିଲାଙ୍କ ମଧ୍ୟରେ ସୀମିତ ନ ରହି  ଗାଁ ର ପିଲା ମାନଙ୍କୁ ମଧ୍ୟ ପ୍ରାପ୍ତ ହେଉ ସେଥିପାଇଁ କ୍ରୀଡା  ଭିତ୍ତିଭୁମୀ ବ୍ଲକ ରେ ସୁଦୁଢ କରିବାକୁ ସରକାର ସୁନିଶ୍ଚିତ କରିଛନ୍ତି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଉରକେଲା ଠାରେ ଅନୁଷ୍ଠିତ ଚତୁର୍ଥ ଜାତୀୟ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗ ଦେଇ କହିଛନ୍ତି l ଆଜି ରାଉରକେଲାର ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ  ଓଡ଼ିଶାରେ ଦେଶର ସର୍ବାଧିକ ୧୧୪ଟି EMRS ନିର୍ମାଣ ପାଇଁ ମଞ୍ଜୁର କରାଯାଇଛି, ସେଥିମଧ୍ୟରୁ  ବର୍ତ୍ତମାନ ୧୭ଟି ଜିଲ୍ଲାରେ ୪୭ଟି ସ୍କୁଲ କାର୍ଯ୍ୟକ୍ଷମ ହୋଇସାରିଛି l ଏହି ବିଦ୍ୟାଳୟରେ ୧୨ ହଜାରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି l  EMRS ର ଏକ ଆଂଚଳିକ କାର୍ଯ୍ୟାଳୟ ରାଉରକେଲାରେ ଖୋଲାଯିବା ସଂପର୍କରେ ଘୋଷଣା କରିଥିବାରୁ ସେ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଥିଲେ l 

ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l  ରାଉରକେଲା ରାଜଗାଙ୍ଗପୁର ଏବଂ ସୁନ୍ଦରଗଡଠାରେ ଚାଲିଥିବା ଏହି ଚତୁର୍ଥ ଜାତୀୟ ଇଏମଆରଏସ କ୍ରୀଡା ପ୍ରତିଯୋଗିତା ତେଲେଙ୍ଗାନା ଉଭୟ ଦଳଗତ ଓ ଏକକ ପ୍ରତିଯୋଗିତାରେ ସର୍ବାଧିକ ପଏଣ୍ଟ ରଖି ଚମ୍ପିୟାନ ହୋଇଛନ୍ତି l ମୁଖ୍ୟ ମନ୍ତ୍ରୀ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ l 

ଏଥିରେ ୨୧ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ରୁ ପ୍ରାୟ ୫୫୦୦ ପ୍ରତିଯୋଗୀ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ୨୨ ରୁ ଅଧିକ ପ୍ରତିଯୋଗୀତାରେ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀ nest ର ଆୟୁକ୍ତ  ଶ୍ରୀ ଅଜିତ ଶ୍ରୀବାସ୍ତବ , ଆନ୍ତର୍ଜାତୀୟ ଧାବକ ଦୂତି ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l 

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ବରନ୍ ସ୍ବାଗତ ଭାଷଣ ଦେଇଥିଲେ।  ଜିଲ୍ଲାପାଳ ସୁନ୍ଦରଗଡ ଡାକ୍ତର ଶୁଭଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମସ୍ତଙ୍କ ମଧ୍ୟରେ ଯୋଗ୍ୟତା ଅଛି । ଯୋଗ୍ୟତା ହିସାବରେ ପିଲାଙ୍କୁ ଗଢନ୍ତୁ…

Sunil Chandra Nayak

ଟିନି ଦଫା ଦାବିରେ ଜାତୀୟ ରାଜପଥ ଅବରୋଧ 

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗାୟତ୍ରୀ ନଗର ଠାରେ ରାକ୍ଷୀ ପୂର୍ଣ୍ଣିମା ପାଳନ 

Sunil Chandra Nayak

Leave a Comment

error: Content is protected !!