ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗାଁ ଛାତ୍ରାବାସ ନିକଟରେ ଦୈନିକ ହାଟ; ମୁଦୁଆଙ୍କ ଆଡ୍ଡାସ୍ଥଳୀ,ହାଟ ସ୍ଥାନାନ୍ତର ପାଇଁ ଅଭିଭାବକ,ଛାତ୍ର,ଅଂଚଳ ବାସୀଙ୍କ ଦାବି

ନୂଆଗାଁ ଛାତ୍ରାବାସ ନିକଟରେ ଦୈନିକ ହାଟ; ମୁଦୁଆଙ୍କ ଆଡ୍ଡାସ୍ଥଳୀ,ହାଟ ସ୍ଥାନାନ୍ତର ପାଇଁ ଅଭିଭାବକ,ଛାତ୍ର,ଅଂଚଳ ବାସୀଙ୍କ ଦାବି

 ମୟୂରଭଂଜ – ୨୩/୦୭ —  ବିଜାତଳା ଵ୍ଳକର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଂଚଳ ମାଣିକପୁର ପଞ୍ଚାୟତର ନୂଆଗାଁ ଗ୍ରାମରେ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଅବସ୍ଥିତ ।ଏହି ସ୍କୁଲରେ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଅଛି ।ଏହି ଛାତ୍ରାଵାସକୁ ଲାଗି ଦୈନିକ ହାଟ ଅପରାହ୍ନରେ ବସୁଛି ।ଏହି ହାଟରେ ମାଦକ ଦ୍ରବ୍ୟ ,ହାଣ୍ଡିଆ ବିକ୍ରି ମଧ୍ୟ ହେଉଛି ।ଯାହାଫଳରେ ମୁଦୁଆଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।ମଦ ଖାଇ ମାତାଲ୍ ହୋଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ ମାରପିଟ୍ ଗଣ୍ଡଗୋଳ ହେଉଛି ।ସରକାରଙ୍କ ନିୟମ ଅଛି ବିଦ୍ୟାଳୟ ହେଉ ଅବା ଦେବାଳୟ ହେଉ ସେଠି ପାଖାପାଖି ଜାଗାରେ ମାଦକ ଦ୍ରଵ୍ଯ,ଗୁଟକା ଇତ୍ୟାଦି ବିକ୍ରୟ ନିଷିଦ୍ଧ ଅଟେ ।କିନ୍ତୁ ଏଠି ତାହାର ଓଲଟା ।ମାଦକ ଦ୍ରବ୍ୟ ବିକ୍ରି,ଓ ମଦୁଆଙ୍କ ଚାଲିଚାଲାଣ,ଭାଷା ଛୋଟ ଛୋଟ କୋମଳମତି ଶିଶୁ ଉପରେ ପ୍ରଭାବ ପକାଉଛି ।ତେଣୁ ପ୍ରଶାସନ ତରଫରୁ ହାଟଟିକୁ ସ୍ଥାନାନ୍ତର‌ କରିବା ପାଇଁ ଅଭିଭାବକ,ଛାତ୍ରଛାତ୍ରୀ,ବୁଦ୍ଧିଜୀବୀ ଏବଂ ଅଂଚଳବାସୀଙ୍କ ମହଲରେ ଦାବି ହେଉଛି ।

 ମୟୁରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ରାଉରକେଲା ସାହିତ୍ଯ ସଂସଦର ଶିଶୁ ମହୋତ୍ସବ 

Sunil Chandra Nayak

ଦାଦନ ଶ୍ରମିକଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେଲେ ଜନ ପ୍ରତିନିଧି

masiha

ଜନନାଟ୍ୟ ମଞ୍ଚ ର ବିଶ୍ବ ନାଟ୍ୟ ଦିବସ ପାଳନ

masiha

Leave a Comment

error: Content is protected !!