ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ନାତକ ମହାବିଦ୍ୟାଳୟ କୋଷାଗୁମୁଡା ଠାରେ ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ସରକାରୀ ସ୍ନାତକ ମହାବିଦ୍ୟାଳୟ କୋଷାଗୁମୁଡା ଠାରେ ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର:(୨୨|୭)(ରବି ନାରାୟଣ ମହାନ୍ତି)ଆଜିର ସମୟରେ ମହିଳା ମାନଙ୍କ ପ୍ରତି ଘଟିଥିବା ବିଭିନ୍ନ ଅତ୍ୟାଚାର କୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପଦକ୍ଷେପ ମାନ ନିଆଯାଉଥିବା ବେଳେ ବିଭିନ୍ନ କମିଟି ମଧ୍ୟ ଗଠନ କରାଯାଇଛି। ଯେମିତି କି କର୍ମକ୍ଷେତ୍ରରେ ଓ ଆନୁଷ୍ଠାନିକ ସ୍ତରରେ ଆଭ୍ୟନ୍ତରୀଣ କମିଟି ଗଠନ କରି ମହିଳା ମାନଙ୍କୁ ସୁରକ୍ଷା ଦିଆଯାଇ ପାରୁଛି। ସାମ୍ପ୍ରତିକ ସ୍ଥିତିର ଦ୍ରୁତ ମୁକାବିଲା ପାଇଁ ସରକାରଙ୍କ ଶକ୍ତି ଶ୍ରୀ ଯୋଜନା ଏକ ଆୟୁଦ୍ଧ ବୋଲି ମନେ ହୁଏ।ଏହି ପରିପ୍ରେକ୍ଷୀରେ କୋଡ଼ିଙ୍ଗା ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହେଇ ଯାଇଛି। ଅଧ୍ୟକ୍ଷ ଶ୍ରୀ ରାଜୀବ ଜାଲ ଆଭ୍ୟନ୍ତରୀଣ କମିଟି ର ସମସ୍ତ ସଭ୍ୟ ଓ ସଭ୍ୟା ଙ୍କୁ ସ୍ବାଗତ କରିବା ସହ ଏହି କମିଟିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ରାଜଚାଉଁ ରିୟା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟ ନିଜ ବକ୍ତବ୍ୟରେ ଶକ୍ତି ଶ୍ରୀ ଯୋଜନାର ଆଭିମୁଖ୍ୟ ଓ ଭୂମିକା ବିଷୟରେ ସଚେତନ କରିଥିଲେ ଏବଂ ମହାବିଦ୍ୟାଳୟ ସ୍ତରରେ ଯଦି କୌଣସି ମହିଳା ମାନଙ୍କ ପ୍ରତି ଅସଦାଚରଣ ହୁଏ ତେବେ ଉକ୍ତ ମହିଳା ତୁରନ୍ତ କଣ ପଦକ୍ଷେପ ନେବେ ସେବିଷୟରେ ସଚେତନତା ସୃଷ୍ଟି କରିଥିଲେ।ଆଇନ ପରାମର୍ଶ ଦାତା ଭାବେ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଭାରତୀୟ ନ୍ୟାୟ ସଂହିତା ରେ କଣ କଣ ନାରୀ ସୁରକ୍ଷା ଆଇନ ଅଛି ଏବଂ ଏହାର ଉପଯୋଗ କିପରି କରାଯାଇ ପାରିବ, ସେ ବିଷୟରେ ସଚେତନତା ସୃଷ୍ଟି କରିଥିଲେ।ଏହାପରେ ସମସ୍ତେ ଶପଥ ପାଠ କରିଥିଲେ ଯେ ନାରୀ କୁ ସମ୍ମାନ ଏବଂ ଏକ ଶୈକ୍ଷୀକ ପରିବେଶ ବଜାୟ ରଖିବା ପାଇଁ ନିଜର ଯୋଗଦାନ ଦେବେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତରହି ଆଭ୍ୟନ୍ତରୀନ କମିଟିର ଉପଦୟେତା ସମ୍ପର୍କରେ ବୁଝିଥିଲେ।ଏହି କମିଟିର ଯେମିତି ଦୁରୁପଯୋଗ ନହୁଏ ଏବଂ ଏହାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଅଧ୍ୟାପିକା ବିଜୟଲକ୍ଷ୍ମୀ ଦିସାରୀ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।କିପରି କରିହେବ ସେ ବିଷୟରେ ବୁଝାଇଥିଲେ। କଲେଜର ପ୍ରମୁଖସ୍ଥାନ ମାନଙ୍କରେ ମହିଳା ସାହାଯ୍ୟକାରୀ ନମ୍ବର୧୮୧ ପ୍ରଦର୍ଶିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଓ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଥିଲେ। ଶେଷରେ କମିଟିର ସଂଯୋଜିକା ଶ୍ରୀମତୀ ସସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Renounded social worker Ratikanta Paul passed away.

Sunil Chandra Nayak

ରାଇରଙ୍ଗପୁର ଗୋଶାଳାରେ ଗୋପାଷ୍ଟମୀ ପାଳିତ

masiha

ବୃନ୍ଦାବାହାଲ ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

masiha

Leave a Comment

error: Content is protected !!