ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସମସ୍ୟା ନେଇ ଏମ ସି ଏଲ ସି ଏମ୍ ଡି ଙ୍କ ସହିତ ମହେଶ ଙ୍କ ଆଲୋଚନା 

ବିଭିନ୍ନ ସମସ୍ୟା ନେଇ ଏମ ସି ଏଲ ସି ଏମ୍ ଡି ଙ୍କ ସହିତ ମହେଶ ଙ୍କ ଆଲୋଚନା 

ଢେଙ୍କାନାଳ (ମନିସ)22/7/25 — ତାଳଚେର ରେ ଦେଖା ଦେଇଥିବା ରାସ୍ତା ଘାଟ ଜନିତ ସମସ୍ୟା ବିଶେଷ କରି ଗୋଡ଼ିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୧୪୯ ନମ୍ବର ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ କୋଇଲା ପରିବହନ କ୍ଷେତ୍ରରେ ଘୋର ବାଧା ଉପୁଜିବା ସହ ସାଧାରଣ ଯାନ ବାହାନ ତଥା ବାଟୋଇ ଙ୍କୁ ମଧ୍ୟ ହଇରାଣ ହେବାକୁ ପଡୁଛି । ତେଣୁ କେନ୍ଦ୍ର ସରକାର ଙ୍କ ଜାତିୟ ରାଜପଥ ବିଭାଗ ଓ କୋଇଲା ଖଣି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସମ୍ବଲପୁର ଠାରେ ଏମ ସି ଏଲ ସି ଏମଡି ଅନନ୍ତ ଉଦ୍ଧବ କାଉଏଲ୍ ଙ୍କୁ ଢ଼େଙ୍କାନାଳ ର ପୂର୍ବତନ ସାଂସଦ ତଥା ତାଳଚେର ଶୟଂଶାସିତ ମହାବିଦ୍ୟାଳୟ ଛାତ୍ର ପରିଷଦ ର କାର୍ଯ୍ୟକାରୀ ସଭାପତି ମହେଶ ସାହୁ ଭେଟି ଆଲୋଚନା କରିଥିଲେ । ଏହା ସହିତ ତାଳଚେର କଲେଜ ର ୧୦୦୦ ସିଟ୍ ସଂଖ୍ୟା ବିଶିଷ୍ଟ ଏକ ଅଡିଟୋରିୟମ ହଲ ନିର୍ମାଣ ପାଇଁ ପୂର୍ବରୁ କୋଇଲା ଖଣି କର୍ତ୍ତୃପକ୍ଷ ଙ୍କୁ ଶ୍ରୀସାହୁ ସାଂସଦ ଥିବା ବେଳେ ଏମ ସି ଏଲ ପକ୍ଷରୁ ହୋଇଥିବା ନିଷ୍ପତ୍ତି କାହିଁକି ହୋଇପାରି ନାହିଁ ବୋଲି ଶ୍ରୀ କାଉଏଲେ ଙ୍କୁ ଅବଗତ କରାଇବା ସହ ସେଥିପ୍ରତି ଦୃଷ୍ଟି ଦେବାକୁ ଏମ ସି ଏଲ ସି ଏମ ଡି ଙ୍କୁ କହିବା ସହ ଏହାକୁ କିପରି ଆସନ୍ତା ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଶୁଭ ଓ ଭୂମି ପୂଜନ କାର୍ଯକ୍ରମ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ସି ଏମ ଡି ଙ୍କୁ କହିଥିଲେ । ଏବଂ ଉଭୟଙ୍କ ମଧ୍ୟରେ ସନ୍ତୋଷ ଜନକ ଆଲୋଚନା ହୋଇଥିବା ପ୍ରାକ୍ତନ ସାଂସଦ ଶ୍ରୀ ସାହୁ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି । ଏହି ଅବସରରେ ସି ଏମ ଡି ମହେଶ ସାହୁ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ମ୍ଯୂନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ 

masiha

ପିଡ଼ିଏସ ଗୋଦାମ ଗୃହ କାର୍ଯ୍ୟକ୍ଷମ କରିବାକୁ ବ୍ଲକ ଉପାଧ୍ୟକ୍ଷ ଙ୍କୁ ଦାବି କଲେ ଖଲିଗଡ଼ ଗ୍ରାମବାସୀ

Leave a Comment

error: Content is protected !!