ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୮ ବର୍ଷ ମଧ୍ୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରେ କାଶୀପୁର ରେଞ୍ଜର ଗିରଫ

୧୮ ବର୍ଷ ମଧ୍ୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରେ କାଶୀପୁର ରେଞ୍ଜର ଗିରଫ

କନ୍ଧମାଳ, ତା, ୨୦/୦୯ :(ମନିସ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ କାଶୀପୁର ରେଞ୍ଜରଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ରାଜ୍ୟର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ୨୦୦୭ ମସିହାରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଶ୍ରୀ ସାହୁ ଙ୍କ ଚାକିରୀ କାଳ ୧୮ ବର୍ଷ ମଧ୍ୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ପ୍ରାଥମିକ ଆକଳନରୁ ୫ଟି କୋଠା, ୯ଟି ମୂଲ୍ୟବାନ ପ୍ଲଟ, ୨୬୩ ଗ୍ରାମ ସୁନା ଅଳଙ୍କାର ସହିତ ୨୭ ଲକ୍ଷ ୯୯ ହଜାର ୬୫୯ ଟଙ୍କା ବ୍ୟାଙ୍କ ଏବଂ ଡାକଘରେ ଜମା ରହିଥିବା ଜଣାପଡ଼ିଛି। ଏହାବ୍ୟତୀତ ଘରକରଣା ସାମଗ୍ରୀ ଏବଂ ନଗଦ ଟଙ୍କା ୯.୪୩ ଲକ୍ଷ ଟଙ୍କା ଜବତ କରାଯାଇଛି। ସୂଚନା ଅନୁସାରେ, କନ୍ଧମାଳ ଜିଲା ବାଲିଗୁଡ଼ାରେ ୨୨୫୦ ବର୍ଗଫୁଟ ଓ ୧୦୦୦ ବର୍ଗଫୁଟର ଦୁଇଟି ଘର, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଶ୍ରନିକେତାରେ ୧୬୦୦ ବର୍ଗଫୁଟର, ବ୍ରହ୍ମପୁର ଟକ୍ନୋ ପାର୍କରେ ୧୬୫୦ ବର୍ଗଫୁଟର ଘର ସହ ଦାରିଙ୍ଗବାଡ଼ିରେ ମଧ୍ୟ ଏକ ଘର ଠାବ କରିଛି ଭିଜିଲାନ୍ସ। ସେହିପରି ବାଲିଗୁଡ଼ା ସହର ଓ ଉପକଣ୍ଠରେ ୬ ପ୍ଲଟ୍ ଠାବ ହୋଇଥିବାବେଳେ ବ୍ରହ୍ମପୁର ଯୋଗିଆପଲ୍ଲୀରେ ଗୋଟିଏ ଓ ଖୋଡ଼ାସିଙ୍ଗିରେ ୨ଟି ପ୍ଲଟ୍ ରହିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି। କନ୍ଧମାଳ ଜିଲା ବାଲିଗୁଡ଼ା ଏସ୍‌ବିଆଇରେ ଶ୍ରୀ ସାହୁ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଏକ ଲକର ରହିଛି। ରାୟଗଡ଼ା ଜିଲା କାଶୀପୁର ଫରେଷ୍ଟ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ତାଙ୍କ ସରକାରୀ ବାସଭବନ ସମେତ କନ୍ଧମାଳ ଜିଲା ବାଲିଗୁଡ଼ାରେ ସ୍ତ୍ରୀ ନାମରେ ଥିବା ଘର, ବାଲିଗୁଡ଼ାରେ ଥିବା ତାଙ୍କର ଆଉ ଏକ ଘର, ଦାରିଙ୍ଗବାଡ଼ିରେ ଥିବା ଶ୍ରୀ ସାହୁଙ୍କ ଘର, ନୟାଗଡ଼ ଜିଲା ଗଣିଆ ଥାନା ଅନ୍ତର୍ଗତ କରଡପଡ଼ା ଗାଁରେ ଥିବା ଶ୍ବଶୁର ଘର, ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକର ଯୋଗିଆପଲ୍ଲୀ ଓ ଭଞ୍ଜନଗର ଦୋମୁହାଣୀରେ ଥିବା ଜଣେ ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ କରିଥିଲା ଭିଜିଲାନ୍ସ। ଶ୍ରୀ ସାହୁ ଗତ ୨୦୨୩ ମସିହା ଅଗଷ୍ଟ ୧୦ ତାରିଖଠାରୁ କାଶୀପୁରରେ ରେଞ୍ଜର ଭାବେ କାର୍ଯ୍ୟ କରୁଛନ୍ତି। କାଶୀପୁର ବନାଞ୍ଚଳରେ ଗତ ୨ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ସହ ରାୟଗଡ଼ା ଭିଜିଲାନ୍ସ ଟିମ୍ ସହାୟତାରେ ଏହି ଚଢ଼ଉ କରାଯାଇଥିଲା।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଭାପୁର ଫାଣ୍ଡିକୁ ପୋଲିସ ଷ୍ଟେସନ କରିବା ଯୋଜନା ନାଲି ଫିତା ତଳେ 

Sunil Chandra Nayak

ଢେଙ୍କାନାଳ ପୋଲିସ୍ ଲାଇନ୍ କ୍ଳଷ୍ଟରର ଏଫ୍. ଏଲ୍. ଏନ୍. ଜନଭାଗୀଦାରୀ ସଚେତନତା କାର୍ଯ୍ୟକ୍ରମ -୨୦୨୩ ଅନୁଷ୍ଠିତ

ଜୀବନ ଓ ରୋଗ ରୋଗ ସହ ଲଢ଼ୁଥିବା ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

Leave a Comment

error: Content is protected !!