ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ ବସୁଲ୍ ଗ୍ରାମଠାରେ ଆଦି ସେବା କେନ୍ଦ୍ର ଉଦଘାଟିତ

ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ ବସୁଲ୍ ଗ୍ରାମଠାରେ ଆଦି ସେବା କେନ୍ଦ୍ର ଉଦଘାଟିତ

ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ ବସୁଲ୍ ଗ୍ରାମଠାରେ ଆଦି ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି।

କେନ୍ଦ୍ର ସରକାରଙ୍କ ଆଦି କର୍ମଯୋଗୀ ଅଭିଯାନ ଦ୍ବାରା ଏହି ଆଦି ସେବା କେନ୍ଦ୍ର ରାଜ୍ୟ ସରକାର ଙ୍କ ୨୫ ଗୋଟି ସରକାରୀ ବିଭାଗ ଦ୍ବାରା ପରିଚାଳିତ ହେବ ଓ ଗ୍ରାମର ଜନ ଜାତି ଲୋକ ମାନେ ଏହା ଦ୍ବାରା ସିଧାସଳଖ ଉପକୃତ ହେବେ।

ଗତ ଶୁକ୍ରବାର ଦିନ ବଡ ବସୁଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସରପଞ୍ଚ ମକୁନ୍ଦ ଶବର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କର୍ତ୍ତବ୍ୟ ର ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପା ନନ୍ଦ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ପଞ୍ଚାୟତ ନିର୍ବାହୀ ଅଧିକାରୀ ବଟକୃଷ୍ଣ ବାରିକ, ଅତିରିକ୍ତ ହିସାବ ରକ୍ଷକ ଦିବ୍ୟ ରଞ୍ଜନ ବେହେରା, ମାଷ୍ଟର ବୁକ ଟ୍ରେନର ନିଳୀମା ତାଣ୍ଡି , ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ମହିଳା ସୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ୱାର୍ଡ ସଭ୍ୟ ଓ ଆଦି ସାଥୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।ଆଜି ଆଦି ସାଥୀ ମାନଙ୍କୁ ତାଲିମ ଦିଆଯିବା ସହ କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ହୋଇଥଲା। ମାଷ୍ଟର ଟ୍ରେନର ରାଜେଶ ପଟ୍ଟନାୟକ ଆଦି ସାଥୀ ମାନଙ୍କୁ ତାଲିମ ପ୍ରଦାନ କରିଥଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାପଡାହାଣ୍ଡି ବ୍ଲକର ଅତିରିକ୍ତ ଦାୟିତ୍ବ ଗ୍ରହଣ

ଶିକ୍ଷା ସପ୍ତାହର ଅନ୍ତିମ ଦିବସରେ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର 

Sunil Chandra Nayak

Leave a Comment

error: Content is protected !!