ପାପଡାହାଣ୍ଡି 22/1,ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ମୃଗ ବିହାର ନିକଟରେ ରବିବାର ଜିଲ୍ଲା ଓୟୁଜେ ସଂଘର ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଭାବେ ସୁଶାନ୍ତ କୁମାର ବେହେରା ଓ ସାଧାରଣ ସମ୍ପାଦକ ଭାବେ ବାରିଜ ପଟନାୟକଙ୍କୁ ମନୋନିତ କରାଯାଇଥିଲା | ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଓୟୁଜେ ସଂଘ ସଭାପତି ପ୍ରଶନ୍ନ କୁମାର ମହାନ୍ତି, ନିର୍ବାଚନ ଅଧିକାରୀ ଭାବେ କୋରାପୁଟର ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ବିଶ୍ୱାଳ, କଳାହାଣ୍ଡି ଜିଲ୍ଲା ଓୟୁଜେ ସଭାପତି କୁମ୍ଭପାଣି ମିଶ୍ର, ଇଙ୍ଗିତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ | ଜିଲ୍ଲାର 10 ଗୋଟି ବ୍ଲକର ସାମ୍ବାଦିକ ମାନେ ଏହି ବୈଠକରେ ଯୋଗଦେଇଥିଲେ | ଅତିଥି ପରିଚୟ ପରେ ସମ୍ପାଦକ ବାରିଜ ପଟନାୟକ ବିବରଣୀ ପଠନ କରିଥିଲେ | ପରେ ଅତିଥି ମାନେ ସଂଘ ଓ ସଂଘର ସାଙ୍ଘଠନିକ ଭୂମିକା ସମ୍ପର୍କରେ ଆଲୋକ ପାତ କରିଥିଲେ | ବିଗତ ଦିନରେ ସଂଘ କିପରି ଏକ ଜୁଟ ହୋଇ କାର୍ଯ୍ୟ କରିଛି ଅଗାମି ଦିନରେ ତାହା ଜାରିରହୁ ବୋଲି ଆଲୋଚନା ହୋଇଥିଲା | ରାଜ୍ୟ ସଭାପତି ସାମ୍ବାଦିକ ମାନଙ୍କ ଇନ୍ସୁରାନ୍ସ 10 ଲକ୍ଷ କରିବା ସହ ପିତା ମାତାଙ୍କ ନାମ ସାମିଲ କରିବା , ସାମ୍ବାଦିକଙ୍କୁ ପେନସନ ଭୁକ୍ତ କରାଇବା ଲାଗି ଦାବି ଜଣାଇଥିଲେ | ନଚେତ ଅଗାମି ଦିନରେ ଓୟୁଜେ ସଂଘ ବିଧାନସଭା ଆଗରେ ଧାରଣା ଦେବ ବୋଲି କହିଥିଲେ | ଲଗାତର ଭାବେ ସୁଶାନ୍ତ ବେହେରା ତୃତୀୟ ଥର ଲାଗି ଜିଲ୍ଲା ଓୟୁଜେ ସଭାପତି ଭାବେ ମୋନୋନିତ ହୋଇଛନ୍ତି | ଏହି ଅବସରରେ ମନପ୍ରୀତ କୌର ଦେଶତ୍ମକବୋଧ ଗୀତ ଓ ଦଳେଇଗୁଡା ଆଶ୍ରମ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ | ଉଦଯାପନୀ ସମାରୋହରେ ମୂଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନହୋର ରନ୍ଧାରି, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ସମାଜସେବୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ସମାଜରେ ସାମ୍ବାଦିକ ମାନଙ୍କ ଭୂମିକା ସମ୍ପର୍କ ରେ କହିଥିଲେ | ଶେଷରେ ରାଜ୍ୟ ସଙ୍ଘଠନ ସମ୍ପାଦକ ଭାବେ ଦିଲୀପ କୁମାର ଦାସ ଓ ମହେଶ୍ୱର ବେହେରାଙ୍କୁ ମନୋନିତ କରାଯାଇଥିଲା |ଅଗାମି ଦିନରେ କୋର କମିଟି ମାଧ୍ୟମରେ ଅନ୍ୟ ସଭ୍ୟ ଚୟନ ନେଇ ନିଷ୍ପତି ହୋଇଥିଲା | କାର୍ଯ୍ୟକ୍ରମ ରେ ଜିଲ୍ଲାର ଶତାଧିକ ସାମ୍ବାଦିକ ସହ କୋରାପୁଟ ଜିଲ୍ଲା ଓୟୁଜେ ସଭାପତି ପ୍ରମୁଖ ଯୋଗଦେଇଥିଲେ |