ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଓୟୁଜେ ସଂଘର ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ

ପାପଡାହାଣ୍ଡି 22/1,ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ମୃଗ ବିହାର ନିକଟରେ ରବିବାର ଜିଲ୍ଲା ଓୟୁଜେ ସଂଘର ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଭାବେ ସୁଶାନ୍ତ କୁମାର ବେହେରା ଓ ସାଧାରଣ ସମ୍ପାଦକ ଭାବେ ବାରିଜ ପଟନାୟକଙ୍କୁ ମନୋନିତ କରାଯାଇଥିଲା | ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଓୟୁଜେ ସଂଘ ସଭାପତି ପ୍ରଶନ୍ନ କୁମାର ମହାନ୍ତି, ନିର୍ବାଚନ ଅଧିକାରୀ ଭାବେ କୋରାପୁଟର ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ବିଶ୍ୱାଳ, କଳାହାଣ୍ଡି ଜିଲ୍ଲା ଓୟୁଜେ ସଭାପତି କୁମ୍ଭପାଣି ମିଶ୍ର, ଇଙ୍ଗିତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ | ଜିଲ୍ଲାର 10 ଗୋଟି ବ୍ଲକର ସାମ୍ବାଦିକ ମାନେ ଏହି ବୈଠକରେ ଯୋଗଦେଇଥିଲେ | ଅତିଥି ପରିଚୟ ପରେ ସମ୍ପାଦକ ବାରିଜ ପଟନାୟକ ବିବରଣୀ ପଠନ କରିଥିଲେ | ପରେ ଅତିଥି ମାନେ ସଂଘ ଓ ସଂଘର ସାଙ୍ଘଠନିକ ଭୂମିକା ସମ୍ପର୍କରେ ଆଲୋକ ପାତ କରିଥିଲେ | ବିଗତ ଦିନରେ ସଂଘ କିପରି ଏକ ଜୁଟ ହୋଇ କାର୍ଯ୍ୟ କରିଛି ଅଗାମି ଦିନରେ ତାହା ଜାରିରହୁ ବୋଲି ଆଲୋଚନା ହୋଇଥିଲା | ରାଜ୍ୟ ସଭାପତି ସାମ୍ବାଦିକ ମାନଙ୍କ ଇନ୍ସୁରାନ୍ସ 10 ଲକ୍ଷ କରିବା ସହ ପିତା ମାତାଙ୍କ ନାମ ସାମିଲ କରିବା , ସାମ୍ବାଦିକଙ୍କୁ ପେନସନ ଭୁକ୍ତ କରାଇବା ଲାଗି ଦାବି ଜଣାଇଥିଲେ | ନଚେତ ଅଗାମି ଦିନରେ ଓୟୁଜେ ସଂଘ ବିଧାନସଭା ଆଗରେ ଧାରଣା ଦେବ ବୋଲି କହିଥିଲେ | ଲଗାତର ଭାବେ ସୁଶାନ୍ତ ବେହେରା ତୃତୀୟ ଥର ଲାଗି ଜିଲ୍ଲା ଓୟୁଜେ ସଭାପତି ଭାବେ ମୋନୋନିତ ହୋଇଛନ୍ତି | ଏହି ଅବସରରେ ମନପ୍ରୀତ କୌର ଦେଶତ୍ମକବୋଧ ଗୀତ ଓ ଦଳେଇଗୁଡା ଆଶ୍ରମ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ | ଉଦଯାପନୀ ସମାରୋହରେ ମୂଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନହୋର ରନ୍ଧାରି, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ସମାଜସେବୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ସମାଜରେ ସାମ୍ବାଦିକ ମାନଙ୍କ ଭୂମିକା ସମ୍ପର୍କ ରେ କହିଥିଲେ | ଶେଷରେ ରାଜ୍ୟ ସଙ୍ଘଠନ ସମ୍ପାଦକ ଭାବେ ଦିଲୀପ କୁମାର ଦାସ ଓ ମହେଶ୍ୱର ବେହେରାଙ୍କୁ ମନୋନିତ କରାଯାଇଥିଲା |ଅଗାମି ଦିନରେ କୋର କମିଟି ମାଧ୍ୟମରେ ଅନ୍ୟ ସଭ୍ୟ ଚୟନ ନେଇ ନିଷ୍ପତି ହୋଇଥିଲା | କାର୍ଯ୍ୟକ୍ରମ ରେ ଜିଲ୍ଲାର ଶତାଧିକ ସାମ୍ବାଦିକ ସହ କୋରାପୁଟ ଜିଲ୍ଲା ଓୟୁଜେ ସଭାପତି ପ୍ରମୁଖ ଯୋଗଦେଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରଘୁନାଥପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

masiha

ବାଞ୍ଜିଝାଲ ରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

ଵିଜାତଳା ବ୍ଳକର ବିକାଶ ପୁରୁଷ ବିଶିଷ୍ଟ ଆଦିବାସୀ ସାମାଜିକ କର୍ମୀ ସୁଦର୍ଶନ ମୁର୍ମୁ ଙ୍କ ଦେହାନ୍ତ, ସମଗ୍ର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!