ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହାତ ସେ ହାତ ଯୋଡ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ତେନ୍ତୁଳିଖୁଣ୍ଟି – -୨୨/୦୧/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ କମିଟି କଂଗ୍ରେସ ଦଳର ହାତ ସେ ହାତ ଯୋଡ କାର୍ଯ୍ୟକ୍ରମ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ ବୈଠକରେ ସଭାପତିତ୍ୱ କରିଥିଲେ। ପାପଡାହାଣ୍ଡି ଠାରୁ ନବରଙ୍ଗପୁର ଇନ୍ଦ୍ରାବତୀ ବ୍ରିଜ ପର୍ଯ୍ୟନ୍ତ ପଦଯାତ୍ରାରେ ନବରଙ୍ଗପୁର କଂଗ୍ରେସ କର୍ମକର୍ତ୍ତା ପଦଯାତ୍ରା କରିବେ ବୋଲି ନିଷ୍ପତ୍ତି ହୋଇଛି ,ଏହି ପଦଯାତ୍ରା ରେ ତେନ୍ତୁଳିଖୁଣ୍ଟି ବ୍ଲକ ରୁ ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ସାମିଲ ହେବେ ବୋଲି ବିଭିନ୍ନ ପଞ୍ଚାୟତ ରୁ ଆସିଥିବା କର୍ମକର୍ତ୍ତା ଙ୍କ ମତ ରୁ ନିଷ୍କର୍ଷ ବାହାରିଥିଲା। ଏହି ହାତ ସେ ହାତ ଯୋଡ ଯାତ୍ରା ଛବିଶ ଜାନୁଆରୀ ରେ ଆରମ୍ଭ ହେବ ,ଜିଲା କଂଗ୍ରେସ କାର୍ଯ୍ୟାଳୟ ରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଗଣତନ୍ତ୍ର ଦିବସ ରେ ଜାତୀୟ ପତ୍ତାକା ଉତ୍ତୋଳନ ପରେ ପଦଯାତ୍ରା ଆରମ୍ଭ କରାଯିବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ଆଜିର ବୈଠକରେ କେତେବେଳେ ଓ କେଉଁଠାରୁ ତେନ୍ତୁଳିଖୁଣ୍ଟି ର ସମ୍ଭାବ୍ୟ ପଦଯାତ୍ରୀ ବାହାରିବେ ଓ ସଂଯୋଜନା କିଏ କରିବେ ଚର୍ଚ୍ଚା କରାଯାଇଥିଲା। ବୈଠକରେ ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଦିଲୀପ ପ୍ରଧାନୀ ,ଜିଲ୍ଲା କଂଗ୍ରେସ ସଧାରଣ ସମ୍ପାଦକ ଭୀମସେନ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ କୁମର ପୂଜାରୀ ,କୃଷକ ନେତା କିଶୋର ସିଂ ,ସମବାୟବିତ ବସନ୍ତ ପାଣିଗ୍ରାହୀ, ଯୁବ ନେତା ସୁନୀଲ ସିଂ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଲଭକନ୍ଧ ଗୌଡ଼ ସମେତ ବହୁ କର୍ମୀ ଓ ନେତା ଆଲୋଚନା ରେ ସାମିଲ ଥିଲେ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଲୋକ ଭବନରେ ୨ ଆଇଆରଏସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କଲା ବିଜେଡି

Sunil Chandra Nayak

ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ନେଇ ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରତିବାଦ 

masiha

ବିଜେପି ପକ୍ଷରୁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁସପୁତ୍ତଳିକା ଦାହ

masiha

Leave a Comment

error: Content is protected !!