ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିରରେ ରକ୍ତଦାନ,୩୩ ୟୁନିଟ୍ ରକ୍ତ ସଂଗୃହୀତ

କୋକସରା,୨୨/୧- ସ୍ଥାନୀୟ ପଞ୍ଚାୟତ ସମିତି ଡିଗ୍ରୀ ମହା ବିଦ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିରର ଦ୍ବିତୀୟ ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ଡ. ମାନବେଶ ମହାପାତ୍ର ଉଦଘାଟନ କରିଥିଲେ। ମହା ବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଓ ଶିବିରରେ ଯୋଗ ଦେଇଥିବା ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ  ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ରକ୍ତଦାତା ଭାବେ ଶିବିରର ନିର୍ଦ୍ଦେଶକ ତଥା ଯୁବ ରେଡକ୍ରସ ପରାମର୍ଶଦାତା ସୁବ୍ରତ କୁମାର ବେହେରାଙ୍କ ସମେତ କାହ୍ନୁ ଶବର, ରାକେଶ ନାଗ, ଗୋଲକ ବିହାରୀ ତାଣ୍ଡି, ଶ୍ରଦ୍ଧାରାଣୀ ପ୍ରଧାନୀ, ନିଲିମା ଶବର, ଦୀପକ ପୁଝାରୀ, ଫାଲଗୁନି ଦାଶ, ମନୋରଂଜନ ଗହୀର, ସିଦ୍ଧାନ୍ତ ପଟେଲ, ଯଶୋବନ୍ତ ଦୁର୍ଗା, ଅମିତ ଶବର, ଧନସିଂହ ଶବର, ହୁକମି ନାଗ, ଗୌରାଙ୍ଗ ବାଗ, ଓଁକାର ଦଣ୍ଡସେନା, ହିମାଂଶୁ ସେନାପତି, କୌତୁକ ନାଏକ, ଅଭିଷେକ ସୁନା,ବିକାଶ ପଣ୍ଡା, ସିଦ୍ଧାନ୍ତ ସାହୁ, ଅଶ୍ବିନୀ ଶବର, ଲିଲାମ୍ବର ନାଏକ, ରବିନ୍ଦ୍ର ବିଷି, ହରିପ୍ରିୟା ସାହୁ, ଚର୍ଚ୍ଚିକା ବାଗ, ପୁରୁଷୋତ୍ତମ ବାଗ, କୁଞ୍ଜ ବିହାରୀ ହଂସ, ସୁଜାତା ତାଣ୍ଡି, ଚିନ୍ମୟ ନାଏକ, ଗୀତାଜଂଳୀ ପୁଂଜି, ହିମାଦ୍ରି ନିଆଲ ପ୍ରମୁଖ ମୋଟ ୩୩ ଜଣ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ ଡ.ଲିପିକା ମହାନ୍ତି, ସେବିକା କାଜଲ ରାଓ, ଧର୍ମଗଡସ୍ଥିତ ଓଡ଼ିଶା ରକ୍ତ କେନ୍ଦ୍ରର ଟେକ୍ନିସିଆନ ଗଜାନନ ବେହେରା, ନିଗମାନନ୍ଦ ଗୋପାଳ, କୃତ୍ତିବାସ ଦଣ୍ଡସେନା ଓ ଡମ୍ବରୁଧର ମେହେର ପ୍ରମୁଖ  ରକ୍ତ ସଂଗ୍ରହ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ : ପରିସ୍ଥିତି ନିୟନ୍ତ୍ରଣାଧୀନ

masiha

ଫୁଲବାଣୀ ବଡ ମେଡ଼ିକାଲ ରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ସିଟିସ୍କାନ ଉଦଘାଟିତ

Sunil Chandra Nayak

ପାଟଣାଗଡ ଲାୟନ୍ନ କ୍ଲବ ତରଫରୁ ମାଗଣା ମେଡିକାଲ କ୍ୟାମ୍ପ ସହ ଔଷଧ ବଣ୍ଟନ 

masiha

Leave a Comment

error: Content is protected !!