ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମହୋତ୍ସବର ତୃତୀୟ ସନ୍ଧ୍ୟା ରେ ଉତ୍ତରାଞ୍ଜଳ ଡ଼ି.ଆଇ.ଜି ଙ୍କ ଯୋଗ ଦାନ 

କାମାକ୍ଷାନଗର:(ମନିସ )11/2/23 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡ଼ିୟମ ପରିସରରେ ୧୦ ତାରିଖ ତୃତୀୟ ସନ୍ଧ୍ୟା ରେ ଏହି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା କାର୍ଯ୍ୟକ୍ରମ ରେ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଜଣେ ମୁଖ୍ୟ ଅତିଥି , ତାଳଚେର ଉତ୍ତର କେନ୍ଦ୍ରାଞ୍ଚଳ ଡ଼ି.ଆଇ.ଜି ବ୍ରିଜେଶ୍ ରାୟା, ଢେଙ୍କାନାଳ ଏସ୍‌ପି ଜ୍ଞାନ ରଞ୍ଜନ ମହାପାତ୍ର, ଢେଙ୍କାନାଳ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ତନ୍ନୟ କୁମାର ଦରୱ।ନ,ହିନ୍ଦୋଳ ଉପଜିଲ୍ଲା ପାଳ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଓଡ଼ିଆ ଚଳଚିତ୍ର ପ୍ରୟୋଜକ ଜ୍ୟୋତି ରଞ୍ଜନ୍ ମହାନ୍ତି, ଓ ଅଭିନେତା ମଣ୍ଟୁ ଶୁଭାସିଷ୍ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ମହୋତ୍ସବର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ କାମାକ୍ଷାନଗର ର ବିଧାୟକ ତଥା ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲୀକ ଙ୍କୁ କୃତଞ୍ଜତା ଜଣାଇବା ସହ ଏନ୍‌ଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ଓ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କୁ ପ୍ରଶଂସା କରିଥିଲେ। ଏବଂ ଆଗାମୀ ବର୍ଷ ଅଧିକ ସରସ ସୁନ୍ଦର କରିବା ପାଇଁ ମଙ୍ଗଳ କାମନା କରିଥିଲେ । ଶେଷରେ ରାଜ୍ୟର ପ୍ରତିଷ୍ଠିତ ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀ ଓ କଣ୍ଠ ଶିଳ୍ପୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କାମାକ୍ଷାନଗର ରେ ଏହି ମହୋତ୍ସବ ପ୍ରଥମ ବର୍ଷ ଆରମ୍ଭ କରାଯାଇଥିବାରୁ କାମାକ୍ଷାନଗର ଅଞ୍ଚଳବାସୀ ସମସ୍ତ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ସହ ପଲ୍ଲିଶ୍ରୀ ମେଳାରେ ବୁଲି ମଜ୍ଜା ନେଇଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ୍ କାର୍ଯ୍ୟକ୍ରମ

masiha

ଉପଖଣ୍ଡ ଯୁବ ପ୍ରତ୍ରକାର ସଂଘ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

masiha

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି , ୧୦ଡିଗ୍ରୀ ତଳକୁ ଖସିଲା ପାରଦ

masiha

Leave a Comment

error: Content is protected !!