ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାମିଲ ହେଲା ରୂପାନ୍ତର କାର୍ଯ୍ୟକ୍ରମ 5ଟି ରେ କିନ୍ତୁ କେବଳ ପୁନର୍ବିନ୍ୟାସ ହେବ ନା ନୂତନତା ସୃଷ୍ଟିହେବ ?

ତେନ୍ତୁଳିଖୁଣ୍ଟି – ୧୭/୦୪/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଏକମାତ୍ର ଯୁକ୍ତ ଦୁଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ 5 ଟି ରେ ସାମିଲ କରାଗଲା। ଏହି କ୍ରମରେ ଆଜି ଭିଡିଓ କଂଫେରେନ୍ସିଂ ମାଧ୍ୟମରେ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ସହ 5ଟି ସଚିବ ଭି କେ ପାଣ୍ଡିୟାନ କଥା ବାର୍ତ୍ତା ହୋଇଥିଲେ। ଛାତ୍ର ଛାତ୍ରୀ ସେମାନଙ୍କ ବିଦ୍ୟାଳୟ କୁ 5 ଟି ରେ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ। ଏହି 5 ଟି କାର୍ଯ୍ୟକ୍ରମ ରେ 50 ଲକ୍ଷ ଟଙ୍କା ବ୍ୟୟ ହେବ। ସ୍ମାର୍ଟ କ୍ଲାସ ରୁମ ଇ ଲାଇବ୍ରେରୀ ଇ ଲାବୋରାଟୋରୀ , ଆଇ ସି ଟି ରୁମ ସହ ଖେଳ ପଡିଆ ର ବିକାଶ ମଧ୍ୟ କରାଯିବ। ଆଜିର କାର୍ଯ୍ୟକ୍ରମ ରେ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷତଥା ଗଣିତ ଅଧ୍ୟାପକ ଯଶୋବନ୍ତ ବରାଳ ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ , ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା , କ୍ରିଷ୍ଣା ମଞ୍ଜରୀ ବିଶୋଇ , ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ,ସମିତି ସଭ୍ୟ ସୁଧୀର ଖୁରା , ସୁକାନ୍ତି ମହାନ୍ତି , ସରପଞ୍ଚ ବନ୍ଦିତା ନାୟକ , ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଗ ,ମଞ୍ଜୁଳା ମାଝୀ, ଲ୍ୟାମ୍ପ ସଭାପତି ଅଖିଳ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। 5 ଟି ସଚିବ ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟର ଗୁଣବତ୍ତା ପ୍ରତି ବିଶେଷ ଧ୍ୟାନ ଦେବାକୁ ବିଡ଼ିଓ ଙ୍କୁ ଜୋର ଦେଇ କହିଥିବା ଦେଖାଯାଇଥିଲା। ଉଚ୍ଚ ବିଦ୍ୟାଳୟ ରେ ଶ୍ରେଣୀଗୃହ ସ୍ମ।ର୍ ହେବାକୁ ଯାଉଥିବା ରୁ ଛାତ୍ରଛାତ୍ରୀ ଖୁସି ପ୍ରକଟ କରିଥିଲେ କିନ୍ତୁ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ଦୁଇ ଶହ ତୁଳନାରେ ବଡ଼ ଶ୍ରେଣୀ ଗୃହ ନଥିବା ବେଳେ ସ୍ମାର୍ ଶ୍ରେଣୀ ଗୃହ ପୁରୁଣା କୋଠାରୀ କୁ ପୁନର୍ବିନ୍ୟାସ ବଦଳରେ ଅନ୍ତତଃ ଦୁଇଟି ନୂଆ ଶ୍ରେଣୀ ଗୃହ କରାଗଲେ ଠିକ ହେବ ବୋଲି ଆଲୋଚନା ହେଉଥିଲା। ବିଦ୍ୟାଳୟ ବ୍ଲକ ଗ୍ରାଣ୍ଟ ହୋଇ ପ୍ରକଳ୍ପ ଅଧିନ ରୁ ଯିବା ପରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ପ୍ରୟାସ ର ଆଵଶ୍ୟକତା ନେଇ ଟୁପୁରୁ ଟାପୁରୁ ଆଲୋଚନା ହେଉଥିବା ଦେଖାଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କଳାହାଣ୍ଡି କିସ୍ ଆବାସିକ ବିଦ୍ୟାଳୟ ପରିସରରେ ଭାରତ ସରକାର ଙ୍କ “ନିଶାମୁକ୍ତ ଭାରତ “କାର୍ଯକ୍ରମ

Sunil Chandra Nayak

ଘୁମୁରାର ତାଳେ ତାଳେ ଦୁଲୁକିଵ ମା ଲଙ୍କେଶ୍ୱରୀ ମଞ୍ଚ

masiha

ସରଧାପୁର ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!