ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ରାଇଜର କରୁଣ କାହାଣୀ   ଭଉଣୀ ହାତରେ ପରିବାର ବୋଝ  ପହଞ୍ଚି ପାରୁନି ସରକାରୀ ସହାୟତା 

ଦାଦନ ରାଇଜର କରୁଣ କାହାଣୀ 

 ଭଉଣୀ ହାତରେ ପରିବାର ବୋଝ 

ପହଞ୍ଚି ପାରୁନି ସରକାରୀ ସହାୟତା 

କଣ୍ଟାବାଞ୍ଜି, ୧୫/୦୬,: ତୁରେକେଲା ଥାନା ଅନ୍ତର୍ଗତ ଘୁନେସ ପଞ୍ଚାୟତ ର ଗଡଗଡବାହାଲ ଗ୍ରାମରେ ଯଶୋବନ୍ତି ପହରିଆ ଦାଦନ ଖଟିବାକୁ ଯାଇ ନିଜର ଛୋଟ ୪ ଭାଇଙ୍କୁ ପୋଷଣ କରୁଛନ୍ତି । ଅନେକ ସମୟରେ ଗ୍ରାମବାସୀ ସେମାନଙ୍କୁ ଖାଇବା ପାଇଁ ଯୋଗାଇ ଦେଉଛନ୍ତି। ବହୁତ୍ କଷ୍ଟରେ ନିଜ ୪ ଭାଇଙ୍କ ସହିତ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଯଶୋବନ୍ତି। ୪ ବର୍ଷ ଆଗରୁ ତାଙ୍କ ବାପା ଦଶରଥ ପହରିଆ ଏବଂ ତାଙ୍କ ମାଆ ଦୃପଦି ପହରିଆଙ୍କ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ମୃତ୍ୟୁ ଘଟିଥିଲା। ତେବେଠାରୁ ନିଜ ପରିବାରର ବୋଝ ତାଙ୍କ ଉପରେ । ସେ ନିଜେ ଦାଦନ ଖଟିବାକୁ ଯାଇ ନିଜ ଛୋଟ ଛୋଟ ୪ ଭାଇଙ୍କୁ ପାଳନ ପୋଷଣ କରୁଛନ୍ତି। ସେମାନଙ୍କୁ ସରକାରଙ୍କ ତରଫରୁ କୌଣସି ସୁବିଧା ଯୋଗାଇ ଦିଆ ଯାଇ ନାହିଁ। ସେମାନଙ୍କ ରହିବା ପାଇଁ ଘର ମଧ୍ୟ ନାହିଁ । ଜଣେ ଗ୍ରାମବାସୀଙ୍କ ଜାଗାରେ ସେମାନେ ଚାଲ ଛପର ଘର କରି ରହୁଛନ୍ତି । ପୂର୍ବରୁ ତାଙ୍କ ଆଈ ଡମେନ ପହରିଆଙ୍କ ନାମରେ ଏକ ଆବାସ ଗୃହ ଆସିଥିଲା ହେଲେ ଜଣେ ଠିକାଦାର ଗୃହ କର୍ମ ଅଧାରୁ ଛାଡି ପଇସା ଖାଇ ଦେଇ କୁଆଡେ ଗାୟବ ହୋଇ ଗଲେ । ତେଣୁ ତାଙ୍କ ପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଜସୋବନ୍ତି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଓଏଏସ୍ ପରୀକ୍ଷାରେ ରାଉରକେଲାର ସ୍ଥିତପ୍ରଜ୍ଞ

Sunil Chandra Nayak

ପ୍ରବେଶ ଉତ୍ସବରେ ସମୂହ ଖଡିଛୁଅଁ କାର୍ଯ୍ୟକ୍ରମ 

Sunil Chandra Nayak

ବିଷ ଖାଇ ଯୁବତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

Sunil Chandra Nayak

Leave a Comment

error: Content is protected !!