ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଥୁଆମୁଳ ରାମପୁର:୧୦/୦୯ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର “ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର” ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ଲଗାଣ ବର୍ଷା ଓ ପ୍ରତିକୂଳ ପାଗ ହୋଇଥିବା ସତ୍ତ୍ୱେ ବିଭିନ୍ନ ଅଞ୍ଚଳରୁ ୧୭୪ ଜଣ ଭିନ୍ନକ୍ଷମ ହିତାଧିକାରୀ ଶିବିରରେ ପଞ୍ଜୀକରଣ କରି ନିଜର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଇବା ସହ ଡାକ୍ତରୀ ପରାମର୍ଶ ମଧ୍ୟ ନେଇଥିଲେ। ତେବେ ଲଗାଣ ବର୍ଷା ଯୋଗୁଁ ଯୋଗାଯୋଗ ବ୍ୟାହତ ହେବାରୁ ଅନେକ ଦୂରଦୂରାନ୍ତ ଅଞ୍ଚଳରେ ଥିବା ଗ୍ରାମ ମାନଙ୍କର ହିତାଧିକାରୀ ଶିବିରରେ ପହଞ୍ଚିବାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଥିଲ। ଉକ୍ତ ଶିବିରରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଅଶ୍ୱିନୀ ସାହୁ, ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅନନ୍ତ ଚରଣ ମେହେର, ଇ ଏନ୍ ଟି ବିଶେଷଜ୍ଞ ଡାକ୍ତର ପ୍ରଦ୍ୟୁମ୍ନ କିଶୋର ପଣ୍ଡା, ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିବେଦିତା ମହାରାଣ, ଫିଜିଓଥେରାପିଷ୍ଟ ଡାକ୍ତର ସମ୍ବିତ ସ୍ୱରୂପ ପଣ୍ଡା, ପିଆଣ୍ଡଓ ଡାକ୍ତର ରାଜଶ୍ରୀ ପ୍ରିୟଦର୍ଶିନୀ, ଟେଲି-ଟେକ୍ ନିବେଦିତା ସାହୁ, କ୍ଲିନିକାଲ ସାଇକୋଲୋଜିଷ୍ଟ ଅନାୟତ ମହମ୍ମଦ, ଅଡିଓଲୋଜିଷ୍ଟ ଆରାଧନା ବେହୁରା, ଏମ୍ ଆଇ ନିବାସ ଚନ୍ଦ୍ର ସାହୁ, ଡିପିଏ ଶେଷଦେବ ନାଏକ, ପିଏ ଲକ୍ଷ୍ୟପତି ପୂଜାରୀ, ଡିଇଓ ଆଶୁତୋଷ ପ୍ରଧାନ ଏବଂ ଆଟେଣ୍ଡାଣ୍ଟ ଅମନ ଡାକୁଆ ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟବସ୍ଥା ଓ ଚିକିତ୍ସା ସେବା ଯୋଗାଇଥିଲେ। କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ମାଝୀ, ଦିଶା କମିଟି ସଦସ୍ୟ ପବିତ୍ର ନାଏକ ଏବଂ ବିଡିଓ ଧ୍ରୁବ ଚରଣ ମୁଦୁଲି ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ତଦାରଖ କରିଥିବା ଜଣାପଡିଛି। ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ ଶିବିରଟିକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଆର୍ ଏଚ ବିପିଶି ରାଜେନ୍ଦ୍ର ନାରାୟଣ ଦେବ, ଏମ୍ ଆଇ ବିଭୂ ରଞ୍ଜନ ସାହୁ, ଏଡିଇଓ ଚୂଡ଼ାମଣି ରାଇତ, ପିଇଓ ଜୟନ୍ତ ପଟେଲଙ୍କ ସମେତ ବ୍ଲକ୍ ଲାଇନ୍ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ସରକାରୀ ଆକଳନ ଅନୁସାରେ, ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ମୋଟ ୧୭୪ ଜଣ ପଞ୍ଜୀକୃତ ହିତାଧିକାରୀଙ୍କ ମଧ୍ୟରେ ଅସ୍ଥିଶଲ୍ୟ ବିଭାଗର ୭୬ ଜଣ, ଦୃଷ୍ଟିବାଧିତ ବିଭାଗର ୩୯ ଜଣ, ଶ୍ରବଣବାଧିତ ବିଭାଗର ୩୧ ଜଣ ଏବଂ ମାନସିକ ବିଭାଗର ୨୮ ଜଣ ଶିବିରରେ ସାମିଲ ହୋଇଥିଲେ। ଶିବିରରେ ଗୁଣୁପୁର ସ୍ଥିତ କାଠଘରା ଗ୍ରାମର ରୋଜଗାରିଆ ଯୁବକ ନରେନ୍ଦ୍ର ମାଝୀ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ନିଜର ଗୋଟିଏ ଗୋଡ଼ ହରାଇଥିବା ବେଳେ ସେ ସରକାରୀ ସହାୟତା ପାଇଁ ଆବେଦନ କରିଥିଲେ। ଅନ୍ୟପଟେ ଓଡ୍ରୀ ଗ୍ରାମର ଦିବ୍ୟାଙ୍ଗ ଯୁବକ ହରିଶ ଚନ୍ଦ୍ର ମାଝି ନିଜ ସ୍ୱାବଲମ୍ବୀ ଉଦ୍ୟମରେ ଇଲେକ୍ଟ୍ରିକାଲ କାମ ଶିଖି ବିଭିନ୍ନ ବିଦ୍ୟୁତ୍ ସାମଗ୍ରୀ ମରାମତି କରି ନିଜସ୍ୱ ଖର୍ଚ୍ଚରେ ଏକ ଦୋକାନ ଚଲାଉଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ଟ୍ରାଇ-ସାଇକେଲ ପ୍ରଦାନ କରିଥିଲେ। ସରକାର ଓ ପ୍ରଶାସନ ପକ୍ଷରୁ ଅଧିକ ବ୍ୟବସାୟିକ କିମ୍ବା ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ସେ ଆହୁରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ଗଣମାଧ୍ୟମ ଆଗରେ ନିଜର ମତ ପ୍ରକାଶ କରିଥିଲେ।
ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

