ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ପ୍ରତୀକ୍ଷା ର ଅନ୍ତ ,ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜି ହାଇସ୍କୁଲରେ ବାଳିକା ସେବାଶ୍ରମ ଆରମ୍ଭ ହେଲା  :ଦେଓପାଲି ରେ କେବେ ?

ତେନ୍ତୁଳିଖୁଣ୍ଟି  ୧୫/୦୭/୨୩ -ନିର୍ମାଣ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ବି ପରଜା ଦେଓପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ତେନ୍ତୁଳିଖୁଣ୍ଟି ସ୍ଥିତ ବାପୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରୀ ନିବାସ ଖୋଲିନଥିଲା। କିନ୍ତୁ ଆଜିତେନ୍ତୁଳିଖୁଣ୍ଟି ପଞ୍ଚାୟତ ସଦର ଗ୍ରାମ ସ୍ଥିତ ବାପୁଜୀ ଉଚ୍ଚ ବିଦ୍ୟାଳୟ ରେ 200ଶଯ୍ୟା ବିଶିଷ୍ଟ ବାଳିକା ସେବାଶ୍ରମ ବହୁ ଦିନର ଅପେକ୍ଷା ପରେ ଆଜି ଖୋଲି ଥିବାରୁ ଅଂଚଳରେ ଖୁସି ର ଲହରୀ ଖେଳିଯାଇଛି l  ଉଭୟ ଛାତ୍ରୀ ନିବାସ କାହିଁକି କାର୍ଯ୍ୟକାରୀ କରାଯାଉନି ବୋଲି ବହୁବାର ଗଣ ମାଧ୍ୟମ ରେ ପ୍ରକାଶିତ ହେବା ଫଳରେ ଦୀର୍ଘ ୭ ବର୍ଷ ର ପ୍ରତୀକ୍ଷା ପରେ ଉଦ୍ ଘାଟନ ହୋଇଛି। 

       ଏହାକୁ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପାଲକା ରବିନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଛନ୍ତି l ଆଜି ପ୍ରଥମ ଦିନରେ 32ବାଳିକାକୁ ନେଇ ଆରମ୍ଭ ହୋଇଛି ଏହି ବାଳିକା ସେବାଶ୍ରମ l ପ୍ରଧାନ ଶିକ୍ଷକ ଉମରସିଂ ନାୟକ ଙ୍କ ଅଧକ୍ଷ ତା ଅନୁଷ୍ଠିତ ସଭା ରେ  ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜଗମୋହନ ମାଝୀ, ପାତ୍ରପୁଟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ହିଆଲ, ଏସ ଏମ ସି ଅଧକ୍ଷ ତୁଲାରାମ କର୍କରା, ପୂର୍ବତନ ଏସ ଏମ ସି ସଭାପତି ଗୋପାଳ କୃଷ୍ଣ ନାୟକ ମଞ୍ଚl ସୀନ ରହିଥିଲେ l ମଞ୍ଚ ପରିଚାଳନା ଶିକ୍ଷକ ପଦୁ ସିଂ ହିଆଲ କରିଥିଲେ l ସେବାଶ୍ରମ ରେ ନୂତନ ଭାବେ ମେଟର୍ଣ୍ଣ  ସମେତ ଚାରି ଜଣ ଯୋଗ ଦେଇଛନ୍ତି l

     ଆଗକୁ ଛାତ୍ରୀ ମାନେ କିପରି ଶୃଙ୍ଖଳା ସହିତ ପାଠ ପଡି ବଡ ମଣିଷ ହେବେ ସେହି ବିଷୟରେ ଅତିଥିମାନେ ବୁଝାଇ ଥିଲେ l ବିଦ୍ୟାଳୟ ର ସମସ୍ତ କର୍ମଚାରୀ, ସମସ୍ତ ଛାତ୍ରୀ, ଅଭିଭାବକ ଉପସ୍ଥିତ ରହି ବିଭିନ୍ନ ମତାମତ ଦେଇଥିଲେ l ଶେଷରେ ଶିକ୍ଷୟିତ୍ରୀ ସଂଗୀତା ସାବତ ଧନ୍ୟବାଦ ପ୍ରଦାନ କରିଥିଲେ l   

 ଉଦଘାଟନ ସମାରୋହ ଶେଷରେ ପରଜା ଦେଓପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସ କେବେ ଖୋଲିବ ପଚାରିବାରୁ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର କହିଲେ ଛାତ୍ରୀ ନିବାସରେ ରଖି ପଢ଼ାଇବାପାଇଁ ଆଗ୍ରହୀ ଅଭିଭାବକ ଙ୍କୁ ବୁଝାଇ ଛାତ୍ରୀ ରଖିବାକୁ ପ୍ରଧାନ ଶିକ୍ଷକ ଙ୍କୁ କୁହାଯାଇଛି ଛାତ୍ରୀ ହୋଇଗଲେ ଖୋଲାଯିବ।  

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି 

Related posts

ଉମରକୋଟ ସାଂସଦ ପ୍ରତିନିଧି ଭାବେ ବାସନ୍ତୀ ମାଝୀ ମନୋନୀତ 

masiha

ବାଳସୁଧାର ଗୃହରେ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ଜାତୀୟ କବି ଲେଖକ ସଂଗଠନ ତରଫରୁ ରାଜ୍ୟ ସ୍ତରୀୟ ସାହିତ୍ୟ ସମାବେଶ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!