ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଣ୍ଣବୋଧ ଶିକ୍ଷା ର ପ୍ରସାର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

ବର୍ଣ୍ଣବୋଧ ଶିକ୍ଷା ର ପ୍ରସାର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

କଟକ : ଛୋଟ ପିଲାଟି ଯେବେ ତାର ପ୍ରଥମ ଶିକ୍ଷା ଆରମ୍ଭ କରେ ତେବେ ପ୍ରଥମ ଶିକ୍ଷାଦାନ ର ବହି ଛବିଳ ମଧୁ ବର୍ଣ୍ଣବୋଧ ହୋଇଥାଏ l ଏହି ବହି ଚପଳମତି ପିଲା ଟିକୁ ପ୍ରାଥମିକ ଶିକ୍ଷା ଦେବା ରେ ସହାୟକ ହୋଇଥାଏ l ଆଜି ର ଶିକ୍ଷା ବ୍ୟବସ୍ଥା ରେ କୁନି କୁନି ପିଲା ମାନଙ୍କୁ ଏଲ କେ ଜି, ୟୁ କେ ଜି ଓ ଅନ୍ୟ ପ୍ରାଥମିକ ଶିକ୍ଷା ରେ ଏହି ବର୍ଣ୍ଣବୋଧ ର କିଛି ମୂଲ୍ୟ ନାହିଁ କାରଣ ଇଂରାଜି ଅବଧାନ ରେ ଏହା ନାହିଁ l ଏହି ପୁସ୍ତକ କୁ ବାଧ୍ୟତାମୂଳକ କଲେ ଶିକ୍ଷା ବିଭାଗ ରେ ପ୍ରାଥମିକ ସଂସ୍କାର ଆସିବ ବୋଲି ଗୁରୁଜନ ଙ୍କ ମତ l ଏହିପରି ସାମାଜିକ ବାର୍ତ୍ତା କୁ ପାରିପାଳନ କରିବାକୁ କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପ୍ରାରମ୍ଭ କରିଛନ୍ତି l କିପରି ଛବିଳ ମଧୁ ବର୍ଣ୍ଣବୋଧ ର ମୂଲ୍ୟବୋଧ ପିଲା ମାନଙ୍କୁ ଉତ୍ସାହ ପ୍ରଦାନ କରିବ ଟ୍ରଷ୍ଟ ପକ୍ଷରୁ ପ୍ରୟାସ ଜାରି ରହିଛି l ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ପହଞ୍ଚିଥିଲେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ନିକଟ ମୁଣ୍ଡା ବସ୍ତି ରେ l ସେ ପରିବେଶ ର ପିଲାମାନେ ଗ୍ରାମ ସ୍କୁଲ ପଢିଥାନ୍ତି l ତାଙ୍କ ପିଲା ମାନଙ୍କ ସହ ଅଭିଭାବକ ଙ୍କୁ ବର୍ଣ୍ଣବୋଧଶିକ୍ଷା ବିଷୟ ରେ ଆଲୋଚନା ହୋଇଥିଲା l ଏହା ପରେ ପିଲା ମାନଙ୍କୁ ପାଠୋପକରଣ ସହ ଚକୋଲେଟ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା l ଆସିବା ସମୟ ରେ ପିଲାମାନଙ୍କ ଠାରୁ ଟ୍ରଷ୍ଟ ର କର୍ମକର୍ତା ବାର୍ତ୍ତା ନେଇଥିଲେ କି ଆମେ ବି ପଢ଼ିବୁ ସାଙ୍ଗ କୁ ପଢାଇବୁ l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, କାଳନ୍ଦୀ ମଲ୍ଲିକ, ଦେବେନ୍ଦ୍ର ନାୟକ, ବାପି ଗୋଛାୟତ, ବରୋଦାକାନ୍ତ ବରାଳ ଓ ରାକେଶ କୁମାର ଉପସ୍ଥିତ ଥିଲେ l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଭାପୁର ଦୁଷ୍କର୍ମ ଅଭିଯୁକ୍ତକୁ ତୁରନ୍ତ ଗିରଫ, ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ, ଜିଲ୍ଲାରେ ମହିଳା ସୁରକ୍ଷା, ଭାପୁର ଫାଣ୍ଡିକୁ ଥାନାରେ ପରିଣତ କରିବା, ପୋଲିସ ମହା ନିର୍ଦ୍ଦେଶକଙ୍କୁ ଦାବିପତ୍ର 

ଘରୋଇ ଯାତ୍ରୀବାହୀ ବସ ଓଲଟି ୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଦୁଇ ଗୁରୁତର

Sunil Chandra Nayak

ଗ୍ଳୋବାଲ ୱାର୍ମିଂ ବିଷୟରେ ରାୟଗଡା ଜିଲ୍ଳା କୋର୍ଟରେ ଚିତ୍ରାଙ୍କନ ପ୍ରତିଯୋଗିତା

masiha

Leave a Comment

error: Content is protected !!