ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ କଙ୍କାଳୁଣୀଙ୍କ ବାର୍ଷିକ ଉତ୍ସବ “ଦଶହରା ” ଧୂମଧାମରେ ପାଳିତ 

ମାଁ କଙ୍କାଳୁଣୀଙ୍କ ବାର୍ଷିକ ଉତ୍ସବ “ଦଶହରା ” ଧୂମଧାମରେ ପାଳିତ 

ଡାବୁଗାଁ, ୨୩/୧୨ (ମ.ନି.ସ.)- – ନବରଙ୍ଗପୁର ଜି ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମ ପଞ୍ଚାୟତ ସଦର ମହକୁମାର ଅଧିଷ୍ଠାତ୍ରୀ ଦେବୀ ମାଁ କଙ୍କାଳୁଣୀଙ୍କ ବାର୍ଷିକ ପର୍ବ “ଦଶହରା ” ସୋମବାର ଦିନ ଧୁମଧାମରେ ପାଳିତ ହୋଇଯାଇଛି |ମାଁ ଙ୍କ ଯାତ୍ରା ଦେଖିବା ପାଇଁ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ଭିଡ ଜମେଇଥିବା ଦେଖିବାକୁ ମିଳିଥିବା ବେଳେ ଅଞ୍ଚଳର ବିଭିନ୍ନ ଦେବାଦେବୀ ଙ୍କ ପ୍ରତୀକ ଲାଠି, କୁର୍ଚ୍ଚି, ଶିରା, ଦିଶାରୀ, ପୂଜାରୀ, ଗାଣ୍ଡା, ଚାଲାନ ଓ ରଇତ ମାନଙ୍କୁ ସାଙ୍ଗରେ ଧରି ଆସି ମାଙ୍କ ଏହି ବାର୍ଷିକ ପର୍ବରେ ଯୋଗ ଦେଇଥିବା ଦେଖିବାକୁ ମିଲିଛି | ଗ୍ରାମବାସୀ କିଛି ଦିନ ପୂର୍ବରୁ ଗ୍ରାମରେ ଏକ ବୈଠକ କରି ମାଁ ଙ୍କ ଯାତ୍ରା କେମିତି ଧୂମଧାମରେ ପାଳିତ ହେବ ସେନେଇ ଆଲୋଚନା କରିବା ପରେ ଗ୍ରାମର ବିଭିନ୍ନ ବ୍ୟକ୍ତିଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା | ସମସ୍ତେ ନିଜ ନିଜ ଗୁରୁ ଦାୟିତ୍ୱ ସୁଚାରୁରୂପେ ତୁଲେଇ ଯାତ୍ରା ଟିକୁ ଆଡମ୍ବର କରିଥିଲେ | ପ୍ରକାଶ ଥାଉ କି, କେଉଁ ଆବାହନ କାଳରୁ ମା କଙ୍କାଳୁଣୀ ଗ୍ରାମର ହାଟପଦା ପଡିଆରେ ରହି ଗ୍ରାମବାସୀଙ୍କ ଦ୍ୱାରା ପୂଜା ପାଇଆସୁଛନ୍ତି | ମାଁ ହେଉଛନ୍ତି ଜଣେ ପ୍ରତ୍ୟେକ୍ଷ ଦେବୀ |ତାଙ୍କ ପାଖରେ ଆସି ଅଧିଆ ପଡୁଥିବା ଭକ୍ତ ମାନଙ୍କ ମନୋକାମନା ପୁରଣ କରି ଆସୁଥିବାରୁ ମାଙ୍କ ପାଖରେ ପ୍ରତିଦିନ ଭକ୍ତମାନେ ପୂଜାର୍ଚନା ପାଇଁ ଆସୁଥିବା ମଧ୍ୟ ନଜିର ରହିଛି | ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ମାଁ ଙ୍କ ପାଇଁ ଏକ ଭବ୍ୟ ମନ୍ଦିର ମଧ୍ୟ ନିର୍ମାଣ ହୋଇଛି | ମନ୍ଦିରଟି ଝରିଗାଁ -ଡାବୁଗାଁ ରାସ୍ତାର ପାର୍ଶ୍ୱରେ ଅବସ୍ଥିତ ଥିବାରୁ ରାସ୍ତାରେ ଯିବା ଆସିବା ଲୋକେ ମନ୍ଦିରର କଳାକୃତି ଦେଖି ବେସ ମନମୁଗ୍ଧ ହୋଇଯାନ୍ତି |ଚଳିତ ବର୍ଷ ପ୍ରଥମ ଥର କରି ମାଁ ଙ୍କ ଯାତ୍ରାରେ ମୀନ ବଜାର ମଧ୍ୟ ସାମିଲ ରହିଥିବାରୁ ଜନସାଧାରଣ ବହୁଳ ସଂଖ୍ୟାରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି | ମାଁ ଙ୍କ ମନ୍ଦିରର ଚତୁର୍ପାଶ୍ୱରେ ଶତାଧିକ ସଂଖ୍ୟାରେ ଉଠା ଦୋକାନୀମାନେ ମଧ୍ୟ ଦୋକାନ ପକାଇ ବେସ ୨ ପଇସା ରୋଜଗାର କରୁଛନ୍ତି | ପୂଜାରୀ ରୀତିନୀତି ଅନୁସାରେ ମାଁ ଙ୍କ ପୂଜାର୍ଚ୍ଚନା କରିଥିବା ବେଳେ ଅନ୍ୟ ପୂଜାରୀ ମାନେ ମଧ୍ୟ ପାର୍ଶ୍ଵ ଦେବଦେବୀ ମାନଙ୍କ ପୂଜାକାର୍ଯ୍ୟ ରୀତିନୀତି ଅନୁସାରେ ଶେଷ କରିଛନ୍ତି | ରାତ୍ରୀରେ ଜନସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଗାଁ କମିଟି ପକ୍ଷରୁ ୨ ଟି ଆଦିବାସୀ ନାଟକ ଯଥା :- “ମନ ନେଇଗଲା ମନ ରସିଆ” ଓ “କିଏ ଭାଙ୍ଗିଦେଲା ପ୍ରେମ ପଞ୍ଜୁରୀ” ପ୍ରଦର୍ଶିତ କରାଯାଇଥିଲା | ଏଥିରେ କମିଟି କର୍ମକର୍ତ୍ତା ଭାବେ ବଂଶୀଧର ମାଝୀ, ହିରଣ୍ୟ ମାଝୀ, ଶଶୀଧର ମାଝୀ, ମଧୁ କଲାର, କମଳଲୋଚନ ମାଝୀ, ପର୍ଶୁରାମ କଲାର, ଭକ୍ତବନ୍ଧୁ ମାଝୀ, ଜଗନ୍ନାଥ ମେହେର, ପୁସ୍ତମ ମାଝୀ, ସନୁ ମାଝୀ, ସୁଭାଷ ହରିଜନ, ହରିବନ୍ଧୁ ଭତ୍ରା, ରୁଷିଆ ମାଝୀ, ଦୀନବନ୍ଧୁ ମାଝୀ, କପୁର ମାଝୀ , କୁର୍ଷ ଗାଣ୍ଡା ପ୍ରମୁଖ ଯାତ୍ରା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷାନ୍ତ ଦିବସ ପାଳିତ

Sunil Chandra Nayak

ଦୀନକୃଷ୍ଣ ମହାବିଦ୍ୟାଳୟ ଇଗ୍ନୋ ଅଧ୍ୟୟନ କେନ୍ଦ୍ର ତରଫରୁ ସ୍ୱାଗତ ଉତ୍ସବ  

“ସକ୍ଷମ” ତରଫରୁ ଋଷି ଅଷ୍ଟବକ୍ରଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!