ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୬ ଟି ଅଭିଯୋଗର ଶୁଣାଣି ଓ ସୁଶାସନ ସପ୍ତାହ ପାଳନ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୬ ଟି ଅଭିଯୋଗର ଶୁଣାଣି ଓ ସୁଶାସନ ସପ୍ତାହ ପାଳନ 

ଡାବୁଗାଁ, ୨୩/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲାପାଳ ଡା. ଶୁଭଙ୍କର ମହାପାତ୍ର ଙ୍କ ଦ୍ଵାରା ୩୩ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗର ଅଧିକାରୀ ମାନଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୩୩ ଟି ଅଭିଯୋଗ ମଧ୍ୟରୁ ୨୪ ଟି ଅଭିଯୋଗ ବ୍ୟକ୍ତିଗତ, ୯ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ଡାବୁଗାଁ ବ୍ଲକ ସଦରମହକୁମାରେ ଡାବୁଗାଁ ଠାରୁ ମାନିଗାଁ ପର୍ଯ୍ୟନ୍ତ ଓ ଡାବୁଗାଁ – ବୋରିଗାଁ ପୂର୍ତ୍ତ ବିଭାଗ ରାସ୍ତା ର ପ୍ରଶସ୍ତି କରଣ କାର୍ଯ୍ୟ ଶୀଘ୍ର ଶେଷ କରିବା, ବୋରିପଦର ଗ୍ରାମର ରାସ୍ତା ଓ ପୋଲ ନିର୍ମାଣ, ରାବଣାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଗୃହ ନିର୍ମାଣ ଆଦି ଅଭିଯୋଗ ହୋଇଥିଲା | ଶେଷରେ ୨ ଜଣଙ୍କୁ ହୁଇଲଚେୟାର, ୮ ଜଣ ହିତାଧିକାରୀଙ୍କୁ ଭତ୍ତା ଜିଲାପାଳ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା | ଏଥିରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଅତିରିକ୍ତ ଜିଲାପାଳ ମହେଶ୍ଵର ଚନ୍ଦ୍ର ନାୟକ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପଣ୍ଡା, ଜିଲା ମୁଖ୍ୟ କୃଷି ଅଧିକାରୀ ପି. ଭି ରମଣ ରାଓ, ଜିଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିଶାନ, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ରାଧେଶ୍ୟାମ ଲାଇକ, ଜିଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର, ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତୀକ କୁମାର ରାଉତ, ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଡାବୁଗାଁ ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ସିଡିପିଓ ମିନତୀ ଦାଶ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତ୍ତମ ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଜିଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଶେଷରେ ଜିଲାପାଳ ଡାବୁଗାଁ ବ୍ଲକ କେଲିଆ ଶୈବ ପୀଠ ପରିଦର୍ଶନ କରିଥିଲେ | ଏହାସହ ସୁଶାସନ ସପ୍ତାହ ପାଳନ ଅବସରରେ ଡାବୁଗାଁ ବ୍ଲକ ସଫଳ କାର୍ଯ୍ୟକ୍ରମ ଗୁଡିକ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ମହାତ୍ମା ଜ୍ୟୋତିବା ଫୁଲେଙ୍କ ତିରୋଧାନ ଦିବସ ପାଳିତ

masiha

ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!