ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡା ଓ ସମ୍ପାଦକ ନିହାର ମିଶ୍ର 

କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡା ଓ ସମ୍ପାଦକ ନିହାର ମିଶ୍ର 

ଭବାନୀପାଟଣା,୨୮/୦୩: କଳାହାଣ୍ଡି ଓକିଲ ସଂଘ ଭବାନୀପାଟଣାର ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା , ସମ୍ପାଦକ ନିହାର ରଞ୍ଜନ ମିଶ୍ର, ଉପସଭାପତି ମହେଶ ପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ଛତ୍ରିଆ ଓ କୋଷାଧକ୍ଷ ଭାବରେ ଜୟନ୍ତ କୁମାର ମୁଣ୍ଡ ନିର୍ବାଚିତ ହୋଇଛନ୍ତି। ସେହିପରି ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ଭାବରେ ଗୌତମ ପଟ୍ଟନାୟକ, ବିନୟ କୁମାର ଦାଶ, ଇଲା ସେଲମା ଓ ଜ୍ୟୋସ୍ନା ମଞ୍ଜରୀ ମିଶ୍ର ଏବଂ କନିଷ୍ଠ କାର୍ଯ୍ୟକାରୀ ସଭ୍ୟ ଭାବରେ ଶକ୍ତି ସ୍ୱରୂପ ବେହେରା ନିର୍ବାଚିତ ହୋଇଛନ୍ତି। ଓକିଲ ସଂଘ ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଓକିଲ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ। ନିର୍ବାଚନ ପରିଚାଳନାରେ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପ୍ରଦୀପ ଚନ୍ଦ୍ର ପାତ୍ର, ସୁଜିତ କୁମାର ବହିଦାର, ଇଶ୍ୱ ରଞ୍ଜନ କୁମାର ଓ ସୂର୍ଯ୍ୟ ନାରାୟଣ କୁମାର ସହଯୋଗ କରିଥିଲେ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ନିଜ ଅଧିକାର ସୁରକ୍ଷାରେ କ୍ରାନ୍ତିଯାତ୍ରୀ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ଝାରସୁଗୁଡା ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

ବାଲୁକା କଳାରେ ସି.ଜେ.ପି. (କକ୍ରୋଜ ଜନତା ପାର୍ଟି ର ଆନ୍ଦୋଳନକୁ ସମର୍ଥନ)

Leave a Comment

error: Content is protected !!