ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମଚରିତ ମାନସ ଓ ପ୍ରବଚନ ଉଦଯାପିତ

ରାମଚରିତ ମାନସ ଓ ପ୍ରବଚନ ଉଦଯାପିତ

ଆସିକା, ୨୮/୩/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ର ସରଧାପୁର ପଞ୍ଚାୟତ ଅନ୍ତର୍ଗତ କୁଶରାଵ ଗ୍ରାମରେ ଦିର୍ଘ ନ ଦିନ ଧରି ରାମ ନବମୀ ଉପଲକ୍ଷେ ରାମଚନ୍ଦ୍ର ଙ୍କ କଥା ମୃତ, ରାମ ଚରିତ ମାନସ ଓପରାୟଣ ଶେଷରେ ଉଦଯାପିତ ହୋଇଯାଇଛି। ଗତ 19 ତାରିଖରୁ ଆରମ୍ଭ ହୋଇଥିବା ଏହି ପବିତ୍ର କାର୍ଯ୍ୟ ରାମ ନବମି ରେ ଶେଷ ହୋଇଛି। ପ୍ରତିଦିନ ଗ୍ରାମରେ ସକାଳୁ ରାମ ଚରିତ ପାରାୟଣ ଆରମ୍ଭ ହୋଇ ସନ୍ଧ୍ୟା ରେ ଶେଷ ହେଉଥିଲା ଏବଂ ସନ୍ଧ୍ୟା 7 ଟା ରୁ ରାତ୍ର 11 ପର୍ଯ୍ୟନ୍ତ ରାମ ଚରିତ ପ୍ରବଚନ ହେଉଥିଲା। ରାମଙ୍କ କଥା ମୃତ ଶ୍ରବଣ କରିବା ପାଇଁ ଗ୍ରାମର ଆବାଳ ବୃଦ୍ଧ ବନିତା ଗୋଟିଏ ସ୍ଥାନ ରେ ଏକତ୍ରିତ ହୋଇଥିଲେ। କେବଳ ଗ୍ରାମ କାହିଁକି ଆଖପାଖ ଗ୍ରାମର ଲୋକେ ସନ୍ଧ୍ୟା ହେଲେ ପ୍ରବଚନ ମଣ୍ଡପ ନିକଟରେ ରୁଣ୍ଡ ହୋଇ ମହା ଆନନ୍ଦରେ ପ୍ରବଚନ ଶ୍ରବଣ କରି ଫେରୁଥିଲେ। ପୂଜା ମଣ୍ଡପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଙ୍କ ଫୋଟ ଚିତ୍ର ରଖି ପୂଜାର୍ଚ୍ଚନା କରା ଯାଉଥିଲା। ପ୍ରଥମ ଦିନ କଳସ ଯାତ୍ରା ରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଶେଷ ଦିନ ଦିନ ତମାମ ହୋମ କରାଯାଇ ଶେଷରେ ପୂର୍ଣାହୁତି ଦିଆ ଯାଇଥିଲା। ଗ୍ରାମ ବସି ଓ ସୁଧର୍ମା ସେବା ସଙ୍ଘ ଆଠଗଡ଼ ଦ୍ୱାରା ଆୟୋଜି ଏହି ଅଧ୍ୟାତ୍ମିକ କାର୍ଯ୍ୟରେ ବହୁ ସାଧୁ ସନ୍ତ ବି ଯୋଗ ଦେଇଥିଲେ। ପ୍ରବଚକ ଭାବରେ ଗହଙ୍ଗୁ ମଠର ମଠାଧିସ ଶ୍ରୀ ରାଘବା ନନ୍ଦ ମହାରାଜ, ସନ୍ଥ ଶ୍ରୀ ରାମ ଚନ୍ଦ୍ର ଦାସ ବଡ଼ମଠ ଆଠଗଡ଼ ପାଟଣା, ଧାରକ ଆରୀ ସୀମାଞ୍ଚଳ ମିଶ୍ର ଆଠଗଡ଼ ଆଦି ପ୍ରବଚନ ମାଧ୍ୟମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। କୁଶରାବ ଗ୍ରାମବାସୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।ସୁଧର୍ମା ସେବା ସଙ୍ଘର ଏପରି ପ୍ରୟାସ କୁ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି। ଅନ୍ତିମ ଦିନ ଗ୍ରାମରେ ପ୍ରସାଦ ସେବନ ସହ କଳସ ବିସର୍ଜନ ପରେ ଏହି ନବଦିନାତ୍ମକ ରାମ କଥା ର ଅନ୍ତ ହୋଇଛି।

Related posts

ମିଳିଲା ଟ୍ରାଏସାଇକେଲ , ଆଧାର କାର୍ଡ ହେବା ସହିତ ଭିନ୍ନକ୍ଷମ ଭତ୍ତା ରେ ସାମିଲ ହେଲେ

masiha

ରବି ଫସଲ ପାଇଁ ଜଳ ଯୋଗାଣ ନିମନ୍ତେ ‘ କୃଷକ ଉତ୍ପାଦକ ସଂଗଠନ’ , ରାଇରଙ୍ଗପୁର ପକ୍ଷରୁ ଜଳ ସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

masiha

ଖଡ଼ିଆଳ ଆମ୍ବେଦକର ଛକ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ, ଯାନବାହନ ଯାଞ୍ଚ

Sunil Chandra Nayak

Leave a Comment

error: Content is protected !!